ETV Bharat / bharat

ମୁମ୍ବାଇ ହେଉଛି ଭାରତର - ଏ. ସୂର୍ଯ୍ୟପ୍ରକାଶ

ମୁମ୍ବାଇ ଶିବସେନାର ନୁହେଁ ବୋଲି କହିବାର ସମୟ ଏବେ ଆସିଛି ଏବଂ ଏହି ମହାନଗରୀ ପାଇଁ କୌଣସି ଭାରତୀୟଙ୍କୁ ପ୍ରବେଶ ଭିସା ପ୍ରଦାନ କ୍ଷମତା ଶିବ ସେନାର ନାହିଁ । ମୁମ୍ବାଇ ହେଉଛି ଭାରତର । ଏବଂ ଏହାର ଅନେକ ଯୁକ୍ତିଯୁକ୍ତ ରହିଛି ବୋଲି ଲେଖକ ଏ. ସୂର୍ଯ୍ୟପ୍ରକାଶ ବର୍ଣ୍ଣନା କରିଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ ହେଉଛି ଭାରତର
ମୁମ୍ବାଇ ହେଉଛି ଭାରତର
author img

By

Published : Sep 22, 2020, 12:15 PM IST

ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଭୟଭୀତ କରିବା ପାଇଁ ଶିବସେନାର ନିର୍ବୋଧ ପ୍ରୟାସ ଏବଂ ତାଙ୍କ ଧନସମ୍ପତ୍ତି ଭାଙ୍ଗିରୁଜି ନଷ୍ଟ କରିବା ଘଟଣାକୁ ଦେଶର ଆଇନଶୃଙ୍ଖଳା ଓ ଗଣତନ୍ତ୍ରକୁ ବଜାୟ ରଖିଥିବା ସମସ୍ତେ ନିନ୍ଦା କରିବା ଉଚିତ୍। ମୁମ୍ବାଇ ଶିବସେନାର ନୁହେଁ ବୋଲି କହିବାର ସମୟ ଏବେ ଆସିଛି ଏବଂ ଏହି ମହାନଗରୀ ପାଇଁ କୌଣସି ଭାରତୀୟଙ୍କୁ ପ୍ରବେଶ ଭିସା ପ୍ରଦାନ କ୍ଷମତା ଶିବ ସେନାର ନାହିଁ। ମୁମ୍ବାଇ ହେଉଛି ଭାରତର।

ଆଇନ ଉଲ୍ଲଂଘନ ଦର୍ଶାଇ ମାତ୍ର ଦିନକର ନୋଟିସ୍ ଦେଇ ଅଭିନେତ୍ରୀଙ୍କ ମୁମ୍ବାଇର ପାଲି ହିଲ୍ ସ୍ଥିତ ଅଫିସକୁ ଉଚ୍ଛେଦ କରିବା ପୂର୍ବରୁ ହିମାଚଳ ପ୍ରଦେଶ ଯାଇଥିବା କଙ୍ଗନାଙ୍କୁ ମୁମ୍ବାଇରେ ଥିବା ତାଙ୍କ ଘରକୁ ନଫେରିବା ପାଇଁ ଦଳର ନେତା ଏବଂ ଗୁଣ୍ଡାମାନଙ୍କ ଦ୍ବାରା ନାନାଦି ଧମକଚମକ ଦିଆଯାଇଥିଲା। ଧମକ ଦେଇଥିବା ନେତାଙ୍କ ମଧ୍ୟରେ ଖୋଦ୍ ରାଜ୍ୟର ଗୃହମନ୍ତ୍ରୀ ବି ଥିଲେ। ଏପରିକି ଦଳର ନେତାମାନେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଯଦି ଭାରତରେ ଏପରି ଘଟଣା ଘଟେ ତେବେ ଦେଶରୁ ଗଣତନ୍ତ୍ର ଲୋପ ପାଇଯିବ ଏବଂ ସବୁଠି ଦେଖିବାକୁ ମିଳିବ ଗୁଣ୍ଡାରାଜ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଠିକଣା ସମୟରେ କଙ୍ଗନାଙ୍କୁ ସୁରକ୍ଷା ଦେବା ସହିତ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକଳାପ ‘ନିନ୍ଦନୀୟ’ ବୋଲି କହିବା ସହ ପ୍ରତିଶୋଧ ପରାୟଣ ରାଜନୀତିକୁ କଟାକ୍ଷ କରିଥିଲେ। ହିମାଚଳର ଝିଅ ପ୍ରତି ଅସମ୍ମାନକୁ ସହ୍ୟ କରାଯିବ ନାହିଁ ବୋଲି ସେ ତାଗିଦ କରି ଦେଇଥିଲେ।

