ETV Bharat / bharat

ସଂଖ୍ୟାଲଘୁଙ୍କ ଜନଗଣନା ସଠିକ୍‌ ଭାବେ କରିବାକୁ ସଂସଦରେ ଦାବି

ଓଡିଶାରେ ସଂଖ୍ୟାଲଘୁଙ୍କ ଜନଗଣନା ସଠିକ୍‌ ଭାବେ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ...

ସଂଖ୍ୟାଲଘୁଙ୍କ ଜନଗଣନା ସଠିକ୍‌ ଭାବେ କରିବାକୁ ସଂସଦରେ ଦାବି
ସଂଖ୍ୟାଲଘୁଙ୍କ ଜନଗଣନା ସଠିକ୍‌ ଭାବେ କରିବାକୁ ସଂସଦରେ ଦାବି
author img

By

Published : Sep 18, 2020, 10:33 AM IST

ନୂଆଦିଲ୍ଲୀ:ରାଜ୍ୟସଭାର ମୌସୁମୀ ଅଧିବେଶନରେ ଓଡିଶାର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜନସଂଖ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ରାଜ୍ୟସଭାରେ ସେ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟରେ ସଠିକ୍‌ ଭାବେ ସଂଖ୍ୟାଲଘୁଙ୍କ ଜନଗଣନା କରିବାକୁ ଦାବି କରିଛନ୍ତି ।

ସଂଖ୍ୟାଲଘୁଙ୍କ ଜନଗଣନା ସଠିକ୍‌ ଭାବେ କରିବାକୁ ସଂସଦରେ ଦାବି

ସବୁବେଳେ ରାଜ୍ୟରେ ମୋଟ ଜନସଂଖ୍ୟାର 2ରୁ 3 ପ୍ରତିଶତ ସଂଖ୍ୟାଲଘୁଙ୍କ ଜନସଂଖ୍ୟା ରହିଥିବା ଶୁଣିବାକୁ ମିଳୁଛି । ଯାହା ଠିକ୍‌ ନୁହେଁ । ଅନେକ ଲୋକ ଜନଗଣନାରୁ ବଞ୍ଚିତ ହେଉଛନ୍ତି । ଯାହା ସେମାନଙ୍କୁ ନାନା ଅସୁବିଧାରେ ପକାଉଛି । ଜନଗଣନାରେ ନାଁ ନଥିବାରୁ ଅନେକ ସରକାରୀ ସୁବିଧା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟସଭାରେ କହିଛନ୍ତି ସାଂସଦ ।

ଏହାସହ କେନ୍ଦ୍ରସରକାର ଏହାକୁ ଦୃଷ୍ଟିରେ ରଖି ଓଡିଶାରେ ସଠିକ୍‌ ଭାବେ ସଂଖ୍ୟାଲଘୁଙ୍କ ଜନଗଣନା କରିବାକୁ ସେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.