ETV Bharat / bharat

ଶିବରାଜଙ୍କ ଅଭିଷେକ ପାଇଁ ଜୋରଦାର ତୟାରୀ; ମାର୍ଚ୍ଚ 20 ପୂର୍ବରୁ ନୂଆ ସରକାର !

author img

By

Published : Mar 10, 2020, 8:53 PM IST

ମାର୍ଚ୍ଚ 20 ସୁଦ୍ଧା ମଧ୍ୟ ପ୍ରଦେଶ ରାଜନୀତିରେ ଉଡିବ ଗୈରିକ ଝଣ୍ଡା । ରଣନୀତି ଶେଷ । ସଂଖ୍ୟା ଯୋଗାଡ ମଧ୍ୟ ଶେଷ । ବିଜେପିର ଜାଲରେ ଛନ୍ଦି ହୋଇ କଂଗ୍ରେସ ପାଉନି ସରକାର ବଞ୍ଚାଇବାର ବାଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ଶିବରାଜ
ଶିବରାଜ

ଭୋପାଳ: ମଧ୍ୟ ପ୍ରଦେଶ ରାଜନୀତି ଧିରେ ଧିରେ ରୋମାଞ୍ଚକ ଆଡକୁ ଯାଉଛି । ସାରା ଦେଶ ହୋଲି ଉତ୍ସବ ମନାଉଥିବାବେଳେ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ରଙ୍ଗ ଛଡାଇ ଦେଇଛନ୍ତି ଦଳର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । 18 ବର୍ଷ ରାଜନୀତି ଜୀବନରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ସିନ୍ଧିଆ ଦଳରୁ ଇସ୍ତଫା ଦେଇଛନ୍ତି । ପରେ ସିନ୍ଧିଆଙ୍କୁ ସମର୍ଥନ କରି ବର୍ତ୍ତମାନ ସୁଦ୍ଧା 22 ଜଣ ବିଧାୟକ ଦଳ ଛାଡିଛନ୍ତି । ଫଳରେ ବର୍ତ୍ତମାନ ଭୋପାଳରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ଚଳଚଞ୍ଚଳ ହୋଇପଡିଛି ।

ସେପଟେ ବିଜେପି ନେତା ଗୋପାଳ ଭାର୍ଗବ, ନରତ୍ତୋମ ମିଶ୍ରା ସମେତ ଦଳର ବରିଷ୍ଠ ନେତା ମଧ୍ୟ ପ୍ରଦେଶ ବାଚସ୍ପତିଙ୍କୁ ସାକ୍ଷାତକରି 19 କଂଗ୍ରେସ ବିଧାୟକଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ବିରୋଧୀ ଦଳନେତାଙ୍କ ଠାରୁ 19 ବିଧାୟକଙ୍କ ଇସ୍ତଫା ପତ୍ର ପାଇବା ପରେ ବାଚସ୍ପତି ଏନପି ପ୍ରଜାପତି କହିଛନ୍ତି ନିୟମ ଅନୁସାରେ ପଦକ୍ଷେପ ନେବେ । ଅନ୍ୟପଟେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନ ବର୍ତ୍ତମାନ ଲକ୍ଷ୍ନୌରେ ଅଛନ୍ତି । ବୁଧବାର ରାଜ୍ୟପାଳ ଭୋପାଳ ଫେରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ରାଜ୍ୟର ରାଜନୀତି ସ୍ଥିତିରେ ରାଜ୍ୟପାଳ ଆଇନ ବିଷାରଦଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।

ସେହିପରି ମଧ୍ୟ ପ୍ରଦେଶରେ ମାମା ଭାବେ ପରିଚିତ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କେନ୍ଦ୍ରୀୟ ନେତୃତ୍ବଙ୍କ ସଂକେତ ପାଇବା ପରେ ଭୋପାଳ ପହଞ୍ଚି ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାକୁ ମାନସିକ ପ୍ରସ୍ତୁତି ହେଉଛନ୍ତି । ଏହାସହ ଦଳୀୟ ବିଧାୟକଙ୍କ ବୈଠକ ଡାକି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କୁହାଯାଉଛି ମାର୍ଚ୍ଚ 20 ସୁଦ୍ଧା ମଧ୍ୟ ପ୍ରଦେଶ ରାଜନୀତିରେ ପୁଣିଥରେ ବିଜେପି ଝଣ୍ଡା ଉଡିବା ଥୟ । କାରଣ ମାର୍ଚ୍ଚ 17ରୁ ମଧ୍ୟ ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ବିଜେପି ବିଧାନସଭାରେ କୋମଳନାଥ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ ।

ସୂଚନାଯୋଗ୍ୟ 230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା । ବର୍ତ୍ତମାନ 2ଟି ସିଟ ଖାଲି ପଡିଛି । ତେଣୁ ବର୍ତ୍ତମାନ 228 କୁ ହିସାବ କରାଯାଉଛି । ତେଣୁ 228 ସିଟରେ ସଂଖ୍ୟା ଗରିଷ୍ଠତା ହେଉଛି 115 ସିଟ । କଂଗ୍ରେସ ପାଖରେ 114 ଆସନ ଥିବାବେଳେ ବିଜେପି ପାଖରେ ରହିଛି 107 ଆସନ । ସେହିଭଳି ବିଏସପି 2ଟି ସିଟ ଓ ସମାଜବାଦୀ ପାର୍ଟି 1 ସିଟ ଦଖଲ କରିଛନ୍ତି । ଏହାବାଦ ସ୍ବାଧୀନ ବିଧାୟକ ରହିଛନ୍ତି 4 ଜଣ । ଏସପି ବିଏସପି ସହଯୋଗରେ 119 ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଢିଥିଲା । ବର୍ତ୍ତମାନ 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବାପରେ ମ୍ୟାଜିକ ସଂଖ୍ୟା 104କୁ ଖସିଆସିବ । ଫଳରେ ବିଜେପି ନିଜସ୍ବ 107 ବିଧାୟକଙ୍କ ବଳରେ ସରକାର ଗଠନ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.