ETV Bharat / bharat

ମାୟାନଗରୀରେ ହୋମ କ୍ବାରେନଣ୍ଟାଇନରେ 45 ହଜାର, କଣ୍ଟେନମେଣ୍ଟ ଜୋନ 452 - କୋରୋନା ଭାଇରସ

ମୁମ୍ବାଇ ସହରରେ ବର୍ତ୍ତମାନ 45 ହଜାରରୁ ଉର୍ଦ୍ଧ୍ବ ଲୋକ ଏବେ ହୋମ କ୍ବାରେନଣ୍ଟାଇନରେ ଥିବା ବେଳେ ସମଗ୍ର ସହରରେ ଏଯାବତ୍ 452 ଟି କଣ୍ଟେନମେଣ୍ଟ ଜୋନ ମଧ୍ୟ ନିର୍ଦ୍ଧାରିତ ହୋଇଛି।

mumbai-nearly-45000-in-home-quarantine-
ମାୟାନଗରୀକୁ କୋରୋନା ମାଡ, ହୋମ କ୍ବାରେନଣ୍ଟାଇନରେ 45 ହଜାର ଓ କଣ୍ଟେନମେଣ୍ଟ ଜୋନ 452
author img

By

Published : Apr 18, 2020, 4:18 PM IST

ମୁମ୍ବାଇ: କାୟା ବିସ୍ତାର କରି ଚାଲିଛି କୋରୋନା ଭାଇରସ। ଏବେ ସୁଦ୍ଧା ମୁମ୍ବାଇ ସହରରେ 2 ହଜାରରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ସବୁଠୁ ବଡ କଥା ହେଉଛି ମୁମ୍ବାଇ ସହରରେ ବର୍ତ୍ତମାନ 45 ହଜାରରୁ ଉର୍ଦ୍ଧ୍ବ ଲୋକ ଏବେ ହୋମ କ୍ବାରେନଣ୍ଟାଇନରେ ଥିବା ବେଳେ ସମଗ୍ର ସହରରେ ଏଯାବତ୍ 452 ଟି କଣ୍ଟେନମେଣ୍ଟ ଜୋନ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଏହା ସହିତ 3913 ଜଣଙ୍କୁ ସରକାରୀ ଭାବେ କ୍ବାରେନଣ୍ଟାଇନକୁ ପଠାଯାଇଛି।

ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଯେଉଁମାନେ ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ସେମାନଙ୍କ ଫ୍ଲାଟରେ ଟଏଲେଟ ସୁବିଧା ଅଛି ସେମାନଙ୍କୁ ହୋମ କ୍ବାରେନଣ୍ଟାଇନରେ ରଖାଯାଇଛି।

ଏହାସହ ଯେଉଁ ଲୋକମାନେ ବସ୍ତି ଅଞ୍ଚଳରେ ଓ ଛୋଟ ଘରେ ରହୁଛନ୍ତି ଏବଂ ସେମାନେ କମ୍ୟୁନିଟି ଟଏଲେଟ ବ୍ୟବହାର କରୁଛନ୍ତି ସେମାନଙ୍କୁ ସରକାରୀ କ୍ବାରେନଣ୍ଟାଇନକୁ ପଠାଯାଇଛି। ଏହାସହ 452ଟି କଣ୍ଟେନମେଣ୍ଟ ଜୋନକୁ ସିଲ କରାଯାଇ କୋରୋନା ନିୟନ୍ତ୍ରଣ ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.