ETV Bharat / bharat

ମିଆଁମାର ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ରାଜନାଥ ସିଂହ

author img

By

Published : Jun 25, 2020, 12:14 PM IST

ଗୁରୁବାର ମସ୍କୋରେ ମିଆଁମାରର ସେନା ପ୍ରମୁଖ ଏବଂ ବରିଷ୍ଠ ଜେନେରାଲ ମିନ ଔଂଗ ହଲିଂଗଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ରାଜନାଥ ସିଂହ
ରାଜନାଥ ସିଂହ

ନୂଆଦିଲ୍ଲୀ: ଗୁରୁବାର ମସ୍କୋରେ ମିଆଁମାରର ସେନା ପ୍ରମୁଖ ଏବଂ ବରିଷ୍ଠ ଜେନେରାଲ ମିନ ଔଂଗ ହଲିଂଗଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏନେଇ ଆରଏମଓ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଟ୍ବିଟରେ କୁହାଯାଇଛି , ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମିଆଁମାରର ସେନା ମୁଖ୍ୟ ଏବଂ ଜେନେରାଲ ମିନ ଔଂଗ ହଲିଂଗଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମା ବିବାଦ ମଧ୍ୟରେ 3 ଦିନିଆ ଋଷ ଗସ୍ତରେ ଯାଇଛନ୍ତି ରାଜନାଥ ସିଂହ । ବୁଧବାର ସେ ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭାରତର ତିନି ସେନା ପ୍ରଥମ ଥର ପାଇଁ ଋଷରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ଲୋକଙ୍କ ବିଜୟ ହୋଇଥିଲା । ଏହାର 75 ତମ ବାର୍ଷିକୀ ଅବସରରେ ରେଡ ସ୍କୋୟାରରେ ବିଜୟ ଦିବସ ପରେଡ ଆୟୋଜିତ ହୋଇଥିଲା । ଏହି ପରେଡରେ ଭାରତୀୟ ସଶସ୍ତ୍ର ବଳର ଏକ ତ୍ରିସେବା କଣ୍ଟିନଜେଣ୍ଟ ଭାଗ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.