ETV Bharat / bharat

ଅଯୋଧ୍ୟାରେ ଭାଇଚାରାର ନିଆରା ଦୃଶ୍ୟ, ମୁସଲମାନଙ୍କ ବିବାହ କାର୍ଡରେ ହିନ୍ଦୁଦେବତା

author img

By

Published : Nov 23, 2019, 2:09 PM IST

ଅଯୋଧ୍ୟାରେ ଧର୍ମୀୟ ଭାବନା ଓ ସଂହତିର ଏକ ନିଆରା ଦୃଶ୍ୟ। ଜଣେ ମୁସଲିମ ପରିବାର ନିଜ ପୁଅର ବିବାହ କାର୍ଡରେ ହନୁମାନ,ବ୍ରହ୍ମା,ବିଷ୍ଣୁ,ଶିବ ଓ ନାରଦ ମୁନିଙ୍କ ସହ ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସ୍ଥାନ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

ଅଯୋଧ୍ୟାରେ ଭାଇଚାରାର ନିଆରା ଦୃଶ୍ୟ,ମୁସଲମାନଙ୍କ ବିବାହ କାର୍ଡରେ ହିନ୍ଦୁଦେବତା

ନୂଆଦିଲ୍ଲୀ: ଧାର୍ମିକ ନଗରୀ ଅଯୋଧ୍ୟାରେ ଧର୍ମୀୟ ଭାବନା ଓ ସଂହତିର ଏକ ନିଆରା ଦୃଶ୍ୟ। ଯେଉଁଥିରେ ଜଣେ ମୁସଲିମ ପରିବାର ନିଜ ପୁଅର ବିବାହ ପାଇଁ ନିମନ୍ତ୍ରଣ କାର୍ଡରେ ହନୁମାନଙ୍କ ଫଟୋ ଛପାଇଛନ୍ତି। ଏବେ ଉତ୍ତରପ୍ରଦେଶର ଏହି ନିମନ୍ତ୍ରଣ କାର୍ଡଟି ଭାଇରାଲ ହେବାରେ ଲାଗିଛି।

ଏହି କାର୍ଡରେ କେବଳ ହନୁମାନଙ୍କ ଫଟୋ ନୁହେଁ ଏହାସହିତ ବ୍ରହ୍ମା,ବିଷ୍ଣୁ,ଶିବ ଓ ନାରଦ ମୁନିଙ୍କ ଫଟୋ ମଧ୍ୟ ସ୍ଥାନିତ ହୋଇଛି। ଏହାପରେ ବ୍ୟକ୍ତିଜଣକ ବିବାହର ସମସ୍ତ କାର୍ଯ୍ୟସୂଚୀ ବର୍ଣ୍ଣନା କରିବା ପୁଅର ବିବାହକୁ ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି।

ଉକ୍ତ ମୁସଲିମ ପରିବାର ହିନ୍ଦୁ ଭଗବାନଙ୍କୁ ବିଶ୍ବାସ କରିବା ସହ ଆଲ୍ଲାଙ୍କୁ ମାନିଥାନ୍ତି। ଯାହାଫଳରେ ନିଜ ପୁଅର ବିବାହ ଭଳି ଶୁଭକାର୍ଯ୍ୟର ଆରମ୍ଭ ସେ ଏପରି କରିବାକୁ ଚାହୁଁଥିଲେ ବୋଲି ପରିବାରର ମୁଖ୍ୟ ମୁବିନ କହିଛନ୍ତି। ଏଥିପାଇଁ ପରିବାର କି ବନ୍ଧୁବାନ୍ଧଙ୍କ ପକ୍ଷରୁ କୌଣସି ଚାପ କି ବାଧା ବିଘ୍ନ ଆସିନି। ଏବେ ସୁଦ୍ଧା ପାଖାପାଖି 700 ହିନ୍ଦୁ ପରିବାରକୁ ଏହି କାର୍ଡ ବଣ୍ଟାଯାଇଥିବା ବେଳେ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି।

ଐତିହାସିକ ଅଯୋଧ୍ୟା ମାମଲାର ଶୁଣାଣି ପରେ ଉକ୍ତ ବିବାଦୀୟ ସ୍ଥାନରେ ରାମଲାଲା ବିରାଜିବେ ବୋଲି ପଥ ଏକ ପ୍ରକାର ପରିଷ୍କାର ହୋଇଯାଇଛି। ତେବେ ଏତେ ସବୁ ପରେ ଭାତୃତ୍ବରେ ବନ୍ଧା ସବୁ ଭାରତୀୟ। ଏଠାରେ ସବୁ ଧର୍ମ ଓ ସବୁ ଭାଷାଭାଷୀ ସମାନ ସହ ସମସ୍ତେ ଭାଇ ଭାଇ।

Intro:Body:

ss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.