ETV Bharat / bharat

ପୋଲିସ ପଞ୍ଝାରେ ମୋଷ୍ଟୱାଣ୍ଟେଡ ଲୁଟେରା, ଲୁଟ ସାମଗ୍ରୀ ଜବତ - ହାଇଦ୍ରାବାଦ

ଜେଲରୁ ବାହାରିବା ପରେ ପୁଣି ଥରେ ଲୁଟପାଟ ଆରମ୍ଭ କରି ଦେଇଥିଲା ଲୁଟେରା ନେନାଭାତ୍ ବିନୋଦ । ଏବେ ପୁଣି ଥରେ ତାକୁ ନିଜ କବଜାକୁ ନେଇଛି ହାଇଦ୍ରବାଦ ପୋଲିସ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 11, 2019, 1:35 PM IST

ହାଇଦ୍ରାବାଦ: ସ୍ଥାନୀୟ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏଠାକାର ମୋଷ୍ଟ ୱାଣ୍ଟେଡ ଲୁଟେରା ନେନାଭାତ୍ ବିନୋଦଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସର ଏକ ଟିମ ।

ସୂଚନା ଅନୁଯାୟୀ ଗିରଫ ଲୁଟେରା ନେନାଭାତ୍ ପେସାରେ ଜଣେ କାର ଡ୍ରାଇଭର। ତା ନାଁରେ 28ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ଯେଉଁଥିପାଇଁ ସେ ପୂର୍ବରୁ ଜେଲ ଯାଇସାରିଛି। ତେବେ ଜେଲରୁ ବାହାରିବା ପରେ ପୁଣି ଥରେ ଲୁଟପାଟ କରିବା ଆରମ୍ଭ କରି ଦେଇଥିଲା ଏହି ଲୁଟେରା। ବର୍ତ୍ତମାନ ପୁଣି ଥରେ ପୋଲିସ ହାତରେ ଧରାପଡିଛି ନେନାଭାତ୍ ।

ଅଭିଯୁକ୍ତ ପାଖରୁ 53.4 କିଲୋଗ୍ରାମ ସୁନା, 1କିଲୋଗ୍ରାମ ରୂପା ଅଳଙ୍କାର, 4ଟି ଲ୍ୟାପଟପ, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି, ଗୋଟିଏ ସାମସଙ୍ଗ ଟିଭି, ଗୋଟିଏଟି ସାମସଙ୍ଗ ଟ୍ୟାବ ଏବଂ 41 ହଜାର ଟଙ୍କା ଜବତ କରିଯାଇଛି ବୋଲି ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି । ଜବତ ହୋଇଥିବା ସାମଗ୍ରୀକୁ ଏସଏଚକୁ ହସ୍ତାନ୍ତର କରାଯିବା ସହ ଏ ଘଟଣାରେ ଅଧିକ ତଦନ୍ତ ଜାରି ରହିବା ନେଇ କମିଶନର ଜଣାଇଛନ୍ତି।

Intro:ବୌଦ୍ଧ ଜିଲ୍ଲାରେ ଖରାର ପ୍ରକୋପ ବୃଦ୍ଧି ସାଙ୍ଗକୁ ପାନୀୟ ଜଳର ସଙ୍କଟ ଜିଲ୍ଲାବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏପଟେ ପାରଦ ୪୫ ଡିଗ୍ରୀ ତଳକୁ ଖସିବାର ନାନେଉନି । ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ସବୁଠାରେ ଜନଜୀବନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଏକ ମାତ୍ର ପୌରାଞ୍ଚଳରେ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଛ ଗୋଟି ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା ।କିନ୍ତୁ ଏବେ ଚିତ୍ର ପୂରା ଓଲଟା ।କେଉଁଠି ପ୍ରକଳ୍ପ ଭାଙ୍ଗି ଗଲାଣି ତ ଆଉ କେଉଁଠି ମୋଟେ ପାଣି ଆସୁନାହିଁ ।

Body:ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଏବେ ଖରାଦିନରେ ସାଧାରଣ ଲୋକଙ୍କୁ ଗରମ ପାଣି ଯୋଗାଉଥିବା ଚର୍ଚ୍ଚା ହେଉଛି । ଉକ୍ତ ପାଣି ସବୁ ପ୍ରକଳ୍ପ ରୁ ମଧ୍ୟ ବାହାରୁ ନାହିଁ । ଏପଟେ ପାଣିକୁ କୌଣସି ପ୍ରକାର ବିଶୋଧନ କିମ୍ବା ଫିଲ୍ଟର କରାନଯାଇ ସିଧାସଳଖ ସପ୍ଲାଇ ପାଣିକୁ ଏଥିରେ ଛଡାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ପୌର ଅଧିକାରୀ ଙ୍କ ଅନୁସାରେ ପାଣିକୁ ଥଣ୍ଡାକରିବା ନିମନ୍ତେ ପ୍ରତ୍ୟେକ ବର୍ଷ କମ୍ପ୍ରେସର ମରାମତି କରିବା ନିମନ୍ତେ ଅର୍ଥର ଆବଶ୍ୟକତା ରହୁଥିବାରୁ କେବଳ ସପ୍ଲାଇ ପାଣି କୁ ଏଥିରେ ଦିଆଯାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠେ ଯେ ଯଦି ଏତେ ଏତେ ଟଙ୍କା ବ୍ୟୟ ଅଟକଳ ରେ କେବଳ ସପ୍ଲାଇ ପାଣି ଦିଆଯିବ ତେବେ ଏସବୁ ପ୍ରହସନ ନକରି ଷ୍ଟାଣ୍ଡ ପୋଷ୍ଟ ପାଣି ସାଧାରଣ ଲୋକଙ୍କୁ ଦିଆଯିବା ବରଂ ଭଲହେବ ।

Conclusion:ବାଇଟ-୧-ଅନୀଲ କୁମାର ସାହୁ, ବୁଦ୍ଧିଜୀବୀ
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ, ଏନ ଏ ସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.