ETV Bharat / bharat

ମୁସଲିମ ଯୁବକଙ୍କୁ 'ଜୟ ଶ୍ରୀରାମ' କହିବା ପାଇଁ ବାଧ୍ୟ କରି 5 ଗିରଫ

ମୁସଲିମ ଯୁବକଙ୍କୁ ଜୟ ଶ୍ରୀ ରାମ କହିବା ପାଇଁ ବାଧ୍ୟ କରିବା ପଡିଲା ମହଙ୍ଗା। ଜେଲ ଗଲେ 5 ଅଭିଯୁକ୍ତ । ନମାଜ ପଢି ଘରକୁ ଫେରୁଥିବାବେଳେ ମୁସଲିମ ଯୁବକଙ୍କୁ ଆକ୍ରମଣ କରି ର୍ଦୁବ୍ୟବହାର କରିଥିଲେ । ଏପରି ଘଟଣା ଘଟିଛି ଦିଲ୍ଲୀରେ ଗୁରୁଗ୍ରାମ ଅଞ୍ଚଳରେ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 26, 2019, 9:51 PM IST

ନୂଆଦିଲ୍ଲୀ : କେଉଁଠି ଜାତିଧର୍ମ ନିର୍ବିଶେଷରେ ଏକାଠି ହିନ୍ଦୁ ମୁସଲିମ ଖାଉଛନ୍ତି ଇଫତାର । ତ ଅନ୍ୟ କେଉଁଠି ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀ ରାମ କହିବା ପାଇଁ ବାଧ୍ୟ କରାଯାଉଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମରେ । ଜଣେ 25 ବର୍ଷୀୟ ଯୁବକ ମହମ୍ମଦ ବରାକଚତ ଆଲାମ ନମାଜ ସାରି ଘରକୁ ଫେରିବା ସମୟରେ ତାଙ୍କୁ କିଛି ଲୋକ ଭିଡି ନେଇ ତାଙ୍କ କୁର୍ତା ଚିରିବା ସହ ଜୟ ଶ୍ରୀ ରାମ କହିବା ପାଇଁ ବାଧ୍ୟ କରିଥିଲେ।

କେବଳ ଏତିକିରେ ସୀମିତ ନଥିଲା ଦୁର୍ବୃତ୍ତଙ୍କ କାରନାମା। ମହମ୍ମଦଙ୍କ ମୁଣ୍ଡରୁ ଟୋପି କାଢି ମାଡ ମଧ୍ୟ ମାରିଥିଲେ । ଆଉ ବାରମ୍ବାର ଜୟ ଶ୍ରୀ ରାମ କହିବା ପାଇଁ ବାଧ୍ୟ କରିଥିଲେ । ହେଲେ ସେ ମାନି ନଥିଲେ । ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସମସ୍ତେ ।

ଏହାପରେ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ମହମ୍ମଦ । ସିସିଟିଭି ଆଧାରରେ ତଦନ୍ତ କରି ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଭମ ସିଂ କାମ ସେନାର ଜଣେ ସଦସ୍ୟ ବୋଲି ଜଣାପଡିଛି।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.