ETV Bharat / bharat

ସ୍ବାମୀଙ୍କୁ ମୁସଲିମ ମହିଳାଙ୍କ ଟ୍ରିପଲ ତଲାକ

author img

By

Published : Feb 19, 2020, 8:37 PM IST

ସ୍ବାମୀଙ୍କୁ ପତ୍ନୀ ଦେଲେ ତିନି ତଲାକ । ଉତ୍ତର ପ୍ରଦେଶର ମେନପୁର ଅଞ୍ଚଳରେ ସ୍ବାମୀଙ୍କ ଅତ୍ୟଧିକ ନିର୍ଯାତନା ସହି ନପାରି ମୁସଲିମ ମହିଳା ଦେଲେ ତିନି ତଲାକ । ଅଧିକ ପଢନ୍ତୁ...

muslim-women-gives-triple-talaq-her-husband-utterpradesh
ମୁସଲିମ ମହିଳା ଦେଲେ ତିନି ତଲାକ

ଲକ୍ଷ୍ନୌ: ସ୍ବାମୀଙ୍କୁ ମୁସଲିମ ମହିଳା ଦେଲେ ତିନି ତଲାକ । ଏ ଭଳି ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ସିତାପୁର ଜିଲ୍ଲା ମେନପୁର ଅଞ୍ଚଳରୁ । ସ୍ବାମୀଙ୍କ ଅତ୍ୟଧିକ ନିର୍ଯାତନା ସହି ନପାରି ମୁସଲିମ ମହିଳା ତିନି ତଲାକ ଦେଇଥିବା ସୂଚନା ମିଳିଛି ।

ସିତାପୁର ଅତିରିକ୍ତ ଏସପି ମଧୁବନ ସିଂ କହିଛନ୍ତି ମୁସଲିମ ମହିଳା ଜଣକ ସ୍ବାମୀ ବିରୋଧରେ ଘରୋଇ ହିଂସା ଓ ଯୋତୁକ ଜନିତ ନିର୍ଯାତନା ନେଇ ମେନପୁର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ତିନି ତଲାକ ଆଇନ ଅନୁସାରେ ଦାଖଲ କରାଯାଇଛି ।

ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ଅଧିକାରୀ କହିଛନ୍ତି । ମୁସଲିମ ମହିଳାଙ୍କ ବାପା କହିଛନ୍ତି ତିନି ତଲାକ ଦେବା ପରେ ସ୍ବାମୀ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.