ETV Bharat / bharat

ମହାରାଷ୍ଟ୍ରରେ ମହଜୁଦ ଅଛି 3 ଲକ୍ଷରୁ ଅଧିକ ଏନ95 ମାସ୍କ

author img

By

Published : Apr 8, 2020, 7:23 AM IST

ମହାରାଷ୍ଟ୍ର ସରକାରଙ୍କ ପାଖରେ 3 ଲକ୍ଷ 2 ହଜାର 795ଟି ଏନ95 ମାସ୍କ ରହିଛି । ସେହିପରି 41,400 ପିପିଇ କିଟ୍ସ ମଧ୍ୟ ଉପଲବ୍ଧ ଅଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ମହଜୁଦ ଅଛି 3 ଲକ୍ଷରୁ ଅଧିକ ଏନ95 ମାସ୍କ
ମହାରାଷ୍ଟ୍ରରେ ମହଜୁଦ ଅଛି 3 ଲକ୍ଷରୁ ଅଧିକ ଏନ95 ମାସ୍କ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ପ୍ରତିଷେଧକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ବିଶେଷ କରି ଡାକ୍ତର ଓ ନର୍ସଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଏନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି ।

ସରକାରଙ୍କ ସୂଚନାଅନୁସାରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ 3 ଲକ୍ଷ 2 ହଜାର 795ଟି ଏନ95 ମାସ୍କ ରହିଛି । ସେହିପରି 41,400 ପିପିଇ କିଟ୍ସ ମଧ୍ୟ ଉପଲବ୍ଧ ଅଛି । ଏହାସହ 10 ହଜାର 317 ଆଇସୋଲେସନ ବେଡ ପ୍ରସ୍ତୁତ କରାଯାଇଛି । 2666 ଆଇସିୟୁ ବେଡ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବୋଲି ସରକାର ସୂଚନା ଦେଇଛନ୍ତି ।

ସେହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଗୁଜବ ପ୍ରସାରଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏପର୍ଯ୍ୟନ୍ତ ରାଜ୍ୟ ସାଇବର ବିଭାଗ 113ଟି ମାମଲା ରୁଜୁ କରିଛି । ଲକଡାଉନବେଳେ ମିଛ, ଗୁଜବ ଓ ଦଙ୍ଗା ଉତ୍ପନକାରୀ ବାର୍ତ୍ତା ପ୍ରେରଣ ଯୋଗୁଁ ଏହି ମାମଲା ରୁଜୁ ହୋଇଥିବା ରାଜ୍ୟ ଗୃହ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.