ସରକାରୀ କଳ ଏବଂ ଦଳୀୟ ଗୁଣ୍ଡାଙ୍କୁ ଲଗାଇ କଙ୍ଗନାଙ୍କୁ ଶିବ ସେନାର ଧମକଚମକ ପରେ ଅଭିନେତ୍ରୀଙ୍କୁ ସେପ୍ଟେମ୍ବର 9ରେ ମୁମ୍ବାଇ ଫେରିବା ବେଳେ “ୱାଇ ପ୍ଲସ” କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେବାକୁ ହିମାଚଳ ପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହାଦ୍ବାରା ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ଏବେଠାରୁ ଆଗକୁ ସତର୍କ ରହିବା ଉଚିତ, କାରଣ ଅନ୍ୟ ରାଜ୍ୟରୁ ଯାଉଥିବା ଦେଶବାସୀଙ୍କ ପ୍ରତି ଶିବ ସୈନିକଙ୍କର ଏପରି ଆଚରଣ ଆଦୌ ସହ୍ୟ କରାଯିବ ନାହିଁ।

ବମ୍ବେ ହାଇକୋର୍ଟ ମଧ୍ୟ ସଠିକ୍ ପଦକ୍ଷେପ ନେଇ ବିଏମସିକୁ ଭର୍ତ୍ସନା କରିବା ସହ କଙ୍ଗନାଙ୍କ ଅଫିସ ଗୃହ ଉଚ୍ଛେଦ “ନିନ୍ଦନୀୟ” ବୋଲି କହିଥିଲେ। ମ୍ୟୁନିସିପାଲ କର୍ପୋରେସନର କାର୍ଯ୍ୟାନୁଷ୍ଠାନକୁ କୋର୍ଟ “ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ। ଯାହାକୁ କର୍ପୋରେସନ ବେଆଇନ ନିର୍ମାଣ ଦର୍ଶାଇଥିଲା ତାହା ଗୋଟିଏ ରାତିରେ ହୋଇନଥିଲା। କଙ୍ଗନା ମୁମ୍ବାଇ ବାହାରେ ଥିବା ବେଳେ ତାଙ୍କୁ ନୋଟିସ୍ ଦେଇ ଏହାର 24 ଘଣ୍ଟା ନପୂରୁଣୁ ବିଏମସି ହଠାତ୍ ବେଆଇନ ନିର୍ମାଣ ଉଚ୍ଛେଦ ନେଇ ତତ୍ପର ହୋଇଉଠିଥିଲା । ଏସବୁ କାର୍ଯ୍ୟକଳାପରୁ ସ୍ପଷ୍ଟ ସୂଚୀତ ହେଉଛି ଯେ, ବିଏମସିର ଏପରି ତରବରିଆ ପଦକ୍ଷେପ ପଛରେ ମନ୍ଦ ଉଦ୍ଦେଶ୍ୟ ନିହିତ ଥିଲା। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ମ୍ୟୁନିସିପାଲ କର୍ପୋରେସନର ଓକିଲ ଠିକ୍ ସମୟରେ କୋର୍ଟରେ ହାଜର ହୋଇନଥିଲେ ଏବଂ ମ୍ୟୁନିସିପାଲ କମିସନରଙ୍କ ସହ ଏ ନେଇ ଆଲୋଚନା ପାଇଁ କୋର୍ଟ ପକ୍ଷରୁ ଉଦ୍ୟମ କରାଯାଇଥିଲା, କିନ୍ତୁ ତାଙ୍କର ମୋବାଇଲ ଫୋନ୍ ବାରମ୍ବାର ସୁଇଚ୍ ଅଫ୍ ଆସିଥିଲା। ଏହାରି ଭିତରେ ବିଏମସି ପକ୍ଷରୁ ଭଙ୍ଗା କାର୍ଯ୍ୟ ଜାରି ରହିଥିଲା। ପୌର ନିଗମ ପକ୍ଷରୁ ସହରରେ ବହୁସଂଖ୍ୟାରେ ବେଆଇନ ନିର୍ମାଣ ରହିଥିବା ସତ୍ତ୍ବେ ସେସବୁର ଉଚ୍ଛେଦ ପାଇଁ ପୂର୍ବରୁ ଏପରି ଅନୁରୂପ ତତ୍ପରତା କାହିଁକି ବିଏମସି ଦର୍ଶାଇନଥିଲା ବୋଲି ଉଲ୍ଲେଖ କରି କୋର୍ଟ ଏଥିରେ ବିସ୍ମୟ ପ୍ରକାଶ କରିଥିଲେ।

