ETV Bharat / bharat

ବିଭାଗ ବାଣ୍ଟିଲେ ଚୌହାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ... - mp cabinet

ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶିବରାଜ ସିଂହ ଚୌହାନଙ୍କ ସରକାରରେ ସୋମବାର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ଚୌହାନ ନିଜ ପାଖରେ ଲୋକ ପ୍ରଶାସନ, ଜନସମ୍ପର୍କ, ନର୍ମଦା ବିକାଶ ଏବଂ ବିମାନ ଚଳାଚଳ ଆଦି ବିଭାଗ ନିଜ ପାଖରେ ରଖିଛନ୍ତି।

ଚୌହାନ,
ଚୌହାନ,
author img

By

Published : Jul 13, 2020, 12:47 PM IST

ଭୋପାଲ: ଦୀର୍ଘ ଆଲୋଚନା ଓ କସରତ ପରେ ଶେଷରେ ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶିବରାଜ ସିଂହ ଚୌହାନଙ୍କ ସରକାରରେ ସୋମବାର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ହୋଇଛି । ରବିବାର ବିଳମ୍ବିତ ରାତିରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଥିବା ବେଳେ ସୋମବାର ଏହି ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।

ଶିବରାଜଙ୍କ କ୍ୟାବିନେଟରେ 33 ଜଣ ମନ୍ତ୍ରୀ ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଚୌହାନ ନିଜ ପାଖରେ ଲୋକ ପ୍ରଶାସନ, ଜନସମ୍ପର୍କ, ନର୍ମଦା ବିକାଶ ଏବଂ ବିମାନ ଚଳାଚଳ ଆଦି ବିଭାଗ ନିଜ ପାଖରେ ରଖିଛନ୍ତି। ସେହିପରି ଅନ୍ୟ ସମସ୍ତ ବିଭାଗ, ଯେଉଁ ବିଭାଗରେ କୌଣସି ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇନାହିଁ, ସେସବୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ । ନରୋତ୍ତମ ମିଶ୍ରଙ୍କୁ ଗୃହ ଏବଂ ଜେଲ ବିଭାଗ ଦିଆଯାଇଛି । ଗୋପାଳ ଭର୍ଗାଭାଙ୍କୁ ସାଧାରଣ କାର୍ଯ୍ୟ ଏବଂ କୁଟୀର ବିଭାଗ ଦିଆଯାଇଛି । ସିନ୍ଧିଆଙ୍କ ସହଯୋଗୀ ତୁଲସୀ ରାମ ସିଲାଭାଟଙ୍କୁ ଜଳ ସମ୍ପଦ ବିଭାଗ ମିଳିଥିବା ବେଳେ କମଲ ପଟେଲଙ୍କୁ କୃଷି ବିଭାଗ , ସିନ୍ଧିଆଙ୍କ ଆଉ ଜଣେ ବିଶ୍ବସ୍ଥ ଗୋବିନ୍ଦ ସିଂ ରାଜପୁତଙ୍କୁ ରାଜସ୍ୱ ଏବଂ ପରିବହନ ବିଭାଗ ଏବଂ ମୀନା ସିଂ ଆଦିମାଜତୀଙ୍କୁ କଲ୍ୟାଣ ବିଭାଗ ଦିଆଯାଇଛି ।

ସେପଟେ ରାଜ୍ୟସଭା ସଦସ୍ୟ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଶ୍ୱସ୍ତ ଡ. ପ୍ରଭୁରାମ ଚୌଧୁରୀଙ୍କୁ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦିଆଯାଇଛି । ସେହିପରି ଇମରତୀ ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦିଆଯାଇଛି, ଯାହା ସେ ପୂର୍ବରୁ କଂଗ୍ରେସ ସରକାରରେ କରିଥିଲେ। ତତ୍କାଳୀନ କମଲ ନାଥ ସରକାରରେ ଶ୍ରମ ମନ୍ତ୍ରୀ ଥିବା ମହେନ୍ଦ୍ର ସିଂ ସିସୋଦିଆଙ୍କୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ୍ ବିଭାଗ ମିଳିଛି । କଂଗ୍ରେସ ସରକାରର ପୂର୍ବତନ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ପ୍ରଦିମ ସିଂ ତୋମାରଙ୍କୁ ଶକ୍ତି ବିଭାଗ ଦିଆଯାଇଛି। ଇମରତୀ ଦେବୀ, ସିସୋଦିଆ ଏବଂ ତୋମାର ସିନ୍ଧିଆ ବିଶ୍ୱସ୍ତ ଭାବରେ ଜଣାଶୁଣା ।

ତେବେ ବରିଷ୍ଠ ବିଜେପି ନେତା ଜଗଦୀଶ ଦେବଡା ରାଜ୍ୟର ନୂତନ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ବାଣିଜ୍ୟିକ କର, ଯୋଜନା, ଅର୍ଥନୈତିକ ବ୍ୟାପାର ଏବଂ ପରିସଂଖ୍ୟାନର ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି। ବିଜୟ ଶାହାଙ୍କୁ ବନ ବିଭାଗର ଦାୟିତ୍ବ ମିଳିଛି। ସେପଟେ ଯଶୋଦର ରାଜେ ସିନ୍ଧିଆଙ୍କୁ କ୍ରୀଡା ଏବଂ ଯୁବ କଲ୍ୟାଣ, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ବିଭାଗର ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଶିବରାଜ କ୍ୟାବିନେଟରେ ସିନ୍ଧିଆ କ୍ୟାମ୍ପର ମନ୍ତ୍ରୀଙ୍କ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.