ETV Bharat / bharat

ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ; ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଂଗ୍ରେସ ଓ ବିଜେପିର ହ୍ବିପ୍‌ ଜାରି

author img

By

Published : Mar 20, 2020, 8:27 AM IST

ମଧ୍ୟପ୍ରଦେଶ ବିଧାନସଭାରେ ଆଜି ହେବାକୁ ଥିବା ଫ୍ଲୋରଟେଷ୍ଟ ଲାଗି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କରିଛନ୍ତି ।

MP floor test
ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ; ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଂଗ୍ରେସ ଓ ବିଜେପିର ହ୍ବିପ୍‌ ଜାରି

ଭୋପାଳ: ମଧ୍ୟପ୍ରଦେଶ ମହାଡ୍ରାମାରେ ଅନ୍ତ ହେବା ଲାଗି ଆଜି ହେବ ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) । ସରକାର ବିଧାନସଭାରେ ଦେବେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ । ଯେଉଁଥିଲାଗି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ବହୁମତ ପରୀକ୍ଷା ସମୟରେ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ରାଜ୍ୟ ବିଧାନସଭାରେ ଦିନ 2ଟାରେ ଫ୍ଲୋରଟେଷ୍ଟ ହେବ ବୋଲି ଧାର୍ଯ୍ୟ କରାଯାଇଛି । ବିଜେପି ପକ୍ଷରୁ ଦାୟର ହୋଇଥିବା ଏକ ଯାଚିକାର ଶୁଣାଣି କରି କୋର୍ଟ ଶୁକ୍ରବାର ଫ୍ଲୋରଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଧାୟକମାନେ ନିଜ ହାତ ଉଠାଇ ସରକାରଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ନିଜର ମତ ଦେଇପାରିବେ ବୋଲି କୁହାଯାଇଛି ।

ସୂଚନାଥାଉକି, କମଲନାଥ ସରକାରଙ୍କୁ ବିରୋଧ କରି 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ବିଜେପି କହିବା ସହ ଫ୍ଲୋରଟେଷ୍ଟ ପାଇଁ ଦାବି କରିଛି । ପୂର୍ବରୁ ସୋମବାର ଫ୍ଲୋରଟେଷ୍ଟ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି କୋରୋନା ଲାଗି ବିଧାନସଭାକୁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.