ETV Bharat / bharat

କୃଷକଙ୍କ ନିଆରା ପଦକ୍ଷେପ: ଜାତୀୟ ରାଜପଥରେ କଲେ ସୋୟାବିନ୍ ଚାଷ

author img

By

Published : Aug 8, 2020, 4:38 PM IST

ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଜଣେ କୃଷକ ବେତୁଲ-ଭୋପାଳ ଜାତୀୟ ରାଜପଥରେ ନିର୍ମିତ ଏକ ଡିଭାଇଡର୍ ଉପରେ ସୋୟାବିନ୍ ଚାଷ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଏବଂ ସ୍ଥାନୀୟ ପ୍ରଶାସନ ଚକିତ ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

କୃଷକଙ୍କ ନିଆରା ପଦକ୍ଷେପ: ଜାତୀୟ ରାଜପଥରେ କଲେ ସୋୟାବିନ୍ ଚାଷ
କୃଷକଙ୍କ ନିଆରା ପଦକ୍ଷେପ: ଜାତୀୟ ରାଜପଥରେ କଲେ ସୋୟାବିନ୍ ଚାଷ

ଭୋପାଳ: ଆପଣ ଅନେକ ସମୟରେ ଜାତୀୟ ରାଜପଥରେ ଚାଲୁଥିବା ହାଇ ସ୍ପିଡ୍ ଯାନଗୁଡ଼ିକୁ ଦେଖିଥିବେ, କିନ୍ତୁ କେବେ ରାଜପଥ ମଧ୍ୟରେ ଚାଷଜମି ଦେଖିଛନ୍ତି କି? ଏହା ଶୁଣିବାକୁ ଅଜବ ଲାଗୁଥାଇପାରେ, କିନ୍ତୁ ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ଜଣେ କୃଷକ ବେତୁଲ-ଭୋପାଳ ଜାତୀୟ ରାଜପଥରେ ନିର୍ମିତ ଏକ ଡିଭାଇଡର୍ ଉପରେ ସୋୟାବିନ୍ ଚାଷ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଏବଂ ସ୍ଥାନୀୟ ପ୍ରଶାସନ ଚକିତ ହୋଇଯାଇଛନ୍ତି ।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ସୂଚନାରେ ତହସିଲଦାର ଏହି ସ୍ଥାନରେ ପହଞ୍ଚି ରାଜପଥରେ ସୋୟାବିନ ଚାଷ ଦେଖିଥିଲେ । ଜାତୀୟ ରାଜପଥ ମଧ୍ୟରେ ଥିବା ଏକ ଡିଭାଇଡର୍ ଉପରେ ଲାଲା ଯାଦବ ନାମକ ଜଣେ କୃଷକ ୧୦ ଫୁଟ ଚଉଡ଼ା ଏବଂ ପ୍ରାୟ ୩୦୦ ଫୁଟ ଲମ୍ବ ସ୍ଥାନରେ ସୋୟାବିନ ବୁଣିଛନ୍ତି। ଏହା ପରେ ତହସିଲଦାର ତୁରନ୍ତ ରାଜସ୍ୱ କର୍ମଚାରୀ ଏବଂ ପାଟୱାରୀଙ୍କୁ ତଦନ୍ତ କରି ଶୀଘ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଲାଲା ଯାଦବ କହିଛନ୍ତି ଯେ, ଜମିରେ ବୁଣିବା ପାଇଁ ଆଣିଥିବ ସୋୟାବିନ ମଞ୍ଜିରୁ ୫ କିଲୋ ବଳି ପଡିଥିଲା । ବଳକା ମଞ୍ଜିକୁ ନ ଫୋପାଡି ସେ ତାକୁ ଡିଭାଇଡର ଉପରେ ବିଞ୍ଚି ଦେଇଥିଲେ । ପରେ ଗଛ ହେବା ଦେଖି ସେ ପାଣି ଓ ସାର ଦେଇ ଏହାର ଯତ୍ନ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.