ETV Bharat / bharat

ଲକଡାଉନ 2.0: ବହିକୁ ବନାନ୍ତୁ ବନ୍ଧୁ

author img

By

Published : Apr 23, 2020, 9:54 AM IST

ଲକଡାଉନରେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏପରି ସମୟରେ ଲୋକେ ନିଜର ସମୟ ଅତିବାହିତ କରିବାକୁ ବହି ଓ ମୋବାଇଲ ଉପରେ ଅଧିକ ନିର୍ଭର ହୋଇଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ 2.0: ବହିକୁ ବନାନ୍ତୁ ବନ୍ଧୁ
ଲକଡାଉନ 2.0: ବହିକୁ ବନାନ୍ତୁ ବନ୍ଧୁ

ହାଇଦ୍ରାବାଦ: ସ୍ମାର୍ଟ ଯୁଗରେ ସୋସିଆଲ ମିଡିଆରେ ଅପଡେଟ । ସ୍ମାର୍ଟଫୋନ ଓ ଇଣ୍ଟରନେଟ । ବହି ଓ କମିକ୍ସ କଥା କିଏ ପଚାରେ । କିନ୍ତୁ ଆଜି ଏପରି ସ୍ଥିତି ଆସି ପହଞ୍ଚିଛି ଯେଉଁଠି ଲୋକେ ପୁଣିଥରେ ବହି ପାଖକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ବହି ଓ କମିକ୍ସ ପଢିବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଗ୍ରହ । ବିଭିନ୍ନ ଦୋକାନ ଓ ଅନଲାଇନରେ ବହିର ଚାହିଦା ବୃଦ୍ଧି ପାଇଛି ।

ଲକଡାଉନରେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏପରି ସମୟରେ ଲୋକେ ନିଜର ସମୟ ଅତିବାହିତ କରିବାକୁ ବହି ଓ ମୋବାଇଲ ଉପରେ ଅଧିକ ନିର୍ଭର ହୋଇଛନ୍ତି । ଏହି ସମୟରେ ଆପଣ ମଧ୍ୟ ବହିକୁ ନିଜ ସାଥୀ ବନାଇଦିଅନ୍ତୁ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ହୁଏତ ଆପଣଙ୍କ ଏହି ଅଭ୍ୟାସ ନଥିବ । ହେଲେ ଏହି ସମୟରେ ତାହାକୁ ପୁଣି ଫେରାଇ ଆଣନ୍ତୁ । ସେହି ଅଭ୍ୟାସରେ ନିଜକୁ ପକାଇ ଦିଅନ୍ତୁ । ସମୟ ମିଳିବା ମାତ୍ରେ କିଛି ବି ବହି ପଢା ଆରମ୍ଭ କରିଦିଅନ୍ତୁ । କାରଣ ଆପଣଙ୍କ ପାଖରେ ଏବେ ସମୟ ହିଁ ସମୟ । ଆଉ ଏପରି ଖାଲି ସମୟରେ ନିଜ ଜ୍ଞାନ ବଢାନ୍ତୁ ।

ଘରେ ରହିବା ସହ ଲୋକେ ଅଧିକ ବହି ପଢୁଛନ୍ତି । ଆପଣ ପ୍ରସିଦ୍ଧ ଲେଖକଙ୍କ ଉପନ୍ୟାସ ସହ ମଜାଦାର କାହାଣୀ ଓ କମିକ୍ସ ପଢିପାରିବେ । ବିଭିନ୍ନ ଗପ ଓ ପତ୍ରିକା ପଢନ୍ତୁ । ପିଲାଙ୍କ ସହ ମିଶି ସେମାନଙ୍କ ପାଠ ପଢନ୍ତୁ । ନିଜ ପୁରୁଣା ଦିନ ଫେରିପାଇବେ । ଏହାସହ ପିଲାଙ୍କ ପାଠପଢାରେ ବି ଧ୍ୟାନ ଦେଇପାରିବେ । ବହି ପଢିଲେ ଆପଣଙ୍କର ଏକାଗ୍ରତା ଓ ଉତ୍ସାହ ବଢିବ । ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ କାମରେ ସାହାଯ୍ୟ କରିବ । ଏହାସହ ବହି ପଢିବା ଦ୍ବାରା ଆପଣଙ୍କ ଜ୍ଞାନର ଭଣ୍ଡାର ବୃଦ୍ଧି ପାଇବ । ଯାହା ଆପଣଙ୍କ ଜୀବନରେ ଅନେକ ଫରକ ଆଣିବ । ନିଜ ସଂଗୃହୀତ ପୁରୁଣା ବହିକୁ ନେଇ ଆପଣ ଲାଇବ୍ରେରୀ ବନାଇପାରିବେ ।

ତେବେ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଖବର, ସୂଚନା, ମନୋରଞ୍ଜନ, ଖେଳ ବିଷୟରେ ଜାଣିବାକୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି । ବିଶେଷ କରି ନିଜ ମୋବାଇଲ ଦ୍ବାରା ସେମାନେ ଏହା ଉପରେ ଅପଡେଟ ରହୁଛନ୍ତି । ସେହିପରି ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ବହି ଓ କମିକ୍ସକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଏହାସହ ବିଶ୍ବର ବଡ ବଡ ଇଣ୍ଟରନେଟ ବ୍ରାଉଜରରେ ଲୋକଙ୍କ କାର୍ଯ୍ୟକଳାପ ସାମାନ୍ୟ କମିଛି । ଲୋକେ ବହି ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବହୁତ ସେଲିବ୍ରିଟି ନିଜ ବହି ପଢାର ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.