ETV Bharat / bharat

ବିଶ୍ବାସ ଓ ଆସ୍ଥାର ପ୍ରତ୍ୟକ୍ଷ ଠାକୁରାଣୀ ବିହାରର ମା ମୁଣ୍ଡେଶ୍ବରୀ - ବିଶ୍ବାସ ଓ ଆସ୍ଥାର ପ୍ରତ୍ୟକ୍ଷ ଠାକୁରାଣୀ ବିହାରର ମା ମୁଣ୍ଡେଶ୍ବରୀ

ଦେଶର ପ୍ରାଚୀନ ମନ୍ଦିର ମଧ୍ୟରୁ ବିହାରର ମା ମୁଣ୍ଡେଶ୍ବରୀଙ୍କ ପୀଠ ହେଉଛି ଅନ୍ୟତମ । ବିହାରର କେମୁର ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳରେ ରହିଛି ମା'ଙ୍କ ପୀଠ । ପାଖାପାଖି 608 ଫୁଟ ଉଚ୍ଚ ପାହାଡ଼ ଉପରେ ରହିଛି ମା'ଙ୍କର ମନ୍ଦିର। ବର୍ଷ ସାରା ଏଠାରେ ଭକ୍ତଙ୍କ ଭିଡ଼ ଲାଗିଥାଏ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 7, 2019, 9:28 AM IST

ପାଟନା: ଚାଲିଛି ଦଶହରା । ଏହି ଅବସରରେ ସମଗ୍ର ଦେଶରେ ମା' ଦୁର୍ଗାଙ୍କ ଚାଲିଛି ପୂଜାର୍ଚ୍ଚନା । ଏହି କ୍ରମରେ ବିହାରର ପ୍ରସିଦ୍ଧ ଶକ୍ତିପୀଠ ମା' ମୁଣ୍ଡେଶ୍ବରୀଙ୍କର ମଧ୍ୟ ପୂଜା ଚାଲିଛି । ମା ମୁଣ୍ଡେଶ୍ବରୀଙ୍କ ପୂଜାର୍ଚ୍ଚନା ନବରାତ୍ରୀ ଆରମ୍ଭ ହେବା ଠାରୁ ବିଭିନ୍ନ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି ।

BIHAR
ବିହାରର ମା ମୁଣ୍ଡେଶ୍ବରୀ

ସେପଟେ ଦେଶର ଅନେକ ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ । ବିହାରର କେମୁର ଜିଲ୍ଲାର ଭଗବାନପୁର ଅଞ୍ଚଳରେ ଥିବା ପାହାଡ଼ିଆ ଅଞ୍ଚଳରେ ଏହି ମନ୍ଦିର ଅନୁଷ୍ଠିତ । ପାଖାପାଖି 608 ଫୁଟ ଉଚ୍ଚରେ ଏହି ମା'ଙ୍କ ଆସ୍ଥାନ ରହିଛି । ତମାମ ବର୍ଷ ସାରା ଏଠାରେ ଭକ୍ତଙ୍କ ଗହଳିଚହଳି ଲାଗିଥାଏ । ମାତ୍ର ନବରାତ୍ରୀ ସମୟରେ ଏହି ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

BIHAR
ବିହାରର ମା ମୁଣ୍ଡେଶ୍ବରୀ

ବିହାରର ଆରାଧ୍ୟ ଦେବୀ ହେଉଛନ୍ତି ଏହି ଠାକୁରାଣୀ । ଏହି ପ୍ରାଚୀନ ମନ୍ଦିରର ପରିସରରେ ଚତୁର୍ଭୁଜ ଶିବଲିଙ୍ଗ ରହିଥାଏ । ଏହି ଶିବଲିଙ୍ଗ ଗୁଡ଼ିକର ବିଶେଷ ମହତ୍ତ୍ବ ରଖିଥାଏ । ଏହି ଶିବଲିଙ୍ଗ ଓ ଠାକୁରାଣୀଙ୍କୁ ନିର୍ମଳ ଏବଂ ସଚ୍ଚୋଟ ମନରେ ପୂଜାପାଠ କଲେ ମନୋସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି । ସେହିଭଳି ଏଠାରେ ବଳି ଚଢାଇବାର ପ୍ରଥା କାରଣରୁ ମଧ୍ୟ ଏହା ପ୍ରସିଦ୍ଧ ।

