ETV Bharat / bharat

ପାରିବାରିକ କଳହରୁ 5 ଛୁଆଙ୍କୁ ନଦୀରେ ଫିଙ୍ଗିଦେଲା ମା’ - ୟୁପି ନ୍ୟୁଜ

ଉତ୍ତର ପ୍ରଦେଶ ଭଦୋହିରେ ଜଣେ ମହିଳା ନିଜ ପାଞ୍ଚ ପିଲାଙ୍କୁ ନଦୀରେ ଫିଙ୍ଗି ଦେଇଛି । ତେବେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମହିଳା ଜଣଙ୍କ ଏଭଳି କାଣ୍ଡ କରିଥିବା ବାରାଣାସୀ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ କହିଛନ୍ତି ।

five children death in bhadohi
ପାରିବାରିକ କଳହକୁ ନେଇ 5 ଛୁଆଙ୍କୁ ନଦୀରେ ଫିଙ୍ଗି ହତ୍ୟା କଲା ମା
author img

By

Published : Apr 17, 2020, 2:34 PM IST

ଲକ୍ଷ୍ନୌ: ନିକଟରେ ଉତ୍ତର ପ୍ରଦେଶ ଭଦୋହିରେ ଜଣେ ମହିଳା ନିଜ ପାଞ୍ଚ ପିଲାଙ୍କୁ ନଦୀରେ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାକୁ ଆସିଛି । ତେବେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମହିଳା ଜଣଙ୍କ ଏଭଳି କାଣ୍ଡ କରିଥିବା ବାରାଣାସୀ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ।

ପାରିବାରିକ କଳହକୁ ନେଇ 5 ଛୁଆଙ୍କୁ ନଦୀରେ ଫିଙ୍ଗି ହତ୍ୟା କଲା ମା

ଜାହିରା ମଞ୍ଜୁ ନାମକ ମହିଳା ଏବଂ ତାଙ୍କ ସ୍ୱାମୀ ମୁନ୍ନାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ​​ । ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ବାମୀ ତାଙ୍କ ଘର ଚଳିବା ପାଇଁ ଟଙ୍କା ଦେଉନଥିବା ବେଳେ ତାଙ୍କୁ ମାଡ ମାରୁଛନ୍ତି । ତେବେ ଉକ୍ତ ଘଟଣା ଦିନ ମୁନ୍ନା ବାହାରକୁ ଯାଇଥିବା ସମୟରେ ରାତିରେ ମହିଳା ଜଣଙ୍କ ନିଜ 5 ପିଲାଙ୍କୁ ନେଇ ନଦୀରେ ଫିଙ୍ଗିବା ସହ ନିଜେ ନଦୀକୁ ଡେଇଁ ପଡିଥିଲେ । ପରେ ସେ ନଦୀରେ ପହଁରୀ ଆସି ଘରକୁ ଫେରି ତାଙ୍କ ଶାଶୁଙ୍କୁ ଜଣାଇଥିଲେ ।

ଘଟଣା ଜାଣିବା ପରେ ତାଙ୍କ ସ୍ବାମୀ ଏବଂ ପରିବାର ପୋଲିସକୁ ଜଣାଇବା ସହ ନଦୀ ପାଖକୁ ଯାଇଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ 5 ଜଣ ଶିଶୁଙ୍କ ମୃତଦେହ ନଦୀରୁ ମିଳିଥିଲା । ତେବେ ହତ୍ୟା ଅଭିଯୋଗରେ ମହିଳା ଗିରଫ ହେବାପରେ ଜେଲ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.