ETV Bharat / bharat

20 ଜଣ ତବଲିଗି ଜମାତଙ୍କୁ ମୁକ୍ତ କଲା ମୁମ୍ବାଇ କୋର୍ଟ

author img

By

Published : Oct 20, 2020, 1:48 PM IST

ସୋମବାର ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ 10 ଜଣ ଇଣ୍ଡୋନେସିଆ ଓ 10 ଜଣ କିର୍ଗିଜସ୍ଥାନର ବିଦେଶୀ ଜମାତୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଧିକ ପଢନ୍ତୁ...

ତବଲିଗୀ ଜମାତ
ତବଲିଗୀ ଜମାତ

ମୁମ୍ବାଇ: ସୋମବାର ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ 10 ଜଣ ଇଣ୍ଡୋନେସିଆ ଓ 10 ଜଣ କିର୍ଗିଜସ୍ଥାନର ବିଦେଶୀ ଜମାତୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏମାନେ ନୂଆଦିଲ୍ଲୀର ନିଜାମୁଦ୍ଦିନ ଠାରେ ତବଲିଗୀ ଜମାତୀର ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ । କୋଭିଡ-19 ସମୟରେ ଦିଆଯାଇଥିବା ଗାଇଡଲାଇନକୁ ପାଳନ ନକରିବାରୁ ବିଦେଶୀ ଜମାତୀଙ୍କୁ ଏପ୍ରିଲ 5 ରେ ଦୁଇଟି ପୃଥକ ମାମଲାରେ ଗିରଫ କରାଯାଇଥିଲା।

ମୁମ୍ବାଇ ପୋଲିସ ପ୍ରଥମେ ଚେତବନୀ ଦେଇଥିଲା । ଚେତାବନୀ ମାନି ନଥିବା ଜମାତୀଙ୍କୁ ପୋଲିସ ଗିରଫ କରିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଏନେଇ ଡିଏନ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା । ହତ୍ୟା ଉଦ୍ୟମ ପାଇଁ ଏହି ଗୋଷ୍ଠୀକୁ ଗିରଫ କରାଯାଇଥିଲା। ଏପିଡେମିକ୍ ଅଧିନିୟମ, ଜାତୀୟ ବିପର୍ଯ୍ୟୟ ଆଇନ, ବୈଦେଶିକ ଅଧିନିୟମ ଏବଂ ବମ୍ବେ ପୋଲିସ୍ ଆକ୍ଟ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଥିଲା।

ତେବେ ସିଜନ୍ କୋର୍ଟ ଅଭିଯୁକ୍ତଙ୍କୁ ଖଲାସ କରିଛି । ଏହି ମାସ ଆରମ୍ଭରେ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟାନ୍ୟ ଅଭିଯୋଗକୁ ଖାରଜ କରିଦେଇଥିଲେ ଏବଂ ବମ୍ବେ ପୋଲିସ୍ ଆକ୍ଟର ଧାରା 135 ଅନୁଯାୟୀ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ସମସ୍ତ ପ୍ରମାଣ ଉପରେ ବିଚାର କରିବା ପରେ କହିଛନ୍ତି, ଉକ୍ତ ସାକ୍ଷୀମାନଙ୍କ ବୟାନ ଶୁଣିବା ପରେ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ । ଅଭିଯୁକ୍ତମାନେ ବମ୍ବେ ପୋଲିସ୍ ଆକ୍ଟର ଧାରା 37 ଆଇନ ଅନୁଯାୟୀ କରାଯାଇଥିବା ବିଜ୍ଞପ୍ତିକୁ ଉଲ୍ଲଂଘନ କରିଥିବା ଦର୍ଶାଇବା ପାଇଁ କୌଣସି ଆଇନଗତ ପ୍ରମାଣ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.