ETV Bharat / bharat

ମୁମ୍ବାଇରେ ପୁଣି ଆରମ୍ଭ ହେବ ଡବ୍ବାସେବା, ମିଳିଲା ମଞ୍ଜୁରୀ - ଡବାବାଲ୍ଲାଙ୍କ ଉପେର କୋରୋନା ମାଡ

ମୁମ୍ବାଇରେ ପୂର୍ବ ଭଳି ଆରମ୍ଭ ହେବ ଡବାସେବା । ବୁଧୁବାର କ୍ୟାବିନେଟରେ ମିଳିଲା ମଞ୍ଜୁରୀ ।

Mumbai's Dabewalis allowed local travel from today
ମୁମ୍ବାଇରେ ପୂର୍ବ ଭଳି ଆରମ୍ଭ ହେବ ଡବାସେବା
author img

By

Published : Oct 1, 2020, 4:45 PM IST

ମୁମ୍ବାଇ: କୋରୋନା ବିଶ୍ବକୁ କବଳିତ କରିଥିବା ବେଳେ ଏହାର ସିଧା ପ୍ରଭାବ ପଡିଥିଲା ମୁମ୍ବାଇରେ ଖାଇବା ଯୋଗାଉଥିବା ଡବାବାଲ୍ଲା ଉପରେ । ପୂର୍ବ ଭଳି ସେମାନେ ପୁଣି ଅଫିସରେ ଖାଇବା ଯୋଗାଇବା ପାଇଁ ଡବାବାଲାଙ୍କୁ ଅନୁମତି ମିଳିଛି ।

ଅଫିସଗୁଡିକରେ ଖାଇବା ଯୋଗାଉଥିବା ଡବାବାଲା ଜୀବନ କୋରୋନାରେ ବେଶ ପ୍ରଭାବିତ ହୋଇଛି । କେରୋନା ପାଇଁ ମାର୍ଚ୍ଚ 19ରୁ ସେମାନଙ୍କ ହାତ ବାନ୍ଦି ହୋଇଯାଇଥିଲା । ବ୍ୟବସାୟ କହିଲେ କିଛି ନାହିଁ । ତେଣୁ ଡବାବାଲ୍ଲାଙ୍କୁ ମାସକୁ 3000ହଜାର ଟଙ୍କା ସବସିଡ ଦେବା ସହ ଡବାସେବା ପୂର୍ବ ଭଳି ଆରମ୍ବ କରୁବାକୁ ମୁମ୍ବାଇର ଡବାବାଲ୍ଲା ଆସୋସିଏସନ ପକ୍ଷରୁ ଦାବି ହୋଇଥିଲା । ତେବେ ବୁଧିବାର ଦିନ ହୋିଇଥିବା କ୍ୟାବିନେଟରେ ଡବାବାଲ୍ଲାଙ୍କର ଏହି ଦୁଇଟି ଦାବିକୁ ମଞ୍ଜୁରୀ ମିଳିଛି । ତେବେ ଆସନ୍ତାମାସଠାରୁ ଡବାବାଲ୍ଲାମାନେ ଟ୍ରେନରେ ଯାତ୍ରା କରି ଲୋକଙ୍କୁ ଡବାସେବା ଯୋଗାଇପାରିବେ ।

କ୍ୟାବିନେଟରେ ସେମାନଙ୍କ ଦାବିକୁ ମଞ୍ଜୁରୀ ମିିଳିବା ପରେ ଡବାବାଲ୍ଲାମାନେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି । ଏଥି ସହ ସେମାନେ ସଂଗଠନର ମୁଖ୍ୟ ବିଷ୍ଣୁ କାଲୋଖେଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.