ETV Bharat / bharat

ବ୍ରିକ୍ସ ବିକାଶରେ ବାଧା ଉପୁଯାଉଛି ଚୀନ

BRICS ଫୋକସ ରହିଛି ଅର୍ଥବ୍ୟବସ୍ଥାରେ ସ୍ଥିରତା ଓ ଆର୍ଥିକ ସଂସ୍ଥାନରେ ସୁଧାର । ଏଥିଲାଗି ବ୍ରିକ୍ସ ଶିଖର ସମ୍ମିଳନୀରେ ଡବ୍ଲ୍ୟୁଟିଓ ଏବଂ ଆଇଏମଏଫରେ ସମାନ ନୀତିଗତ ପରିବର୍ତ୍ତନ ପାଇଁ ଦାବି ଉଠିଛି । ତେବେ ଚୀନ ଏହାକୁ ଦୀର୍ଘ ସମୟ ଧରି ବିରୋଧ କରୁଥିବାକୁ ଦାବି ପୂରଣ ହୋଇପାରୁନି ।

ଏକାଦଶ ବ୍ରିକ୍ସ ସମ୍ମିଳନୀ
author img

By

Published : Nov 21, 2019, 5:40 PM IST

ନୂଆଦିଲ୍ଲୀ: ବ୍ରାଜିଲ ରାଜଧାନୀ ବ୍ରାସିଲିଆ ଅନୁଷ୍ଠିତ ଏକାଦଶ ବ୍ରିକ୍ସ ସମ୍ମିଳନୀରେ ସାମିଲ 5ଟି ଦେଶର ବେପାର ଓ ବିତ୍ତ ସହଯୋଗ ନେଇ ଆଲୋଚନା କରାଯାଇଛି । ଏଥିସହ ଆତଙ୍କବାଦ ସମସ୍ୟା ଓ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରଣନୀତିର ଚର୍ଚ୍ଚା ହୋଇଛି ।

ବିଶ୍ବର ପ୍ରମୁଖ 5 ଆର୍ଥିକ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ବ୍ରାଜିଲ, ଋଷ, ଭାରତ , ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ସଂଘ ଗଠିତ । ଏହା 10 ବର୍ଷ ପୂର୍ବେ ସମାନ ଅବସରରେ ଦୁନିଆର ସ୍ଥାପନା ଉଦ୍ଦେଶ୍ୟରେ ଗଠିତ ହୋଇଥିଲା । ପ୍ରଗତି ମାର୍ଗରେ ଆସୁଥିବା ବାଧା-ବିଘ୍ନକୁ ସଠିକ ଢଙ୍ଗରେ ସମାଧାନ କରି ଆଗେଇବାରେ ଏହା ପରସ୍ପରକୁ ସହଯୋଗ କରୁଛି ।

ଏପେଟ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ଚେତାବନୀ ଦେଇଛି ଯେ, ଆମେରିକା ଓ ଚୀନ ଭିତରେ ଚାଲିଥିବା ବେପାର ଯୁଦ୍ଧ ପ୍ରଭାବରେ ବିଶ୍ବ ଅଭିବୃଦ୍ଧି ହାର 0.5 ପ୍ରତଶତ କମିବ । ଯାହାକି ଦକ୍ଷିଣ ଆଫ୍ରିକାର ବାର୍ଷିକ ଆର୍ଥିକ ଉତ୍ପାଦନରୁ ଅଧିକ ରହଛି । ଅନ୍ୟପଟେ ବିକ୍ସ ନେତାମାନେ ବିଶ୍ବ ଅର୍ଥବ୍ୟବସ୍ଥା ଉପରେ ଆତଙ୍କବାଦୀଙ୍କ ଅଧିକ ପ୍ରଭାବକୁ ବିରୋଧ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ଶବ୍ଦରେ , ବିଶ୍ବ ଅର୍ଥବ୍ୟବସ୍ଥାକୁ କୋଟି କୋଟି ଡଲାରର କ୍ଷତି ହୋଇଛି । ବିଶେଷ କରି ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆତଙ୍କବାଦୀଙ୍କ ଯୋଗୁଁ ପ୍ରାୟ 2.25 ଲକ୍ଷ ଲୋକ ଜୀବନ ହରାଇଛନ୍ତି ।

7 ସପ୍ତାହ ପୂର୍ବରୁ ନ୍ୟୁୟର୍କରେ ଭେଟିଥିବା ବିକ୍ସ ଦେଶର ପ୍ରମୁଖମାନେ ମିଶି ଆତଙ୍କବାଦୀର ମୁକାବିଲା ପାଇଁ ତୟାର ରଣନୀତି ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଦେଢ ବର୍ଷ ପୂର୍ବରୁ ସଂଯୁକ୍ତ ରାଜ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ସବୁ ପାକିସ୍ତାନକୁ ଧନ ଶୋଧନ ରୋଧୀ ଓ ଆତଙ୍କବାଦୀ ନିରୋଧକରେ ଅଣ ଅନୁପାଳନ ପାଇଁ ମୋକଦ୍ଦମା ଚଲାଇବାକୁ ସହମତି ଦେିଇଥିଲେ । କେବଳ ଚୀନ ହିଁ ପାକିସ୍ତାନର ସୁରକ୍ଷା ପାଇଁ ଆଗେଇଆସୁଛି । ଏଥିଯୋଗୁଁ ଏହି ଆତଙ୍କବାଦୀ ବିରୋଧୀ ରଣନୀତିରେ କାମ କରିବ ନାହିଁ ।