ଉଚ୍ଛେଦ କାର୍ଯ୍ୟ ବିରୁଦ୍ଧରେ ହୋଇଥିବା ଆବେଦନକୁ ଧ୍ୟାନରେ ରଖି ଭଙ୍ଗା କାର୍ଯ୍ୟ ଶେଷ ନହେବା ଯାଏଁ ଶୁଣାଣି କରାଇ ନଦେବା ପାଇଁ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମକୁ କୋର୍ଟ ସେପ୍ଟେମ୍ବର 9ରେ ଦେଇଥିବା ଆଦେଶରେ ରେକର୍ଡ ଭୁକ୍ତ କରିଥିଲେ। ନ୍ୟାୟପାଳିକାକୁ ଅସମ୍ମାନ କରିବା ସହ ଏହା କାର୍ଯ୍ୟପାଳିକାର ଜିଦଖୋର ମନୋବୃତ୍ତିକୁ ସୂଚାଉ ଥିବା କଥା ମଧ୍ୟ କୋର୍ଟ ଉଲ୍ଲେଖ କରିଥିଲେ।

ମୁମ୍ବାଇ ଶିବସେନାର ନୂହେଁ ବୋଲି ସେମାନଙ୍କୁ କହିଦେବାକୁ ହେବ। ସେମାନେ ବହୁତ ଦିନ ହେଲା ଏପରି ଏକ ମାୟା ଜାଲର ମାନସିକାରେ ରହି ଆସିଛନ୍ତି। ବାସ୍ତବରେ ମରାଠୀ ଭାଷାଭାଷୀଙ୍କୁ ନେଇ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ ଯେତେବେଳେ ଆନ୍ଦୋଳନ ହୋଇଥିଲା, ସେ ସମୟରେ ମରାଠୀଙ୍କ ଭଳି ତତ୍କାଳୀନ ବମ୍ବେ ପାଇଁ ଗୁଜୁରାଟୀ ଏବଂ ଅନ୍ୟମାନେ ମଧ୍ୟ ସେମାନଙ୍କର ହକ୍ ଦାବି କରିଥିଲେ ଏବଂ ବମ୍ବେକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାପରଠାରୁ ପୌର ନିର୍ବାଚନ ରାଜନୀତିରେ ଶିବ ସେନାର ବିଷମଞ୍ଜି ବୁଣିବା ସତ୍ତ୍ବେ ବିଭିନ୍ନ ବର୍ଗର ଲୋକସଂଖ୍ୟା ଦୃଷ୍ଟିରୁ ବମ୍ବେ ଏକ କସମୋପୋଲିଟାନ ସିଟିର ଆଖ୍ୟା ପାଇ ଆସିଛି । ଏହା ପଛରେ ଏକ ଅନ୍ତର୍ଜାତୀୟ ସହରର ମାନ୍ୟତା ବି ରହିଛି ।

