ETV Bharat / bharat

ବିବାହରେ 50ରୁ ଉର୍ଦ୍ଧ୍ବ ଲୋକ ସାମିଲ, ଲାଗିଲା 6 ଲକ୍ଷରୁ ଅଧିକ ଜୋରିମାନା

author img

By

Published : Jun 28, 2020, 2:51 PM IST

ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା ବିବାହ ଭୋଜିରେ 250 ଉର୍ଦ୍ଧ୍ବ ଲୋକ ସାମିଲ ହୋଇ କ୍ବାରେଣ୍ଟାଇନ ହେଲେ 127 । ଅଧିକ ପଢନ୍ତୁ...

ବିବାହରେ 50ରୁ ଉର୍ଦ୍ଧ୍ବ ଲୋକ ସାମିଲ
ବିବାହରେ 50ରୁ ଉର୍ଦ୍ଧ୍ବ ଲୋକ ସାମିଲ, ଲାଗିଲା 6 ଲକ୍ଷରୁ ଅଧିକ ଜୋରିମାନା

ଜୟପୁର: ରାଜସ୍ଥାନର ଭିଲବାଡାରେ ଏକ ବିବାହ ସମାରୋହରେ ନିଷେଧାଦେଶ ସତ୍ତ୍ବେ 250 ଜଣଙ୍କୁ ଡାକିବା ବର ପାଇଁ ମହଙ୍ଗା ପଡିଛି । ଏହି ଶୋଭାଯାତ୍ରାରେ କୋରୋନା ସଂକ୍ରମଣ ଏତେ ବ୍ୟାପି ଯାଇଥିଲା ଯେ ବିବାହ ସମାରୋହରେ ଯୋଗ ଦେଇଥିବା 15 ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ କୋରୋନାରେ ଆକ୍ରାନ୍ତ ଅଛନ୍ତି । ଏଥିରେ ବର ମଧ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ତାଙ୍କ ଦାଦାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ବର ଏବଂ ତାଙ୍କ ପିତାଙ୍କ ସମେତ ସମସ୍ତ 15 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରଯାତ୍ରୀରେ ଯାଇଥିବା 127 ଜଣଙ୍କୁ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । କ୍ବାରେଣ୍ଟାଇନ ସୁବିଧା ଏବଂ ଚିକିତ୍ସାର ସମସ୍ତ ଖର୍ଚ୍ଚ ବରର ପିତାଙ୍କ ଠାରୁ ଆଦାୟ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋକମାନଙ୍କୁ କ୍ବାରେଣ୍ଟାଇନ କରାଯିବା ପରଠାରୁ 6 ଲକ୍ଷ 26 ହଜାର 600 ଟଙ୍କା ଖର୍ଚ୍ଚ ହୋଇଛି ।

ଭିଲବାଡା ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ଭଟ୍ଟ ନୋଟିସ ଜାରି କରି ତହସିଲଦାରଙ୍କୁ 3 ଦିନ ମଧ୍ୟରେ ବରର ପିତାଙ୍କଠାରୁ ଟଙ୍କା ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାଜିଷ୍ଟ୍ରେଟ ଏହା ମଧ୍ୟ କହିଛନ୍ତି ଯେ, ଚିକିତ୍ସା ପାଇଁ ଆସୁଥିବା ଯେକୌଣସି ଖର୍ଚ୍ଚ ବରର ପରିବାରରୁ ଜରିମାନା ରୂପେ ଆଦାୟ କରାଯିବ।

ରାଜସ୍ଥାନ ସରକାରଙ୍କ ଅନୁଯାୟୀ, ମହାମାରୀ ଅଧିନିୟମ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। ଲକଡାଉନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି ଯେ 50 ରୁ ଅଧିକ ଲୋକ କୌଣସି ବିବାହ ସମାରୋହରେ ଏକାଠି ହେବେ ନାହିଁ ଏବଂ ଯେଉଁମାନେ ଏକାଠି ହେବେ ସେମାନଙ୍କ ପାଇଁ ମଧ୍ୟ ନିୟମ ପ୍ରସ୍ତୁତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.