ETV Bharat / bharat

ବିଶ୍ବବ୍ୟାପୀ ବେକାବୁ କୋରୋନା, ମହାମାରୀରେ ଗଲାଣି 4 ଲକ୍ଷ 8 ହଜାରରୁ ଉର୍ଦ୍ଧ୍ବ ଜୀବନ

author img

By

Published : Jun 10, 2020, 8:50 AM IST

ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ସଂଖ୍ୟା 71.72 ଲକ୍ଷ ପହଁଞ୍ଚିଥିବା ବେଳେ 4.08 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ପରିସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ହେବାରେ ଲାଗିଛି।

ବିଶ୍ବବ୍ୟାପୀ ବେକାବୁ କୋରୋନା, ମହାମାରୀରେ ମୃତ୍ୟୁସଂଖ୍ୟା 4,08,243 ରେକର୍ଡ

ନୂଆଦିଲ୍ଲୀ: ଅଚାନକ ଚୀନର ଉହାନରୁ ଆରମ୍ଭ ହୋଇଥିବା ମହାମାରୀ କୋରୋନା ଏବେ ବିଶ୍ବବ୍ୟାପୀ କବ୍ଜଜା କରିସାରିଲାଣି। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଲକଡାଉନ, କର୍ଫ୍ୟୁ ଓ ସଟଡାଉନ ପରେ ବି ବୋଲି ମାନୁନି ଏହି ଅଦୃଶ୍ୟ ମହାମାରୀ।

ଭାଇରସକୁ କାବୁ କରିବାରେ ନାକେଦମ ହେଲେଣି ସରକାର। ତେବେ ପରିସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ହେବାରେ ଲାଗିଛି। ବର୍ତ୍ତମାନ ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ସଂଖ୍ୟା 71.72 ଲକ୍ଷ ପହଁଞ୍ଚିଥିବା ବେଳେ 4.08 ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି।

ଜହନ ହକପିନ୍ସ ବିଶ୍ବ ବିଦ୍ୟାଳୟର ସୂଚନା ଅନୁସାରେ, ମଙ୍ଗଳବାର 11.55 ସୁଦ୍ଧା ସାରା ବିଶ୍ବରେ କୋରୋନା ସଂକ୍ରମଣ ହାର 71,72,874 ରହିଥିଲା। ଏହାସହ ମୃତ୍ୟୁହାର 4,08,243 ରେକର୍ଡ କରାଯାଇଥିଲା।

ସେହିପରି ଆମେରିକାରେ କୋରୋନା ସଂକ୍ରମଣ ହାର 19.68 ଲକ୍ଷ ରେକର୍ଡ କରାଯାଇଛି। ଦେଶରେ ପ୍ରଥମେ ଜାନୁୟାରୀ 23ରେ ଭାଇରସ ବିସ୍ତାର ଆରମ୍ଭ ହୋଇଥିଲା। ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଅଛି ଯେଉଁଠାରେ 7.07 ଲକ୍ଷରୁ ଅଧିକ ଲୋକ ଏହି ଜୀବାଣୁ ସଂକ୍ରମିତ କରିଛନ୍ତି। ବ୍ରାଜିଲରେ ପ୍ରଥମ କୋଭିଡ୍ 19 ମାମଲା ଫେବୃଆରୀ 26, 2020 ରେ ରିପୋର୍ଟ କରାଯାଇଥିଲା।

ତୃତୀୟ ସ୍ଥାନରେ ଋଷ ଏପର୍ଯ୍ୟନ୍ତ 4.84 ଲକ୍ଷ ମାମଲା ରେକର୍ଡ କରିଥିବାବେଳେ ଚତୁର୍ଥ ସ୍ଥାନରେ ବ୍ରିଟେନ (ୟୁକେ) ରେ 2.90 ଲକ୍ଷ କୋରୋନା ଭାଇରସ୍ ଆକ୍ରାନ୍ତ ଅଛନ୍ତି। ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ପଞ୍ଚମ ସ୍ଥାନରେ ରହିଛି। ଗତ କିଛି ଦିନ ମଧ୍ୟରେ ଭାରତର ବଢୁଥିବା କୋରୋନାଭାଇରସ୍ ମାମଲା ବିଶ୍ବ ଗଣନାରେ ସର୍ବାଧିକ ହୋଇଛି। ଭାରତରେ ଏବେ ପର୍ଯ୍ୟନ୍ତ 2.74 ଲକ୍ଷ ମାମଲା ରହିଛି।

ଅନ୍ୟପଟେ ଟପ୍ 10 ସଂକ୍ରମଣ ତାଲିକାରେ ଥିବା ଅନ୍ୟ ଦେଶଗୁଡିକ ହେଲା ସ୍ପେନ୍ (2.41 ଲକ୍ଷ), ଇଟାଲୀ (2.35 ଲକ୍ଷ), ପେରୁ (ପାଖାପାଖି 2 ଲକ୍ଷ), ଫ୍ରାନ୍ସ (1.91 ଲକ୍ଷ) ଏବଂ ଜର୍ମାନୀ (1.86 ଲକ୍ଷ)।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.