ଏକ ସ୍ବତନ୍ତ୍ର ମରାଠୀ ଭାଷାଭାଷୀ ରାଜ୍ୟ ଗଠନ ବେଳେ ବମ୍ବେର ଗୁରୁତ୍ବପୂର୍ଣ୍ଣ ଅବସ୍ଥିତି ଏବଂ ଏହାର କସମୋପୋଲିଟାନ ଚରିତ୍ର କାରଣରୁ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଗୁଜରାଟ ରିସର୍ଚ୍ଚ ସୋସାଇଟିର ସଭାପତି 1948ରେ “ମହା ଗୁଜରାଟର ଭାଷାଭିତ୍ତିକ ସୀମା” ଉପରେ ଏକ ସ୍ମାରକପତ୍ର ଲିଙ୍ଗ୍ୟୁଷ୍ଟିକ ପ୍ରୋଭିନ୍ସେସ କମିସନଙ୍କ ନିକଟରେ ଦାଖଲ କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ବାସ୍ତବରେ ମରାଠୀ ଭାଷା ଆଧାରରେ ଏକ ପୃଥକ୍ ରାଜ୍ୟ ଗଠନ ହେବା ଉଚିତ୍, କିନ୍ତୁ ବମ୍ବେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହେବା ଉଚିତ୍। ଭାଷା ଭିତ୍ତିରେ ବିଭିନ୍ନ ରାଜ୍ୟ ଗଠନ ପାଇଁ ସେ ସମୟରେ ହୋଇଥିବା ଦାବିର ବିଚାର କରିବା ପାଇଁ ଭାରତର ସମ୍ବିଧାନ ସଭା ଦ୍ବାରା ଏହି କମିସନ ନିଯୁକ୍ତ ହୋଇଥିଲେ। “ବମ୍ବେ ସହର, ଏହାର ବନ୍ଦର ଏବଂ ସହରତଳିକୁ ନେଇ ଏକ ସ୍ବତନ୍ତ୍ର ଆତ୍ମନିର୍ଭରଶୀଳ ପ୍ରୋଭିନ୍ସ କେନ୍ଦ୍ର ସରକାରଙ୍କ ଅଧିନରେ ଗଠନ କରାଯିବା ଉଚିତ୍। ଅନ୍ତର୍ଜାତୀୟ ପରିଚୟ ଥିବା ବମ୍ବେ ଏକ ସର୍ବଭାରତୀୟ ସହର ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଏବଂ ଏପରିକି ବହୁସଂଖ୍ୟାରେ ବିଦେଶୀ ଲୋକେ ଆସି ଏଠାରେ ବସବାସ କରୁଛନ୍ତି। ସୁତରାଂ ବମ୍ବେ ଭଳି ଏକ ଅନ୍ତର୍ଜାତୀୟ ବନ୍ଦରକୁ ଆଞ୍ଚଳିକ ଭାଷା ଭିତ୍ତିରେ ଗଠନ ହୋଇଥିବା ମହାରାଷ୍ଟ୍ର ପ୍ରଦେଶକୁ ଦେଇଦେବା ଅନୁଚିତ ହେବ” ବୋଲି ସ୍ମାରକପତ୍ରରେ କୁହାଯାଇଥିଲା।

