ETV Bharat / bharat

ସୁପ୍ରିମକୋର୍ଟରେ ବିଜେପିର ପିଟିସନ ଦାଏର: ୨୪ ଘଣ୍ଟାରେ ଫ୍ଲୋର ଟେଷ୍ଟ ଦାବି

author img

By

Published : Mar 16, 2020, 5:33 PM IST

ମଧ୍ୟପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନକୁ ମାର୍ଚ୍ଚ 26 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏବେ ଏହି ନିର୍ଣ୍ଣୟକୁ ବିଜେପି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଏକ ପିଟିସନରେ ଦାବି କରି ବିଜେପି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପିକରଙ୍କୁ 12 ଘଣ୍ଟା ମଧ୍ୟରେ ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯିବା ପାଇଁ କୁହାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୋପାଳ: ଗୋଟିଏ ପଟେ ଦେଶରେ କୋରୋନା ଭାଇରସକୁ ନେଇ ଆତଙ୍କ ଜାରି । ଅନ୍ୟପଟେ ମଧ୍ୟପ୍ରଦେଶ ରାଜନୀତିରେ ମହାଭାରତ । କୋରୋନାକୁ ଆଢୁଆଳ କରି କମଳନାଥ ସରକାର ସୋମବାର ବଞ୍ଚିଯାଇଥିବା କୁହାଯାଉଛି । ମଧ୍ୟପ୍ରଦେଶ ବିଧାନସଭାରେ ବଜେଟ ଅଧିବେଶନକୁ ମାର୍ଚ୍ଚ 26 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏବେ ଏହି ନିର୍ଣ୍ଣୟକୁ ବିଜେପି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଏକ ପିଟିସନରେ ଦାବି କରି ବିଜେପି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପିକରଙ୍କୁ 12 ଘଣ୍ଟା ମଧ୍ୟରେ ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯିବା ପାଇଁ କୁହାଯାଇଛି ।

‘କମଳନାଥଙ୍କୁ ରଣଛୋଡଦାସ‘

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ ଏବଂ 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ସେଥିମଧ୍ୟରୁ 6 ଜଣ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିଛନ୍ତି ଏବଂ କମଲ ନାଥ ସରକାରଙ୍କ ପାଖରେ ବହୁମତ ନାହିଁ । ଏହାସହ ଏହି ଯାଚିକାରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇଥିବା ଓ 16 ମାର୍ଚ୍ଚରେ ଫ୍ଲୋର ଟେଷ୍ଟ କରାଯାଇନଥିବା ଦର୍ଶାଯାଇଛି ।

ଏହି ପିଟିସନରେ ଶିବରାଜ ମୁଖ୍ୟମନ୍ତ୍ରୀ କମଳନାଥ, ବାଚସ୍ପତି ଏନପି ପ୍ରଜାପତି ଓ ମୁଖ୍ୟ ସଚିବଙ୍କ ବିରୋଧରେ ପିଟିସନ ଦାୟର କରିଛନ୍ତି । ସୋମବାର ବିଜେପି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିକଟରେ ସମସ୍ତ ବିଜେପି ବିଧାୟକଙ୍କ ପରେଡ କରିଥିଲେ ।

ଶିବରାଜ କହିଛନ୍ତି କଂଗ୍ରେସ ସରକାରଙ୍କର ଗୋଟିଏ ଦିନ ବି କ୍ଷମତାରେ ରହିବାର କୈାଣସି ନୈତିକ, ଆଇନଗତ, ଗଣତାନ୍ତ୍ରିକ କିମ୍ବା ସାମ୍ବିଧାନିକ ଅଧିକାର ନାହିଁ । ଏହାସହ ଶିବରାଜ କମଳନାଥଙ୍କୁ ରଣଛୋଡଦାସ କହି କଟାକ୍ଷ କରିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମୁଖ୍ୟମନ୍ତ୍ରୀ ନିଜ ପଟରୁ ଯଥା ସମସ୍ତ ଧମକ ଏବଂ ପ୍ରଲୋଭନ ସହ ଘୋଡା କାରବାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲେର ଟେଷ୍ଟ ହେବାକୁ ଥିଲା । ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ପରେ କୋରୋନା ଭାଇରସ ଯୋଗୁଁ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ କମଳନାଥଙ୍କୁ ସରକାର ବଞ୍ଚାଇବା ପାଇଁ ୧୦ ଦିନର ଆଶ୍ବସ୍ତି ମିଳିଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.