ମୁମ୍ବାଇ: କୋରୋନାର ଆତଙ୍କ ମୁମ୍ବାଇରେ ଧିରେ ଧିରେ ବଢିବାରେ ଲାଗିଛି । ଦିନକୁ ଦିନ ଏଠାରେ ପରିସ୍ଥିତି ଖରାପ ହେଉଛି । ଶନିବାର ଗୋଟିଏ ଦିନରେ ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ଦେଖାଦେଇଛନ୍ତି ।
ପୂର୍ବରୁ ଗୋଟିଏ ଦିନରେ ମାୟା ନଗରୀରେ ଏତେ ସଂଖ୍ୟକ ପଜିଟିଭ ବାହାରିନଥିଲେ । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶନିବାର ରେକର୍ଡ 184 ଜଣ ନୂଆ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହା ପଛକୁ ପୁଣେରେ 78ଟି ମାମଲା ବାହାରିଛି ।
ଫଳରେ ଗୋଟିଏ ଦିନରେ ମହାରାଷ୍ଟ୍ରରେ 328 କୋଭିଡ 19 ପଜିଟିଭ ସାମନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3648ରେ ପହଞ୍ଚିଛି । କେବଳ ମୁମ୍ବାଇରେ 2000 ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ସୌଜନ୍ୟ@ANI