ETV Bharat / bharat

ଟ୍ରମ୍ପଙ୍କ ଟ୍ବିଟରେ ମୋଦିଙ୍କ ଉତ୍ତର, କୋରୋନା ଯୁଦ୍ଧରେ ଏକାଠି କାମ କରିବା ଜରୁରୀ

author img

By

Published : May 17, 2020, 3:45 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋରୋନା ଭାଇରସ ବିସ୍ତାର ହେତୁ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ ଦେଖାଯାଇଛି । ବିଶ୍ବକୁ ସୁସ୍ଥ ଓ କୋଭିଡ-19 ମୁକ୍ତ କରିବା ପାଇଁ ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।

pm Modi tweets after trump
ଟ୍ରମ୍ପଙ୍କ ଟ୍ବିଟରେ ମୋଦିଙ୍କ ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋରୋନା ଭାଇରସ ବିସ୍ତାର ହେତୁ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ ଦେଖାଯାଇଛି । ବିଶ୍ବକୁ ସୁସ୍ଥ ଓ କୋଭିଡ-19 ମୁକ୍ତ କରିବା ପାଇଁ ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଟ୍ରମ୍ପ ପ୍ରଥମେ ଟ୍ବିଟ କରି ଭାରତକୁ ଜଣେ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି ଓ ଅଦୃଶ୍ୟ ଶତ୍ରୁ କୋଭିଡ-19ର ମୁକାବିଲା ପାଇଁ ଆମେରିକା ଭାରତକୁ ବହୁ ସଂଖ୍ୟକ ଭେଣ୍ଟିଲେଟର ଦେବ ବୋଲି ଘୋଷଣା କରିଛି। ଏହାସହ ଟୀକା ବିକାଶରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ବିଟରେ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ। ଏହି ମହାମାରୀ ବିରୋଧରେ ଆମେ ସମସ୍ତେ ସାମୂହିକ ଭାବରେ ସଂଗ୍ରାମ କରୁଛୁ। ଏପରି ସମୟରେ ଦେଶ ଗୁଡିକ ମିଳିତ ଭାବେ କାର୍ଯ୍ୟ କରିବା ଓ ବିଶ୍ବକୁ ସୁସ୍ଥ ଓ କୋଭିଡ -19 ରୁ ମୁକ୍ତ କରିବା ପାଇଁ ଯଥା ସମ୍ଭବ କାର୍ଯ୍ୟ କରିବା ଆବଶ୍ୟକ ’।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଓ ଭାରତ ମିଳିତ ଭାବରେ ମାରାତ୍ମକ କୋରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ କରୁଛନ୍ତି। ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଆମେରିକା ଭାରତକୁ ଭେଣ୍ଟିଲେଟର ଦେବ । ତେବେ ଭେଣ୍ଟିଲେଟର କ୍ରୟ ପାଇଁ 2000 କୋଟି ଆବଣ୍ଟନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.