ETV Bharat / bharat

ମୁମ୍ବାଇରେ ଅତ୍ୟାବଶ୍ୟକ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଟ୍ରେନସେବା - ୱେଷ୍ଟର୍ଣ୍ଣ ରେଳୱେ

ବର୍ତ୍ତମାନ ମୁମ୍ବାଇରେ 57 ହଜାରରୁ ଅଧିକ କୋରୋନା ମାମଲା ରହିଛି । ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜିଠାରୁ ମୁମ୍ବାଇରେ ସ୍ଥାନୀୟ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ୱେଷ୍ଟର୍ଣ୍ଣ ରେଲୱେ ଏନେଇ ସୂଚନା ଦେଇଛନ୍ତି ।

_train
ଆଜିଠୁ ମୁମ୍ବାଇରେ ଚାଲିବ ସ୍ଥାନୀୟ ଟ୍ରେନ
author img

By

Published : Jun 15, 2020, 9:47 AM IST

Updated : Jun 15, 2020, 3:59 PM IST

ମୁମ୍ବାଇ: ସମଗ୍ର ଦେଶରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏପଟେ କୋରୋନା ଦୃଷ୍ଟିରୁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହାଇଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ମୁମ୍ବାଇରେ 57 ହଜାରରୁ ଅଧିକ କୋରୋନା ମାମଲା ରହିଛି । ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜିଠାରୁ ମୁମ୍ବାଇରେ ସ୍ଥାନୀୟ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ୱେଷ୍ଟର୍ଣ୍ଣ ରେଲୱେ ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଏହି ଟ୍ରେନରେ କେବଳ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଗତ ରବିବାର ରାତିରେ ପଶ୍ଚିମ ରେଲୱେ ଏବଂ କେନ୍ଦ୍ର ନିଷ୍ପତ୍ତି ନେଇଛନ୍ତି ଯେ ମୁମ୍ବାଇର କିଛି ରେଳ ସେବାକୁ ପୁନଃ ଆରମ୍ଭ କରାଯିବ । ପଶ୍ଚିମ ରେଲୱେ ଏକ ସରକାରୀ ବିବୃତ୍ତିରେ ଏନେଇ ସୂଚନା ଦେଇଛନ୍ତି । ୱେଷ୍ଟର୍ଣ୍ଣ ରେଲୱେର 12ଟି କୋଚ ଥିବା 73ଟି ସ୍ଥାନୀୟ ଟ୍ରେନ ଚର୍ଚଗେଟ୍ ଏବଂ ଦହାଣୁ ମଧ୍ୟରେ ଆଜିଠାରୁ ପ୍ରୋଟକଲ ଅନୁଯାୟୀ ଚଳାଚଳ ଆରମ୍ଭ କରିଛି ।

ସୋମବାର ନିର୍ଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ସହିତ ଏହି ସେବା ଆରମ୍ଭ କରାଯିବ ବୋଲି କୁହାଯାଇଛି । ଏହି ଟ୍ରେନ ଗୁଡିକ ସକାଳ 5.30ରୁ ରାତି 11.30 ପର୍ଯ୍ୟନ୍ତ 15 ମିନିଟ ବ୍ୟବଧାନରେ ଚଳପ୍ରଚଳ କରିଛି ।

ଗଣମାଧ୍ୟମ ବିବୃତ୍ତି ଅନୁସାରେ, ଉଭୟ ରେଳବାଇ ଜୋନରେ ପ୍ରାୟ 1.25 ଲକ୍ଷ ଅତ୍ୟାବଶ୍ୟକ କର୍ମଚାରୀ (ପଶ୍ଚିମ ରେଳବାଇର 50 ହଜାର) ଟ୍ରେନ୍ ଯୋଗେ ଯାତ୍ରା କରିବେ ବୋଲି ଆଶା କରାଯାଉଛି । ପୂର୍ବରୁ ଚାଲୁଥିବା ରେଳବାଇର ସ୍ବତନ୍ତ୍ର ଟ୍ରେନ ଚାଲିବା ଜାରି ରଖିବ । ବିଭିନ୍ନ ଷ୍ଟେସନରେ ଆରପିଏଫ ଓ ରାଜ୍ୟ ପୋଲିସ ନିୟୋଜିତ ହେବେ ।

ଏପଟେ କେନ୍ଦ୍ରୀୟ ରେଲୱେରେ 200ଟି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ କରିବ । ଏଥିରେ 100 ଟି ଅପ୍ ଏବଂ 100ଟି ଡାଉନ୍ ସାମିଲ ଅଛି । ଯାତ୍ରୀଙ୍କୁ ଟିକେଟ ନେବାବେଳେ ଆଇଡି କାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଇଡି କାର୍ଡ ଦେଖାଇବା ପରେ ହିଁ ଯାତ୍ରୀମାନଙ୍କୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଷ୍ଟାଫଙ୍କୁ କ୍ୟୁଆର ଆଧାରିତ ଇ-ପାସ୍ ଦିଆଯିବ । ଯେଉଁଥିରେ କଲର କୋର୍ଡ ମଧ୍ୟ ରହିବ ।

ଏଥିସହ ରେଳବାଇ ଓ ରାଜ୍ୟ ସରକାର ମଧ୍ୟ ଏକାଧିକ ରାଉଣ୍ଡରେ ଟିକେଟ ଯାଞ୍ଚ କରିବେ । ସମସ୍ତଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିବା ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ଯାତ୍ରୀମାନେ ଶାରିରୀକ ସୁସ୍ଥ ରହିଛନ୍ତି ଓ ସେମାନେ କଣ୍ଟେନମେଣ୍ଟ ଜୋନରୁ ଆସୁନଥିବା ସ୍ପଷ୍ଟ କରିବେ । କୋଚ ଗୁଡିକରେ ସାମାଜିକ ଦୂରତାକୁ ମାନିବା ପାଇଁ ଏହାର ବସିବା କ୍ଷମତା କମ କରାଯାଇଛି । ପୂର୍ବରୁ 1200 ଜଣ ବସିପାରୁଥିବା ବେଳେ ବର୍ତ୍ତମାନ କେବଳ 700ଜଣଙ୍କୁ ବସିବାକୁ ଦିଆଯିବ ।

@ANI

Last Updated : Jun 15, 2020, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.