ETV Bharat / bharat

ଅର୍ଣ୍ଣବଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଲେ ମୁମ୍ବାଇ DCP

author img

By

Published : Feb 3, 2021, 6:48 PM IST

ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ନିର୍ଦ୍ଦେଶକ ସମ୍ବ୍ୟବ୍ରତା ଗୋସ୍ବାମୀ ଓ ଏଆରଜି ଆଉଟଲେୟର ମିଡିଆ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଲେ ମୁମ୍ବାଇ DCP
ଅର୍ଣ୍ଣବଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଲେ ମୁମ୍ବାଇ DCP

ମୁମ୍ବାଇ: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ପୁନର୍ବାର କଡା ଆଭିମୁଖ୍ୟ ଆପଣାଇଛି ମୁମ୍ବାଇ ପୋଲିସ । ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ନିର୍ଦ୍ଦେଶକ ସମ୍ବ୍ୟବ୍ରତା ଗୋସ୍ବାମୀ ଓ ଏଆରଜି ଆଉଟଲେୟର ମିଡିଆ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ।

ସରକାରୀ ଆଇନଜୀବୀଙ୍କ ପକ୍ଷରୁ ଏହି ମାମଲା ମୁମ୍ବାଇର ସେସନ କୋର୍ଟରେ ଦାଖଲ କରାଯାଇଛି । ଅଭିଯୋଗ ପତ୍ରରେ କ୍ଷତିପୂରଣର ମଧ୍ୟ ଦାବି କରିଛନ୍ତି ଡିସିପି ।

ଆବେଦନକାରୀ କହିଛନ୍ତି, ଅପମାନଜନକ ଟିପ୍ପଣୀ ତ୍ରିମୁଖେଙ୍କ ଛବିକୁ ନଷ୍ଟ କରିବା ଦୃଷ୍ଟିକୋଣରୁ କରାଯାଇଛି । ଏହିପରି ଦୁର୍ଭାଗ୍ୟପୂର୍ଣ୍ଣ ଓ ଜାଣିଶୁଣି କରାଯାଇଥିବା ଟିପ୍ପଣୀ ମୁମ୍ବାଇ ପୋଲିସ ବିଭାଗ ପ୍ରତି ଅପମାନ । କାରଣ ଏମାନେ ଜନତାଙ୍କ ସେବା କରୁଛନ୍ତି ।

ଡିସିପି ତ୍ରିମୁଖେ ଅଭିଯୋଗ ଆଣିଛନ୍ତି ଯେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସମ୍ବନ୍ଧିତ ଏକ ଚର୍ଚ୍ଚା ସମୟରେ ଗୋସ୍ବାମୀଙ୍କ ଦ୍ବାରା ତାଙ୍କ ବିରୋଧରେ ମାନହାନୀ ଟିପ୍ପଣୀ କରାଯାଇଥିଲା । ଏହାପରେ ଏହି ଟିପ୍ପଣୀକୁ ୟୁଟ୍ୟୁବରେ ପ୍ରସାରିତ ମଧ୍ୟ ହୋଇଥିଲା । ଏହି ଚର୍ଚ୍ଚା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ କଲ ରେକର୍ଡ ଉପରେ ଆଧାରିତ ଥିଲା, ଯାହାକି ଡ୍ରଗ୍ସ ମାମଲା ସହିତ ଜଡିତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.