ଆଜି ବି ସେହି ଚିନ୍ତାଧାରା ଯୁକ୍ତିର ଯଥାର୍ଥତା ରହିଛି। ମୁମ୍ବାଇ ମହାନଗରୀ ଶିବ ସେନାର କିଛି ସଂକୀର୍ଣ୍ଣ ଓ ନିର୍ବୋଧ ରାଜନେତାଙ୍କର ନୂହେଁ ବୋଲି ସେମାନେ ଜାଣି ରଖିବା ଉଚିତ୍। ମୁମ୍ବାଇ, ମହାରାଷ୍ଟ୍ର ଏବଂ ମରାଠୀ ଲୋକଙ୍କ ପ୍ରତି କଙ୍ଗନାଙ୍କ ଅସୂୟା ମନୋଭାବ ଥିବା ଭଳି ଏକ ଚିତ୍ର ସାଧାରଣରେ ସୃଷ୍ଟି କରିବାକୁ ଶିବସେନା ପ୍ରୟାସ କରି ଆସୁଛି । ଏହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ବଲିଉଡ୍ ଅଭିନେତ୍ରୀ ମୁମ୍ବାଇ, ମହାରାଷ୍ଟ୍ର ଏବଂ ମରାଠୀ କାହାରି ଉପରେ କୌଣସି ଆକ୍ରମଣ କରିନାହାଁନ୍ତି। ତାଙ୍କର ଆକ୍ରମଣ କେବଳ ଶିବ ସେନା ଏବଂ ଶିବ ସୈନିକଙ୍କ ଗୁଣ୍ଡାରାଜକୁ ନେଇ। ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରି ଭାରତର ସବୁଠାରୁ ଅତି ସୁନ୍ଦର ସହର ମୁମ୍ବାଇରେ ଘୃଣା ଭରିଦେବା ପାଇଁ ହେଉଥିବା ପ୍ରୟାସକୁ ସେ ବିରୋଧ କରୁଛନ୍ତି। ଭାରତର ଜନସାଧାରଣ ମୁମ୍ବାଇ ମହାନଗରର ଚାବି ଶିବ ସେନାକୁ ଦେଇନାହାଁନ୍ତି କିମ୍ବା କେବେ ବି ଦେବେନାହିଁ। ଶିବ ସେନା ଛତ୍ରପତି ଶିବାଜୀଙ୍କ ଉତ୍ତରାଧିକାରୀର ଏକମାତ୍ର ଜମିଦାରୀ ପାଇନାହିଁ। ସାରା ବିଶ୍ବରେ ବସବାସ କରୁଥିବା ଅଗଣିତ ଭାରତୀୟ ଛତ୍ରପତି ଶିବାଜୀଙ୍କୁ ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଏବଂ ଭାରତୀୟ ରାଷ୍ଟ୍ରବାଦର ପ୍ରତୀକ ଭାବେ ଗ୍ରହଣ କରି ଆସିଛନ୍ତି। ଭାରତର ସଭ୍ୟତା ଓ ମୂଲ୍ୟବୋଧ ସୁରକ୍ଷିତ ରଖିବାରେ ଶହ ଶହ ବର୍ଷ ପୂର୍ବେ ତାଙ୍କର ତ୍ୟାଗ ଓ ଅମୂଲ୍ୟ ଅବଦାନ ପାଇଁ ସେ ଆଜି ସର୍ବତ୍ର ଭାରତୀୟଙ୍କ ଦ୍ବାରା ଆଦୃତ୍ତ। ଏପରି ମହାନ୍ ବ୍ୟକ୍ତିଙ୍କୁ କେବଳ ମରାଠୀଙ୍କ ଗର୍ବ କହି ସୀମିତ କରିଦେବାକୁ ଶିବ ସେନା ଯେଉଁ ଉଦ୍ୟମ ଚଳାଇଛି ତାହାର ବିରୋଧ କରାଯିବା ଉଚିତ୍।