ଏହି ନବରାତ୍ର ସମୟରେ ଏଠାରେ ବଳି ଦିଆଯାଇଥାଏ । ମାତ୍ର କୌଣସି ଜୀବକୁ ହତ୍ୟା ନକରି ଏଠାରେ ବଳି ଚଢାଇବା ମଧ୍ୟ ଏକ ବିଶେଷ ମହତ୍ତ୍ବ ରଖିଥାଏ । ପୂଜକ ଛେଳି ଓ ବୋଦାମାନଙ୍କର ପୁଜାପାଠ କରି ଏହି ବଳି ଚଢାଇଥାନ୍ତି । ମାତ୍ର ରକ୍ତପାତ କିମ୍ବା କୌଣସି ଜୀବର ହତ୍ୟା କରାଯାଇନଥାଏ । ସେହିଭଳି ଏହି ମନ୍ଦିରର ଠିକ ମଧ୍ୟ ଭାଗରେ ଏକ ପଞ୍ଚଲିଙ୍ଗ ରହିଥାଏ । ଏହାକୁ ମହାମଣ୍ଡଳେଶ୍ବର କୁହାଯାଇଥାଏ ।

BIHAR
ବିହାରର ମା ମୁଣ୍ଡେଶ୍ବରୀ

ଦେଶର ପ୍ରାଚୀନ ମନ୍ଦିର ଓ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ ବୋଲି ଜଣାଯାଇଥାଏ । ପାଖାପାଖି 1900 ମସିହାରୁ ଏଠାରେ ପୂଜାପାଠ କରାଯାଇ ଆସୁଥିବା ଦେଖିବାକୁ ମିଳିଥାଏ । ତେବେ ମନ୍ଦିରର ପ୍ରତିଷ୍ଠା ନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ । ତେବେ ଏହି ଠାକୁରାଣୀ ଜୀବନ୍ତ ଠାକୁରାଣୀ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ବାସ ରହିଆସିଛି । ସେପଟେ ଏହି ମନ୍ଦିରର ଏକ ଶୀଳା କୋଲକାତାର ଭାରତୀୟ ସଂଗ୍ରହାଳୟରେ ରଖାଯାଇଥିବା ଦେଖିବାକୁ ମିଳିଛି । ଯାହା ଖ୍ରୀଷ୍ଟାବ୍ଦ 349 ରୁ 636 ମଧ୍ୟରେ ଥିବା ଜଣାପଡ଼େ ।

BIHAR
ବିହାରର ମା ମୁଣ୍ଡେଶ୍ବରୀ

ମା'ଙ୍କ ଏହି ପୀଠରେ ବର୍ଷକୁ ତିନି ଥର ପାର୍ବଣର ଆୟୋଜନ କରାଯାଇଥାଏ । ଶାରଦୀୟ ଦୁର୍ଗାପୂଜା(ନବରାତ୍ର ସମୟ), ଚୈତ୍ର ନବରାତ୍ର ଏବଂ ମାଘ ମାସରେ ଏଠାରେ ମେଳା ଲାଗିଥାଏ । ଏହା ବ୍ୟତୀତ ଧାର୍ମିକ ନ୍ୟାୟ ପରିଷଦ ତରଫରୁ ମଧ୍ୟ ବର୍ଷକରେ ଥରେ ମାତ୍ର ପୂଜାପାଠ କରାଯାଇଥାଏ ।

BIHAR
ବିହାରର ମା ମୁଣ୍ଡେଶ୍ବରୀ

ତେବେ ମନ୍ଦିରର ପୂଜାପାଠ ଏବଂ ପ୍ରସାଦ ପାଇବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥବା ଜଣାପଡ଼ିଛି । ମନ୍ଦିରକୁ ଆସିପାରୁନଥିବା ଭକ୍ତ ବା ଶ୍ରଦ୍ଧାଳୁମାନେ ଜିଲ୍ଲା ପ୍ରଶାନସ ପକ୍ଷରୁ ଆରମ୍ଭ କରାଯାଇଥିବା ଓ୍ବେବସାଇଟ ମାଧ୍ୟମରେ ଭୋଗ ଏବଂ ପ୍ରସାଦ ପାଇଁ ଅନଲାଇନ ବୁକିଂ କରିପାରିବେ । ଏପରିକି ମା' ପୁଜା ପାଇଁ ତାରିଖ ଧାର୍ଯ୍ୟ କରି ଓ୍ବେବସାଇଟ ମାଧ୍ୟମରେ କରିପାରିବେ । ଭୋଗ କରାଯିବା ପରେ ଶ୍ରଦ୍ଧାଳୁଙ୍କ ନିକଟକୁ ଭୋଗ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.