ETV Bharat / bharat

ମହାମାରୀ ବେଳେ ଭାସୁଛି ବିହାର, ଜଳବନ୍ଦୀ 14 ଜିଲ୍ଲାର 45 ଲକ୍ଷ ଲୋକେ

author img

By

Published : Aug 1, 2020, 10:55 AM IST

କୋରୋନା ଭାଇରସ୍ ମାମଲାର ମୁକାବିଲା ବେଳେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ବିହାରର ଉତ୍ତର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ନଦୀଗୁଡିକ ଏପର୍ଯ୍ୟନ୍ତ 45 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି। ବିଭାଗ ଦ୍ବାରା ଜାରି ବୁଲେଟିନ୍ ଅନୁଯାୟୀ, 14 ଟି ଜିଲ୍ଲାର 1012 ଟି ପଞ୍ଚାୟତରେ ପ୍ରାୟ 45.39 ଲକ୍ଷ ଲୋକ ଜଳବନ୍ଦୀ ଅଛନ୍ତି।

ଭାସୁଛି ବିହାର, ଜଳବନ୍ଦୀ 14 ଜିଲ୍ଲାର 45 ଲକ୍ଷ ଲୋକେ

ପାଟନା: ବିହାରରେ ବାଡ ଭାଙ୍ଗୁଛି ବନ୍ୟାଜଳ। ମହାମାରୀର ମହାଦଶା ଆଣିଛି ଏହି ଜଳ ଦୁର୍ଦ୍ଦଶା। କୋରୋନାଭାଇରସ୍ ମାମଲାର ମୁକାବିଲା ବେଳେ ରାଜ୍ୟରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି।

ଶୁକ୍ରବାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ବିହାରର ଉତ୍ତର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ନଦୀଗୁଡିକ ଏପର୍ଯ୍ୟନ୍ତ 45 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି। ବିଭାଗ ଦ୍ବାରା ଜାରି ବୁଲେଟିନ୍ ଅନୁଯାୟୀ, 14 ଟି ଜିଲ୍ଲାର 1012ଟି ପଞ୍ଚାୟତରେ ପ୍ରାୟ 45.39 ଲକ୍ଷ ଲୋକ ଏହି ବିପର୍ଯ୍ୟୟରେ ଅସୁବିଧାରେ ହନ୍ତସନ୍ତ ହେଉଛନ୍ତି।

ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ ଅସୁବିଧା ଭୋଗୁଥିବା ଲୋକଙ୍କ ସଂଖ୍ୟା ଅଢେଇ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି ଯଦିଓ ସମାନ ଅବଧିରେ କୌଣସି ପ୍ରାଣହାନି ଘଟିନାହିଁ। ମୃତ୍ୟୁ ସଂଖ୍ୟା 11ରେ ରହିଛି ବୋଲି ବିଭାଗ କହିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF)ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା 3.76 ଲକ୍ଷ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ଯେଉଁଥିରୁ 26,732 ଜଣଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ବନ୍ୟା ପ୍ରଭାବିତ 14ଟି ଜିଲ୍ଲା ହେଉଛି ପଶ୍ଚିମ ଚମ୍ପରନ୍, ପୂର୍ବ ଚମ୍ପରନ୍, ସରଣ, ଗୋପାଳଗଞ୍ଜ, ସିୱାନ୍, ଦାରବଙ୍ଗା, ମୁଜାଫରପୁର, ସୀତାମାରହି, ମଧୁବାଣୀ, ଖାଗରିଆ, ସାମସ୍ତିପୁର, କିଶାନଗଞ୍ଜ, ସୁପାଲ ଏବଂ ଶୋହର। ପଶ୍ଚିମ ଚମ୍ପାରନ୍ ଏବଂ ଦରଭଙ୍ଗାରୁ ଯଥାକ୍ରମେ ଚାରି ଓ ସାତ ଜଣଙ୍କ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ଖବର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.