ETV Bharat / bharat

ପ୍ରଭାବହୀନ ଋଣଛାଡ ଯୋଜନା: କାର୍ଯ୍ୟକ୍ଷମ ପରେ 119 ଚାଷୀଙ୍କ ଆତ୍ମହତ୍ୟା - ଋଣଛାଡ

କଂଗ୍ରେସ କ୍ଷମତାକୁ ଆସିବା ପରେ ପଞ୍ଜାବରେ ଋଣଛାଡ କରାଯାଇଥିଲା । କ୍ଷମତାକୁ ଆସିଲେ ଚାଷୀଙ୍କ ଋଣଛାଡ କରିବାକୁ ଦଳ ଘୋଷଣା କରିଥିଲା । ପ୍ରତିଶ୍ରୁତି ରକ୍ଷା କରି କ୍ଷମତାକୁ ଆସିବାର 10 ମାସ ପରେ ଜାନୁୟାରୀ 9, 2018ରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଋଣଛାଡ ଯୋଜନା ଘୋଷଣା କରିଥିଲେ ।

ଫାଇଲ ଫଟୋ
author img

By

Published : Apr 6, 2019, 4:15 AM IST

ଅମୃତସର: କାମ ଦେଉନି ଋଣଛାଡ ଯୋଜନା । ରିହାତି ମିଳିବା ପରେ ମଧ୍ୟ କ୍ରମାଗତ ଭାବେ ଚାଷୀ ଆତ୍ମହତ୍ୟା ବଢି ଚାଲିଛି । ପଞ୍ଜାବରେ ଋଣଛାଡ ସତ୍ତ୍ବେ ଚାଷୀ ଆତ୍ମହତ୍ୟା କମୁନି I ଏନେଇ ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି ।

କଂଗ୍ରେସ କ୍ଷମତାକୁ ଆସିବା ପରେ ପଞ୍ଜାବରେ ଋଣଛାଡ କରାଯାଇଥିଲା । ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଥିବାବେଳେ ଏଥିରେ ଏହା ରୋକ୍‌ ଲଗାଇବ ବୋଲି ଆଶା କରାଯାଇଥିଲା । କିନ୍ତୁ ଏହାପରେ ମଧ୍ୟ ଏପ୍ରିଲ 2013 ଠାରୁ ବର୍ତ୍ତମାନ ସୁଦ୍ଧା 665 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ 195 ଜଣଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଉଥିଲେ ।

ସରକାରୀ ସୂତ୍ରରୁ ପ୍ରକାଶ ସଙ୍ଗରୁର୍‌ ଜିଲ୍ଲାରେ ଏପ୍ରିଲ 2017 ଠାରୁ ମାର୍ଚ୍ଚ 2018 ମଧ୍ୟରେ ସର୍ବାଧିକ ୧୧୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି I ତେବେ ଭାରତୀୟ କିଷାନ ୟୁନିୟନର ତଥ୍ୟ ଅନୁସାରେ ଅମରିନ୍ଦର ସିଂହ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାରେ ୧୭୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଋଣଛାଡ ଯୋଜନା ଲାଗୁ କରିଥିଲେ ମଧ୍ୟ କଂଗ୍ରେସ ସରକାର ଅମଳରେ ହିଁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣଛାଡ କରିବାକୁ ଘୋଷଣା କରିଥିଲା । ପ୍ରତିଶ୍ରୁତି ରକ୍ଷା କରି କ୍ଷମତାକୁ ଆସିବାର 10 ମାସ ପରେ ଜାନୁୟାରୀ 9, 2018ରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଋଣଛାଡ ଯୋଜନା ଘୋଷଣା କରିଥିଲେ । ଏହାପରେ କଂଗ୍ରେସ ଗତବର୍ଷ ନିର୍ବାଚନ ଜିତିବା ପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ ଏହି ଋଣଛାଡ ଯୋଜନା ଲାଗୁ କରିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.