ନୂଆଦିଲ୍ଲୀ: ନିଜ ଅଞ୍ଚଳର ବିକାଶ ଦାବି କରୁଥିବା ସାଂସଦ ଗୌତମ ଗମ୍ଭୀରଙ୍କ ଗାଡି ଲ୍ୟାଣ୍ଡଫିଲ୍ ସାଇଟରେ ଅଳିଆ ଗଦାରେ ଅଟକି ଯାଇଛି । ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ଗାଡି ଅଳିଆ ଗଦାରେ ଫସିଥିବା ବେଳେ ବହୁତ ସଂଘର୍ଷ ପରେ ଗାଡିକୁ ଅଳିଆ ଗଦାରୁ ବାହାର କରାଯାଇଛି ।
ପୂର୍ବ ଦିଲ୍ଲୀ ସାଂସଦ ମଙ୍ଗଳବାର ଘାଜିପୁର ଲ୍ୟାଣ୍ଡଫିଲ୍ ସ୍ଥାନରେ ପହଞ୍ଚି ଅଳିଆ ଆବର୍ଜନା ବିଷୟରେ ଯାଞ୍ଚ କରିଥିଲେ। ଏଠାରେ ତାଙ୍କ କାର ଅଳିଆ ଆବର୍ଜନାରେ ଫସି ଯାଇଥିଲେ। ବହୁ ପରିଶ୍ରମ ପରେ ଏହାକୁ ବାହାର କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଗୌତମ ଦାବି କରିଛନ୍ତି ଯେ ତାଙ୍କ ଉଦ୍ୟମ ଗାଜିପୁର ଲ୍ୟାଣ୍ଡଫିଲ୍ ସାଇଟର ରୂପ ପରିବର୍ତ୍ତନ କରାଯାଇଛି କିନ୍ତୁ ଏବେ ନିଜ କାର ଅଳିଆ ଆବର୍ଜନାରେ ଫସିଯାଇଥିଲା।
ସାଂସଦଙ୍କ କାର ଅଳିଆ ଗଦାରେ ଅଟକି ଯିବା ମାତ୍ରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। କିଛି ଶ୍ରମିକଙ୍କୁ ଶୀଘ୍ର ଡକାଗଲା ଓ ପ୍ରାୟ ଅଧ ଘଣ୍ଟା କଠିନ ପରିଶ୍ରମ ପରେ କାରକୁ ଅଳିଆ ଗଦାରୁ ବାହାର କରାଗଲା ।