ଲକ୍ଷ୍ନୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । କିନ୍ତୁ ସେ ନିୟନ୍ତ୍ରଣରେ ଥିବା ଡାକ୍ତରଖାନାର ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ଲାଲଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲର ଲାଲଜୀ ଟଣ୍ଡନ ଭର୍ତ୍ତି ହୋଇଥିବା ମେଡିକାଲ ନିର୍ଦ୍ଦେଶକ ରାକେଶ କପୁର କହିଛନ୍ତି । ସେ କହିଛନ୍ତି, ‘ଟଣ୍ଡନ୍ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଅବଶ୍ୟ ଖରାପ ଅଛି କିନ୍ତୁ ସେ କୌଣସି ବିପଦରେ ନାହାଁନ୍ତି । ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ’
ସୂଚନା ଥାଉକି 85 ବର୍ଷିୟ ଲାଲଜୀ ଟଣ୍ଡନଙ୍କୁ ଶ୍ବାସକ୍ରିୟା ଜନିତ ସମସ୍ୟା ଥିଲା । ଏହି କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜୁନ୍ 11 ତାରିଖରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ପୂର୍ବରୁ ତାଙ୍କୁ ସାମାନ୍ୟ ଜ୍ବର ଏବଂ ଥଣ୍ଡା ହେବାରୁ କୋରୋନା ପରୀକ୍ଷା କରାଯାଇଥିଲା । ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।
ରାଜ୍ୟପାଳ ଟଣ୍ଡନ ଉତ୍ତରପ୍ରଦେଶର ଲକ୍ଷ୍ନୌ ନିବାସୀ । ସେ 10 ଦିନ ପାଇଁ ଛୁଟିରେ ଘରକୁ ଆସିଥିଲେ ଏବଂ ଏଠାରେ ଅଚାନକ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସେ ଜୁଲାଇ 19 ରେ ଭୋପାଳ ପହଞ୍ଚିଥାନ୍ତେ । ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ଡାକ୍ତରଖାନା ଆସି ରାଜ୍ୟପାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।