ETV Bharat / bharat

ଲଢେଇ ବେଳେ କୋଳାକୋଳି, ଏକାଠି ହେଲେ ମାୟା-ମୁଲାୟମ - BJP

ସପା ନେତା ମୁଲାୟମ ସିଂ ଯାଦବଙ୍କ ପାଇଁ ଭୋଟ ମାଗିଲେ ମାୟାବତୀ । ଏହାସହ ମୁଲାୟମଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଡା ପ୍ରହାର କରିଛନ୍ତି ବିଏସପି ନେତା ମାୟାବତୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 19, 2019, 8:57 PM IST

Updated : Apr 19, 2019, 9:25 PM IST

ଲକ୍ଷ୍ନୌ: କଥାରେ ଅଛି ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନଥାଏ । ୟୁପି ରାଜନୀତିରେ ବର୍ତ୍ତମାନ ତାହା ଦେଖିବାକୁ ମିଳିଛି । ଗେଷ୍ଟ ହାଉସ କାଣ୍ଡ ପରେ ବିଏସପି ସୁପ୍ରିମୋ ମାୟାବତୀ ସମାଜବାଦୀ ପାର୍ଟି(ଏସପି) ଠାରୁ ସମସ୍ତ ସମ୍ପର୍କ ତୁଟାଇଥିଲେ । ବର୍ତ୍ତମାନ ରାଜ୍ୟରେ ଏସପି-ବିଏସପି ମେଣ୍ଟ ଲୋକସଭା ନିର୍ବାଚନରେ ଏକାଠି ହୋଇ ଲଢୁଛନ୍ତି । ଅନ୍ୟପକ୍ଷେ ୨୬ ବର୍ଷ ପରେ ମାୟାବତୀ ଗେଷ୍ଟ ହାଉସ କାଣ୍ଡର ସମସ୍ତ କଳା ଅତୀତକୁ ଭୁଲି ଶୁକ୍ରବାର ଏସପି ସଂରକ୍ଷକ ମୁଲାୟମ ସିଂ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ।

ଏହାକୁ ମଧ୍ୟ ପଢ଼ନ୍ତୁ: ଏନଡି ତିୱାରୀଙ୍କ ପୁଅ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ଶ୍ବାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

ମାୟାବତୀ ମୁଲାୟମ ସିଂଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଭୋଟ ମଧ୍ୟ ମାଗିଛନ୍ତି । ଏହାସହ ମୁଲାୟମଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଡା ପ୍ରହାର କରିଛନ୍ତି । ମୋଦି ନିଜକୁ ପଛୁଆ ବର୍ଗ କହି ଓବିସି ରାଜନୀତିକୁ ହାୱା ଦେଇଛନ୍ତି । କିନ୍ତୁ ସେ ହେଉଛନ୍ତି ନକଲି ଓବିସି । ଏହାସହ ସେ କହିଛନ୍ତି ଯେ ମୁଲାୟମ ସିଂ ହେଉଛନ୍ତି ଜନ୍ମଜାତ ଓ ପ୍ରକୃତ ପଛୁଆ ଜାତିର ନେତା ।

ନକଲ ଓବିସି ବ୍ୟକ୍ତି ପଛୁଆ ବର୍ଗର କେବେ ମଧ୍ୟ ହିତାକାଂକ୍ଷୀ ହୋଇ ନଥାଏ । ପଛୁଆ ବର୍ଗର ନେତା ମୁଲାୟମଙ୍କୁ ଆପଣମାନେ ନିର୍ବାଚନରେ ଜିତାଇ ସଂସଦ ପଠାନ୍ତୁ । ଏହି ନିର୍ବାଚନ ଅସଲି ଓ ନକଲି କଣ ତାହା ଜାଣିବାର ଆବଶ୍ୟକତା ରହିଛି । ନକଲି ଲୋକଙ୍କ ଠାରୁ ଧୋକା ଖାଇବାରୁ ବଞ୍ଚନ୍ତୁ ବୋଲି ବିଏସପି ସୁପ୍ରିମୋ କହିଛନ୍ତି ।

Last Updated : Apr 19, 2019, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.