ଲକ୍ଷ୍ନୌ: ଉନ୍ନାଓ ପୀଡିତାଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିଛି । ଦିଲ୍ଲୀରୁ ଆସି ଉନ୍ନାଓରେ ପହଞ୍ଚିଛି ପୀଡିତାଙ୍କ ମୃତଦେହ । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌରୁ ଏୟାର ଲିଫ୍ଟ ଯୋଗେ ଦିଲ୍ଲୀ ନିଆଯାଇଥିଲା ।
ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଜନଆକ୍ରୋଶର ମାହୋଲ ରହିଛି । ଉନ୍ନାଓ ଓ ଲକ୍ଷ୍ନୌଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି । ଇଣ୍ଡିଆ ଗେଟ ଆଗରେ ଉନ୍ନାଓ ପୀଡିତାଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା ସମୟରେ ପୋଲିସ-ପ୍ରଦର୍ଶନକାରୀ ଧସ୍ତାଧସ୍ତି ହୋଇଛନ୍ତି ।