ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୁମ୍ବାଇ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍ - ମାଥେରାନ୍

ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ମୁମ୍ବାଇ ନିକଟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍ । ତେବେ ମହାମାରୀ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଏହି ପ୍ରସିଦ୍ଧ ହିଲ ଷ୍ଟେସନକୁ ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚରୁ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୁମ୍ବାଇ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍

author img

By

Published : Sep 3, 2020, 1:53 PM IST

ମୁମ୍ବାଇ:ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ମୁମ୍ବାଇ ନିକଟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍ । ତେବେ ମହାମାରୀ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଏହି ପ୍ରସିଦ୍ଧ ହିଲ ଷ୍ଟେସନକୁ ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚରୁ ବନ୍ଦ ରହିଥିଲା । ରିପୋର୍ଟ ଅନୁୟାୟୀ, ମାଥେରାନର ସମଗ୍ର ଅର୍ଥନୀତି ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ।

ପ୍ରକାଶ ଥାଉକି, ଚଳିତ ବର୍ଷ ମାର୍ଚ୍ଚ 17 ରେ ଜିଲ୍ଲା କଲେକ୍ଟର ନିଧି ଚୌଧୁରୀଙ୍କ ନିର୍ଦ୍ଦେଶ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ କୋଭିଡ -19 ବିସ୍ତାରକୁ ରୋକିବା ପାଇଁ ଏହି ସ୍ଥାନ ବନ୍ଦ କରି ଦିଆଯାଇଥିଲା । ଗତକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଏହି ହିଲ୍ ଷ୍ଟେସନ ଖୋଲାଯାଇଛି । ପ୍ରଥମ ଦିନରେ 28 ଜଣ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନ କରିଥିଲେ । ତେବେ ମାଥେରାନ୍ ଆସୁଥିବା ପର୍ଯ୍ୟଟକମାନଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବା ସହ କୋଭିଡ୍ 19 ପ୍ରୋଟୋକଲ୍ ମାନିବାକୁ ମେୟର ପ୍ରେରଣା ସାୱନ୍ତ ନିବେଦନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.