ETV Bharat / bharat

ଭାରତ ଗସ୍ତ ବେଳେ ମୋଦିଙ୍କୁ ଗୁଜୁରାଟୀ ଖେଚୁଡି ଖୁଆଇବାକୁ କହିଲେ ମୋରିସନ - ପିଏମ ମୋଦିଙ୍କୁ ଭାରତ ଗସ୍ତ ବେଳେ ଗୁଜୁରାଟୀ ଖେଡେଡି ଖାଇବାକୁ କହିଲେ ମୋରିସନ

କୋରୋନା ସଙ୍କଟ ସମୟରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୋରିସନଙ୍କୁ ସପରିବାର ସହିତ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ । ଯାହାର ଜବାବରେ ମୋରିସନ ଗୁଜୁରାଟୀ ଖେଚୁଡି ଖାଇବାକୁ କହିଛନ୍ତି ।

Morrison asked PM Modi to eat Gujarati khedi during his visit to India
ଭାରତ ଗସ୍ତ ବେଳେ ମୋଦିଙ୍କୁ ଗୁଜୁରାଟୀ ଖେଚେଡି ଖୁଆଇବାକୁ କହିଲେ ମୋରିସନ
author img

By

Published : Jun 4, 2020, 6:57 PM IST

Updated : Jun 4, 2020, 7:50 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୋରିସନଙ୍କୁ ସପରିବାର ସହିତ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି ଯେ, କୋରୋନା ସଙ୍କଟ ସମାପ୍ତ ହେବା ପରେ ସେ ଯେତେବେଳେ ଭାରତ ଆସିବେ ସେତେବେଳେ ସେ ଗୁଜୁରାଟି ଖେଚୁଡି ଖାଇବେ । ମୋରିସନଙ୍କ ଏହି କଥାରେ ମୋଦି ଜୋରରେ ହସିବା ସହ ତାଙ୍କୁ ଖେଚୁଡି ଖାଇବାକୁ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏହି ଭିଡିଓ କନଫରେନ୍ସିଂ ଭର୍ଚୁଆଲ ଶିଖର ସମ୍ମିଳନୀର ଏକ ଅଂଶ ଥିଲା । ଏହି ଆଲୋଚନା ସମୟରେ ଉଭୟ ଦେଶର ନେତା ଭାରତ ମହାସାଗରରେ ସାମୁଦ୍ରିକ ସହଯୋଗ ସମେତ ମୋଟ 9ଟି ଚୁକ୍ତିନାମାରେ ସହମତି ଦେଇଛନ୍ତି । ଏତଦବ୍ୟତୀତ ରଣନୀତିକ ସହଯୋଗ ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସୁଦୃଢ ହୋଇଛି ।

ପ୍ରକାଶ ଥାଉ କି, ନିକଟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ତାଙ୍କ ଘରେ ଭାରତୀୟଙ୍କ ସବୁଠାରୁ ଲୋକପ୍ରିୟ ଖାଦ୍ୟ ସିଙ୍ଗଡା ତିଆରି କରିବାକୁ ଚେଷ୍ଟା କରିଥିଲେ । ଏହାର ଏକ ଫଟୋ ମଧ୍ୟ ସେ ନିଜ ଟ୍ୱିଟରରେ ସେୟାର କରି ଏହାକୁ 'ସ୍କୋମୋସାସ' ବୋଲି କହିଥିଲେ । ଏଥିସହ ମୋରିସନ ସିଙ୍ଗଡା ଖାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲେ । ଯାହାକୁ ମୋଦି ଗ୍ରହଣ କରିବା ସହ ମୋରିସନଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଥିଲେ ଯେ, ଗୋଟିଏ ଥର ଆମେ ଏହି କୋରୋନା ଭୂତାଣୁ ବିରୋଧରେ ନିର୍ଣ୍ଣାୟକ ବିଜୟ ହାସଲ କରିସାରିବା ପରେ ଏକାଠି ବସି ସିଙ୍ଗଡା ନିଶ୍ଚିତ ଭାବେ ଖାଇବା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଗତ ଜାନୁଆରୀ ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ କୋରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Last Updated : Jun 4, 2020, 7:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.