ଲଦାଖ: ସୀମାରେ ଅନୁପ୍ରବେଶ ଅପେକ୍ଷାରେ ପ୍ରାୟ 250 ଆତଙ୍କବାଦୀ । କିନ୍ତୁ ସେମାନଙ୍କ ଅନୁପ୍ରବେଶ ଓ ଆତଙ୍କୀ କାର୍ଯ୍ୟଳାପକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମେଜର ଜେନେରାଲ ଅମରଦୀପ ସିଂ ।
ସୀମାର ପାର ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଥିବା ସହ ଅପେକ୍ଷାରେ ଅଛନ୍ତି । ଭାରତୀୟ ସୁରକ୍ଷାବଳର ତୀକ୍ଷ୍ନ ନଜରରୁ କୋହଳ ପାଇଲେ ଏମାନେ ଭାରତୀୟ ସୀମାରେ ପ୍ରବେଶ କରି ଆତ୍ମଗୋପନ କରିବା ସହ ବଡ ଧରଣର ଆକ୍ରମଣ କରିପାରନ୍ତି । କିନ୍ତୁ ଭାରତୀୟ ସେନା ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ଥିବା ସହ ଆତଙ୍କୀଙ୍କ ସୀମାପାର ଗତିବିଧି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଥିବା ମେଜର ଜେନରାଲ କହିଛନ୍ତି ।
ମୁଖ୍ୟତ ଶୀତ ଋତୁ ଆସିଲେ ଆତଙ୍କୀ ବରଫାବୃତ ଅଞ୍ଚଳରେ ସୀମାପାର କରିବା ପାଇଁ ପ୍ରସ୍ତୁତି କରନ୍ତି । ଏଥିରେ ସେମାନଙ୍କୁ ପାକିସ୍ଥାନ ସେନା ଠାରୁ ମଧ୍ୟ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ । ପାକିସ୍ଥାନ ଆର୍ମି ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନାର ଏକାଗ୍ରତା ଭଙ୍ଗ କରିବାକୁ ଚେଷ୍ଟା କରିଥାଏ । ସେହି ସମୟରେ ଆତଙ୍କୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାରେ ସଫଳ ହୋଇଥାନ୍ତି । ଆତଙ୍କୀ ସଂଗଠନର ଏପରି କାର୍ଯ୍ୟକଳାପ ପ୍ରିତି ଦୃଷ୍ଟି ରଖିଛି ଭାରତୀୟ ସେନା ବୋଲି ମେଜର ଜେନରାଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