ETV Bharat / bharat

ମୋଦି, ଟ୍ରମ୍ପ ଓ ପ୍ରଭୁ ଶ୍ରୀରାମଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ମୁସଲମାନ ମହିଳା - rakhshi purnima

ଚୀନର ହରକତ ଉପରେ କ୍ରୋଧ ପ୍ରକାଶ କରି ଚାଇନିଜ ରାକ୍ଷୀକୁ ବର୍ଜନ କରିଛନ୍ତି ବାରଣାସୀର ମୁସଲମାନ ମହିଳା । ଏହାର ପ୍ରତିବଦଳରେ ମୋଦି ଦେଶ ପାଇଁ କରିଥିବା କାର୍ଯ୍ୟର ଗୀତ ଗାଇବା ସହ ନିଜ ହାତରେ ପିଏମଙ୍କ ଫଟୋ ଦେଇ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ...

ମୋଦି, ଟ୍ରମ୍ପ ଓ ପ୍ରଭୁ ଶ୍ରୀରାମଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ମୁସଲମାନ ମହିଳା

author img

By

Published : Jul 22, 2020, 1:34 PM IST

ଲକ୍ଷ୍ନୌ: ଆଉ କିଛି ଦିନ ପରେ ସାରା ଦେଶ ପାଳିବ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନ ପ୍ରତ୍ୟେକ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ଆଉ ପ୍ରତିବଦଳରେ ଭାଇ ତାର ଭଉଣୀକୁ ସାରା ଜୀବନ ରକ୍ଷା କରିବା ନେଇ ପ୍ରତିଶୃତି ଦେଇଥାଏ । ଯାହା ଭାଇ ଭଉଣୀ ମଧ୍ୟରେ ଏକ ପବିତ୍ର ସମ୍ପର୍କକୁ ଦର୍ଶାଏ । ତେବେ ଚଳିତବର୍ଷ ଅଗଷ୍ଟ 3 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ କୋରୋନା ସଙ୍କଟରେ ମଧ୍ୟ ସମସ୍ତ ସଚେତନତାକୁ ନଜରରେ ରଖି ରାକ୍ଷୀ କିଣିବାରେ ବ୍ୟସ୍ତ ଅଛନ୍ତି ଭଉଣୀମାନେ ।

ମୋଦି, ଟ୍ରମ୍ପ ଓ ପ୍ରଭୁ ଶ୍ରୀରାମଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ମୁସଲମାନ ମହିଳା

ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀର ମହିଳାମାନେ ମଧ୍ୟ ପିଏମ ମୋଦି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରି ନିଜ ଭାଇମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସବୁଠାରୁ ବଡ କଥା ହେଉଛି 2013ରୁ ମୁସଲମାନ ସମ୍ପ୍ରଦାୟର ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ରାକ୍ଷୀ ପଠାଉଛନ୍ତି । ସେହିପରି ଚଳିତବର୍ଷ ମଧ୍ୟ ପିଏମଙ୍କ ଫଟୋ ସହ ଏକ ସ୍ୱତନ୍ତ୍ର ରାକ୍ଷୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ।

2013ରେ ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେବେଠାରୁ ମୁସଲମାନ ମହିଳା ଫାଉଣ୍ଡେସନର ନ୍ୟାସନାଲ ନଜିନ ଅନସାରୀଙ୍କ ନେତୃତ୍ୱରେ କାଶୀ ମୁସଲମାନ ମହିଳାମାନେ ମୋଦିଙ୍କୁ ରାକ୍ଷୀ ପଠାଇ ଆସୁଛନ୍ତି । ବର୍ତ୍ତମାନ ଏହା ପରମ୍ପରାରେ ବଦଳି ଯାଇଛି ।

ଚୀନର ହିଂସାତ୍ମକ ଭାବ ଏବଂ ବିସ୍ତାରବାଦୀ ନୀତିରେ କ୍ରୋଧିତ ହୋଇ ମୁସଲମାନ ମହିଳାମାନେ କେବଳ ଚୀନ ରାକ୍ଷୀକୁ ବହିଷ୍କାର କରିନାହାଁନ୍ତି, ବରଂ ଏହାର ବିକଳ୍ପ ମଧ୍ୟ ବାହାର କରିଛନ୍ତି । ଇନ୍ଦ୍ରେଶ ନାଗ (ଲମହି)ର ସୁଭାଷ ଭବନରେ ମୁସଲମାନ ମହିଳା ଫାଉଣ୍ଡେସନ ଏବଂ ବିଶାଳ ଭାରତ ଫାଉଣ୍ଡେସନର ମିଳିତ ଉଦ୍ୟମରେ ସାମାଜିକ ଦୂରତା ପାଳନ କରି ଗୀତ ଗାଇ ମୋଦି, ଟ୍ରମ୍ପ ଏବଂ ଇନ୍ଦ୍ରେଶ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତାରା, ଟିକି, କାର୍ଡବୋର୍ଡ, ଲେସ୍ ଏବଂ ମୋଦିଙ୍କ ଫଟୋ ବ୍ୟବହାର କରି ମୋଦି ରାକ୍ଷୀ ତିଆରି କରିଛନ୍ତି ।

ଖାଲି ଏହି ରାକ୍ଷୀ ମୋଦିଙ୍କ ପାଖକୁ ପଠାଯିବନି, ଏହାକୁ ସେମାନେ ଅନ୍ୟମାନଙ୍କୁ ବାଣ୍ଟିବେ ଯାହା ଦ୍ବାରା ସମସ୍ତେ ନିଜ ଭାଇ ହାତରେ ବାନ୍ଧି ପାରିବେ । ଆଉ ଏହା ଦ୍ବାରା ଦେଶର ସମ୍ମାନ, ସୁରକ୍ଷା, ମୂଲ୍ୟବୋଧ, ଆତ୍ମ ସମ୍ମାନ ଏବଂ ସୁରକ୍ଷା ଭାବନା ଅନୁଭବ କରିବେ। ଏଥି ସହିତ ଶ୍ରୀ ରାମ ମନ୍ଦିରର ଆନ୍ଦୋଳନରେ ସହିଦ ହୋଇଥିବା ପରିବାରକୁ ଶ୍ରୀରାମ ରାକ୍ଷୀ ପଠାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.