ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାର ବୁଧବାର ପ୍ରଥମ କ୍ୟାବିନେଟ ବିସ୍ତାର କରିବାକୁ ଯାଉଛି । କ୍ୟାବିନେଟ ବିସ୍ତାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାଞ୍ଚ ଜଣ ମନ୍ତ୍ରୀଙ୍କର ଇସ୍ତଫା ମଞ୍ଜୁର କରି ଦେଇଛନ୍ତି ।
ଇସ୍ତଫା ମଞ୍ଜୁର ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରେ ସ୍ବତନ୍ତ୍ର ଦେବ ସିଂହ, ରାଜେଶ ଅଗ୍ରଓ୍ବାଲ, ଧର୍ମପାଲ ସିଂହ, ଅନୁପମା ଜୈସଓ୍ବାଲ ଓ ଅର୍ଚ୍ଚନା ପାଣ୍ଡେ ସାମିଲ ଅଛନ୍ତି । ଏକ ବ୍ୟକ୍ତି 'ଏକ ପଦ ଏକ ସିଦ୍ଧାନ୍ତ'କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଦେବ ଇସ୍ତଫା ଦେଇଛନ୍ତି । ସ୍ବତନ୍ତ୍ର ଦେବଙ୍କୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ବ ମିଳିଛି ।
ବୁଧବାର ହେବାକୁ ଥିବା ଯୋଗୀ ମନ୍ତ୍ରୀ ମଣ୍ଡଳ ବିସ୍ତାରରେ 15 ନୂଆ ଛବି ସାମିଲ ହେବା ନେଇ ଅନୁମାନ କରାଯାଉଛି । ଆସନର ଅନୁପାତ ଅନୁଶାରେ ଯୋଗୀ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା 60 ହୋଇପାରେ । ପୂର୍ବରୁ 47 ମନ୍ତ୍ରୀ ଥିବା ବେଳେ ରୀତା ବହୁଗୁଣା, ଡାକ୍ତର ଏସପି ସିଂହ, ବାଘେଲ ଓ ସତ୍ୟମେବ ପଚୌରୀ ସାଂସଦ ନିର୍ବାଚିତ ହେବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।