ETV Bharat / bharat

ମୁରାଦାବାଦ: 40ଜଣ ପ୍ରଶିକ୍ଷକ ଇନ୍ସପେକ୍ଟରଙ୍କୁ କୋରୋନା

ପୋଲିସ ପ୍ରଶିକ୍ଷଣ କଲେଜର ଟ୍ରେନିଂ ନେଉଥିବା 40ଜଣ ଇନ୍ସପେକ୍ଟର ରହିଛନ୍ତି । ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ନମୁନା ଯାଞ୍ଚ ପାଇଁ ନୋଏଡା ଲ୍ୟାବକୁ ପଠାଯାଇଛି ।

sub inspectors found corona positive
sub inspectors found corona positive
author img

By

Published : Aug 18, 2020, 10:43 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ରାତିରେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା 167 ନୂଆ ମାମଲାର ସୂଚନା ଦେଇଛି । ତେବେ ସେହି ଆକ୍ରାନ୍ତଙ୍କ ମଧ୍ୟରେ ପୋଲିସ ପ୍ରଶିକ୍ଷଣ କଲେଜର ଟ୍ରେନିଂ ନେଉଥିବା 40ଜଣ ଇନିସପେକ୍ଟର ରହିଛନ୍ତି । ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ନମୁନା ଯାଞ୍ଚ ପାଇଁ ନୋଏଡା ଲ୍ୟାବକୁ ପଠାଯାଇଛି ।

ସୂଚନାମୁତାବକ, ଏଯାଏଁ ପୋଲିସ ପ୍ରଶିକ୍ଷଣ କଲେଜରେ 250ରୁ ଅଧିକ ପୋଲିସକର୍ମୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଏତେ ସଂଖ୍ୟକ ପଜିଟିଭ କେସ ଆସିବାପରେ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏପଟେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3144ରେ ପହଞ୍ଚିଛି । 2,226 ଜଣ ସୁସ୍ଥ ହୋଇଥିବାବେଳେ 81ଜଣଙ୍କ ମୃତ୍ୟୁ ହୋଇଛି ।

ମୁରାଦାବାଦ ଜିଲ୍ଲାରେ ଆକ୍ରନ୍ତଙ୍କ ଚିକିତ୍ସା ନିମନ୍ତେ 3ଟି ଡାକ୍ତରଖାନାରେ କୋଭିଡ ଓ୍ବାର୍ଡ ତିଆରି କରାଯାଇଛି । ଏଥିସହ ରେଲିଓ୍ବ ଡାକ୍ତରଖାନାରେବି ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.