ସିନେ ଏବଂ ଟେଲିଭିଜନ ଜଗତରେ ଅଭିନେତା ଓ ନିର୍ଦ୍ଦେଶକ ବା ଅନ୍ୟ କିଏ ହୁଅନ୍ତୁ ମୁମ୍ବାଇ ସେମାନଙ୍କୁ ସବୁ କିଛି ଦେଇଛି ବୋଲି ଶିବ ସେନା ନେତାମାନେ ମଧ୍ୟ କହି ଆସୁଛନ୍ତି। ତେବେ ଏ କ୍ଷେତ୍ରରେ ସେମାନେ ଭୁଲି ଯାଉଛନ୍ତି ଏସବୁ ବ୍ୟକ୍ତି ବିଶେଷ ମୁମ୍ବାଇକୁ ଅନେକ କିଛି ଦେଇଛନ୍ତି। ବମ୍ବେ ହେଉ କି ମୁମ୍ବାଇ ଆଜି ଏହାର ପରିଚୟ ଏଥିପାଇଁ କାରଣ ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଏଣ୍ଟରଟେନମେଣ୍ଟ ଏବଂ ହସ୍ପିଟାଲିଟି ଆଦି ସବୁ କ୍ଷେତ୍ରରେ ଯେଉଁମାନେ ଦେଶର ଶ୍ରେଷ୍ଠ ସେମାନେ ଏହି ସହରକୁ ହିଁ ସେମାନଙ୍କର ମୁଖ୍ୟ କର୍ମସ୍ଥଳ ଭାବେ ଗ୍ରହଣ କରି ଆସିଛନ୍ତି। ଏହାକୁ ସେମାନଙ୍କର ଘର କରି କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଆସିଛନ୍ତି। ଗୁଜରାଟ, ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀର ଏବଂ କେରଳ ଭଳି ଆହୁରି ଅନେକ ରାଜ୍ୟରୁ ଲୋକେ ସେମାନଙ୍କର ସ୍ବପ୍ନ ନେଇ ଏହି ସହରକୁ ଆସିଥାନ୍ତି ଏବଂ ସେମାନଙ୍କ ପ୍ରୟାସରେ ଗଢି ଉଠିଛି ମୁମ୍ବାଇ। ଉଦାହରଣ ସ୍ବରୂପ ଗୁଜରାଟୀଙ୍କୁ ବାଦ୍ ଦେଇ ମୁମ୍ବାଇର ଶିଳ୍ପ ଓ ବାଣିଜ୍ୟ ଅବସ୍ଥା କ’ଣ ରହିବ? କିମ୍ବା ପଞ୍ଜାବୀଙ୍କ ବିନା କିପରି ରହିବ ବଲିଉଡ୍? ଶିବ ସୈନିକମାନେ ସେମାନଙ୍କ ଅପ ପ୍ରୟାସରେ ବିଫଳ ହୋଇଛନ୍ତି। ଯଦି ସେମାନେ ଏପରି ସଂକୀର୍ଣ୍ଣ ରାଜନୀତି ଜାରି ରଖିବେ ତେବେ ସେମାନେ ସମଗ୍ର ଦେଶ ସହ ଶତ୍ରୁତା କରି ବସିବେ।

ତେଜସ୍ବୀ ନେତା ବାଲାସାହେବ ଥାକରେଙ୍କ ଜୀବଦଶାରେ ଭାରତୀୟ ରାଷ୍ଟ୍ରବାଦ ପାଇଁ ଲଢୁଥିବା ଶିବ ସେନା ଏବେ ନିଜକୁ ନିଜେ କାର୍ଟୁନ କରି ସୋନିଆ ସେନାରେ ପରିଣତ ହୋଇଯାଇଛି। ଯଦି ଦଳ ଶାନ୍ତ ସୁଧାର ହୋଇ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣେ, ତେବେ ଆହୁରି ଅନେକ ରାଜ୍ୟ ଏବଂ ମୁଖ୍ୟମନ୍ତ୍ରୀମାନେ ଆଗକୁ ଆସି ଏହାର ବିରୋଧ କରିବେ। ଭାରତମାତା ତା’ର ମଥାର ମୁକୁଟ ମୁମ୍ବାଇକୁ ଆଦୌ ଅଯୋଗ୍ୟଙ୍କ ହାତରେ ଛାଡ଼ିଦେବ ନାହିଁ।

ଲେଖକ

ଏ. ସୂର୍ଯ୍ୟପ୍ରକାଶ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.