ETV Bharat / bharat

ମହାରାଷ୍ଟ୍ରରୁ ମୁକ୍ତ ହେଲେ 3 ହଜାର କଏଦୀ, 5ଟି ଜେଲ ଲକଡାଉନ - corona update

ମହାରାଷ୍ଟ୍ରର ଜେଲ ବିଭାଗ କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେଲରେ ଭିଡ କମ୍ କରିବା ପାଇଁ ପ୍ରାୟ 3 ହଜାର 478 କଏଦୀଙ୍କୁ ଜାମିନରେ ଛଡାଯାଇଛି ।

JAILS IN MAHARASTRA
ମୁକ୍ତ ହେଲେ 3 ହଜାର କଏଦୀ
author img

By

Published : Apr 11, 2020, 1:13 PM IST

ମୁମ୍ବାଇ: ମହାରାଷ୍ଟ୍ରର ଜେଲ ବିଭାଗ କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଜେଲରେ ଭିଡ କମ୍ କରିବା ପାଇଁ ପ୍ରାୟ 3 ହଜାର 478 କଏଦୀଙ୍କୁ ଜାମିନରେ ଛଡାଯାଇଛି । ଏହି ସମସ୍ତ କଏଦୀ 7 ବର୍ଷରୁ କମ୍ ଦଣ୍ଡ ଭୋଗୁଥିଲେ ।

ଅନ୍ୟପକ୍ଷେ କଏଦୀଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ମୁମ୍ବାଇ, ଥାଣେ, ପୁଣେ ଜିଲ୍ଲାର 5ଟି ଜେଲକୁ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ପାଇଁ ଆଦେଶ ଦିଆଯାଇଛି । ଆଦେଶ ଅନୁସାରେ, କୌଣସି ନୂଆ କଏଦୀ ଏଠାକୁ ଆସିବେ ନାହିଁ କିମ୍ବା କୌଣସି କଏଦୀଙ୍କୁ ଜେଲରୁ ଛଡାଯିବ ନାହିଁ । ଏପରିକି ଜେଲର କର୍ମଚାରୀ ମଧ୍ୟ ବାହାରକୁ ଯାଇପାରିବେ ନାହିଁ ।

ଏହି ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ୍ । ଶୁକ୍ରବାର ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା 1, 574ରେ ପହଞ୍ଚିଛି । ଏହାସହ ମୋଟ 110ଜଣଙ୍କ ମୃତ୍ୟୁ ହେଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.