ETV Bharat / bharat

ବର୍ଷେ ଭିତରେ ଆତଙ୍କୀ ଆକ୍ରମଣରେ ଯାଇଛି 45 ସାଧାରଣ ଲୋକଙ୍କ ଜୀବନ - ମୌସୁମୀ ଅଧିବେଶନରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ

ଜମ୍ମୁ-କାଶ୍ମୀରରେ ଗତ ବର୍ଷେ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟି କେତେ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି ଓ ଯବାନ ଶହୀଦ ହୋଇଛନ୍ତି ସେନେଇ ତଥ୍ୟ ଦେଇଛି ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ବର୍ଷେ ମଧ୍ୟରେ ଆତଙ୍କୀ ଆକ୍ରମଣରେ ଯାଇଛି 45 ସାଧାରଣ ନାଗରିକଙ୍କ ଜୀବନ

author img

By

Published : Sep 21, 2020, 2:58 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲାରେ ଜୀବନ ଯାଇଥିବା ସାଧାରଣ ନାଗରିକ ଓ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କ ତଥ୍ୟ ଦେଇଛି ଗୃହମନ୍ତ୍ରଣାଳୟ । ଏନେଇ ଲୋକସଭାରେ ଲିଖିତ ଉତ୍ତର ଦେଇଛନ୍ତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଜି. କିଶନ ରେଡ୍ଡୀ । ଗତବର୍ଷ ଅଗଷ୍ଟ 5 ତାରିଖରୁ ଚଳିତ ବର୍ଷ ଅଗଷ୍ଟ ମାସରେ 45 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 49 ଜଣ ସୁରକ୍ଷାବଳ ଶହୀଦ ହୋଇଛନ୍ତି ।

ଇଣ୍ଟରନେଟ୍ ସେବା ଉପରେ ଜି.କେ ରେଡ୍ଡୀ ଲୋକସଭାକୁ ସୂଚନା ଦେଇ କହିଛନ୍ତି, କାଶ୍ମୀରରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇଛି ଏବଂ ବିନା ପ୍ରତିବନ୍ଧକ ସହ 24 ଜାନୁୟାରୀ 2020 ଠାରୁ 2-ଜି ଇଣ୍ଟରନେଟ ସେବା କାର୍ଯ୍ୟକାରୀ କରୁଛି । ସେହିଭଳି ମାର୍ଚ୍ଚ ମାସ ପର ଠାରୁ ସୋସିଆଲ ମିଡିଆ ବ୍ୟବହାର ଉପର ମଧ୍ୟ ପ୍ରତିବନ୍ଧକ ହଟେଇ ଦିଆଯାଇଛି । ସେପ୍ଟେମ୍ବର 9 ରେ କେନ୍ଦ୍ର ଦୁଇଟି ଜିଲ୍ଲା ବାହାରେ ହାଇ ସ୍ପିଡ୍ ମୋବାଇଲ୍ ଇଣ୍ଟରନେଟ୍ ଯୋଗାଇବାକୁ ମନା କରିଦେଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.