ETV Bharat / bharat

ମାଡି ଆସୁଛି ବାତ୍ୟା ନିସର୍ଗ, ମୁମ୍ବାଇ ବିମାନବନ୍ଦରରୁ ଉଡାଣ ଭରିବ 19 ବିମାନ

author img

By

Published : Jun 3, 2020, 1:23 PM IST

Updated : Jun 3, 2020, 2:09 PM IST

ମାୟାନଗରୀ ମୁମ୍ବାଇ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ। ଯାହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଓ ପବନ ଜାରି ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁମ୍ବାଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରୁ କେବଳ 19 ଟି ବିମାନ ଚଳାଚଳ କରିବ।

ମାୟାନଗରୀକୁ ମାଡି ଆସୁଛି ବାତ୍ୟା ନିସର୍ଗ, ମୁମ୍ବାଇ ବିମାନବନ୍ଦରରୁ ଉଡିବ 19 ବିମାନ

ନୂଆଦିଲ୍ଲୀ: କୋରୋନା କାଳରେ ପ୍ରକୃତିର କୋପ। ମାୟାନଗରୀ ମୁମ୍ବାଇ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ। ଯାହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଓ ପବନ ଜାରି ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁମ୍ବାଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରୁ 19 ଟି ବିମାନ ଚଳାଚଳ କରିବ।

ଚଳାଚଳ କରିବାକୁ ଥିବା ବିମାନଗୁଡିକ ଏୟାର ଏସିଆ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଗୋଏୟାର ଏବଂ ସ୍ପାଇସଜେଟ ସମେତ ପାଞ୍ଚଟି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହେବ। ମଙ୍ଗଳବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା 20 ଟି ବିମାନ ମଧ୍ୟରୁ 17 ଟି ବିମାନକୁ ବାତିଲ କରିଦେଇଛି।

ଘୂର୍ଣ୍ଣିବଳୟ ଯୋଗୁଁ ବିମାନର କାର୍ଯ୍ୟସୂଚୀରେ ପରିବର୍ତ୍ତନ ବିଷୟରେ ଯାତ୍ରୀମାନଙ୍କୁ ଅବଗତ କରାଯାଇଛି ଏବଂ ବିମାନ ବନ୍ଦର ଯିବା ପୂର୍ବରୁ ନିଜ ନିଜ ବିମାନ କମ୍ପାନୀ ସହିତ ଯାଞ୍ଚ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ 25 ରୁ ମୁମ୍ବାଇ 50 ଟି ବିମାନ ଚଳାଚଳ କରୁଥିଲା। ଯେତେବେଳେ କୋରୋନାଭାଇରସ୍ ଲକଡାଉନ୍ ହେତୁ ଦୁଇ ମାସର ବ୍ୟବଧାନ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, ଲଗାଣ ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ । ରାସ୍ତା ଘାଟରେ କୁତ୍ରିମ ବନ୍ୟା ସୃଷ୍ଟି କରିଛି । ହେଲେ ଘଣ୍ଟାକୁ 120 କିମି ପବନ ବେଗ ସାଙ୍ଗକୁ ଭାରି ମାତ୍ରାର ବର୍ଷା ପ୍ରଥମ ଥର ଦେଖିବ ମହାନଗରୀ । ବର୍ତ୍ତମାନ ଦକ୍ଷିଣ-ଦକ୍ଷିଣ ପୂର୍ବ ଅଲୀଗର ଠାରୁ ବାତ୍ୟା 200 କିମି ଦୂରରେ ଥିବାବେଳେ ମୁମ୍ବାଇରୁ 250 କିମି ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ବାତ୍ୟା ପାଇଁ ମୁମ୍ବାଇ, ସୁରଟ ଏବଂ ମହାରାଷ୍ଟ୍ର ଏବଂ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ସତର୍କ ହୋଇପଡିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଭୟଙ୍କର ଭାବେ ସାଇକ୍ଲୋନିକ୍ ନିସର୍ଗ ମୁମ୍ବାଇ ଦେଇ ଗତି କରିବ।

Last Updated : Jun 3, 2020, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.