ଗତ 10 ବର୍ଷରେ ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ସହଯୋଗ , ସମନ୍ବୟ ଓ ସୌହାର୍ଯ୍ୟ ସୀମା ସନ୍ଦିଗ୍ଧ ରହିଛି । ମୋଦି ତାଙ୍କ ବହୁଭାଷୀ ଭାଷଣରେ ଖୁଲାସା କରିଛନ୍ତି ଯେ, ବ୍ରିକ୍ସ ଦେଶ ମଧ୍ୟରେ ବିଶ୍ବ ବାଣିଜ୍ୟ କାରବାରରେ ଏହି ଦେଶର ଯୋଗଦାନ ପ୍ରାୟ 15 ପ୍ରତିଶତ ରହିଛି । ଏହି 5 ରାଷ୍ଟ୍ରରେ ବିଶ୍ବର 42 ପ୍ରତିଶତ ଲୋକ ବାସ କରୁଥିଲା ବେଳେ ବିଶ୍ବ ଜିଡିପିରେ ଏମାନଙ୍କ ଅବଦାନ 23 ପ୍ରତିଶତ ରହିଛି ।

ସେହିଭଳି ବ୍ରିକ୍ସ ଆସୋସିଏସନ ଲଗାତାର ଇନ୍ଧନ ଓ ଖାଦ୍ୟ ସୁରକ୍ଷାରେ ସୁଧାର ଆଣିବାକୁ ସଂକଳ୍ପ କରିଛି । ଯଦି ଏହା ଏକତ୍ର ହୋଇ ଲଢେ ତେବେ ଅନ୍ତରାଷ୍ଟ୍ରୀୟ ସଂଗଠନ କାର୍ଯ୍ୟନ୍ବବନ୍ତରେ ସଫଳ ହେବ । ଚୀନର ପ୍ରଧାନମନ୍ତ୍ରୀ ଜିନପିଙ୍ଗ କହିଛନ୍ତି ଯେ, ବିକ୍ରି, ସଂଘାଇ ସହଯୋଗ ସଙ୍ଗଠନ ଓ ୟୁରେସିୟନ ଇକୋନମିକ ୟୁନିୟନ ମିଶି ଗୋଟିଏ ବହୁପକ୍ଷୀୟ ବିଶ୍ବର ସ୍ଥାପନ କରିପାରିବେ । ଏପଟେ ପ୍ରଧାନମନ୍ତ୍ରୀ ମୋଦି ସଦସ୍ୟ ଦେଶଙ୍କୁ ଭାରତରେ ନିବେଶ କରିବା ପାଇଁ ଭାରତକୁ ନିମନ୍ତ୍ରିତ କରିଛନ୍ତି । ଭାରତ ଓ ବ୍ରାଜଲ ଅନ୍ତରାଷ୍ଟ୍ରୀୟ ପ୍ରତିସ୍ପର୍ଦ୍ଧା ସୂଚକାଙ୍କରେ ଶେଷ ସ୍ଥାନରେ ରହିଛନ୍ତି ।

BRICS ଫୋକସ ରହିଛି ଅର୍ଥବ୍ୟବସ୍ଥାରେ ସ୍ଥିରତା ଓ ଆର୍ଥିକ ସଂସ୍ଥାନରେ ସୁଧାର । ଯଦିଓ 10 ବର୍ଷ ଧରି ପରିମାଣ ନିରାଶଜନକ ରହିଛି । ଏଥିଯୋଗୁଁ ନିକଟରେ ବ୍ରାସିଲିଆ ଶିଖର ସମ୍ମିଳନୀ ସଯୁକ୍ତ ରାଷ୍ଟ୍ର ଗଠନ, ବିଶ୍ବ ବ୍ୟାପର ସଙ୍ଗଠନ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରେ ସୁଧାର ଉପରେ ଦୃଷ୍ଟି ଦିଆଯାଇଛି । ତେବେ UNOରେ ପ୍ରଣାଳୀଗତ ପରିବର୍ତ୍ତନ ନେଇ ଭାରତ ପକ୍ଷକୁ ବିଶ୍ବ ମଞ୍ଚରେ ସ୍ପଷ୍ଟ କରାଯାଉଛି । ଏଥିଲାଗି ବ୍ରିକ୍ସ ଶିଖର ସମ୍ମିଳନୀରେ ଡବ୍ଲ୍ୟୁଟିଓ ଏବଂ ଆଇଏମଏଫରେ ସମାନ ନୀତିଗତ ପରିବର୍ତ୍ତନ ପାଇଁ ଦାବି ଉଠିଛି । ତେବେ ଚୀନ ଏହାକୁ ଦୀର୍ଘ ସମୟ ଧରି ବିରୋଧ କରୁଛି । ଯେବେ ଯାଏଁ ଚୀନ ତାର ସ୍ବଭାବ ବଦଳାଇନି, ସେବେ ଯାଏଁ ବ୍ରିକ୍ସର ଦାବି ପୂରଣ ହୋଇପାରିବ ନାହିଁ ।

Intro:Body:

BHAKTI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.