ବରେଲୀ: ସବୁ ବିପଦରେ ଗୋଟିଏ ନାଁ ସଙ୍କଟମୋଚନ । ତାଙ୍କୁ ଜପ କଲେ ବିପଦ ଟଳେ ବୋଲି ବିଶ୍ବାସ କରାଯାଏ । ହେଲେ ପ୍ରଭୁ ହନୁମାନଙ୍କ ବେଶ ହୋଇ ଭିକ୍ଷା ମାଗିବା ଜଣେ ଯୁବକକୁ ମହଙ୍ଗା ପଡିଛି । ଏନେଇ ଗିରଫ କରିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବରେଲୀ ଅଞ୍ଚଳରେ ।
ଏହି ଯୁବକଜଣକ ହେଲେ ଉତ୍ତରପ୍ରଦେଶ ମୁରାଦବାଦର ଅଞ୍ଚଳର ନସିମ । ବରେଲୀର ସୁବାଷ ନଗରରେ ଏହି ଯୁବକ ଜଣକ ପ୍ରଭୁ ହନୁମାନଙ୍କ ବେଶରେ ଭିକ୍ଷା ମାଗୁଥିଲେ । ଯାହାକୁ ଦେଖି ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ପୋଲିସକୁ ଜିମା ଦେଇଥିଲେ । ଅଭିଯୁକ୍ତ ଜଣକ ମୁସଲିମ ସମ୍ପ୍ରଦାୟର ହୋଇଥିବାବେଳେ ଭଗବାନ ହନୁମାନଙ୍କ ଡ୍ରେସରେ ଏପରି କାର୍ଯ୍ୟକଳାପ ଏକ ସମୁଦାୟଙ୍କ ଭାବନାକୁ ଆଘାତ ଦେଇଛି । ଏଥିସହ ସେ କିଛି ସନ୍ଦିଗ୍ଧ କାର୍ଯ୍ୟରେ ଲିପ୍ତ ଥିବା ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି ।
ସେପଟେ, ଅଭିଯୁକ୍ତ ଜଣକ ଏପରି ବେଶ ବଦଲାଇ ଭିକ୍ଷା ବୃତ୍ତି କରିଥାନ୍ତି । ଯେଉଁଥିରୁ ସେ ତାଙ୍କର ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ଅଭିଯୁକ୍ତ ଜଣକ କହିଛି । ଏଥିସହ ସେ କହିଛନ୍ତି, ତାଙ୍କ ମାଆ ଜଣେ ହିନ୍ଦୁ ମହିଳା ।