ETV Bharat / bharat

ପରୀକ୍ଷାର ମାସ ମେ' ମାସ, ସଂକ୍ରମଣ ବଢିବ ନଚେତ୍ କମିବ

ଆସନ୍ତା 3ରେ ସରୁଛି ଲକଡାଉନ ଅବଧି। ଆଶା ଓ ଆଶଙ୍କାରେ ଭାରତବାସୀ। ଏହି ତାରିଖ ପାଖେଇ ଆସୁଥିବାରୁ ଡାକ୍ତରୀ ବିଶେଷଜ୍ଞମାନେ ହୃଦୟଙ୍ଗମ କରିଛନ୍ତି ଯେ ପରବର୍ତ୍ତୀ ମାସ ଅର୍ଥାତ୍ ମେ' କୋରୋନା ଜୀବାଣୁ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ 'ଆର୍ କିମ୍ବା ପାର୍ ' ମାସ ବା ମୃତକଙ୍କ ସଂଖ୍ୟା ବଢିବାରେ ନଚେତ୍ କମିପାରେ।

author img

By

Published : May 1, 2020, 8:34 AM IST

ପରୀକ୍ଷାର ମାସ ମେ' ମାସ, ସଂକ୍ରମଣ ବଢିବ ନଚେତ୍ କମିବ
ପରୀକ୍ଷାର ମାସ ମେ' ମାସ, ସଂକ୍ରମଣ ବଢିବ ନଚେତ୍ କମିବ

ଆସନ୍ତା 3ରେ ସରୁଛି ଲକଡାଉନ ଅବଧି। ଆଶା ଓ ଆଶଙ୍କାରେ ଭାରତବାସୀ। ଏହି ତାରିଖ ପାଖେଇ ଆସୁଥିବାରୁ ଡାକ୍ତରୀ ବିଶେଷଜ୍ଞମାନେ ହୃଦୟଙ୍ଗମ କରିଛନ୍ତି ଯେ ପରବର୍ତ୍ତୀ ମାସ ଅର୍ଥାତ୍ ମେ' କୋରୋନା ଜୀବାଣୁ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ 'ଆର୍ କିମ୍ବା ପାର୍ ' ମାସ ବା ମୃତକଙ୍କ ସଂଖ୍ୟା ବଢିବାରେ ନଚେତ୍ କମିପାରେ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଲକଡାଉନ ଅବଧି ସରିବା ପରେ କିଛି ସ୍ଥାନରେ ଆରାମ ପ୍ରଦାନ କରିବା ସହିତ ହଟସ୍ପଟ୍ ଅଞ୍ଚଳରେ ଏକ ଆକ୍ରମଣାତ୍ମକ ଧାରଣ ନୀତି ଆବଶ୍ୟକ। ବୁଧବାର ଦିନ କେନ୍ଦ୍ର ସରକାର ଇସାରା ଦେଇ କହିଛନ୍ତି ଯେ ସାରା ଦେଶରେ ଯଦିଓ ଲକଡାଉନ୍ ଆସନ୍ତା 3 ତାରିଖ ପରେ ବଳବତ୍ତର ରହିବ ହେଲେ ଲୋକଙ୍କୁ କିଛି ରିଲିଫ୍ ଦିଆଯିବ।

ରେଡ୍ ଜୋନ୍ ରେ କଡା ନିୟମ ପାଳନ କରାଯିବା ସହ ଗ୍ରୀନ୍ ଜୋନ୍ ରେ ବିଭିନ୍ନ କାର୍ଯ୍ୟ ପ୍ରତି କୋହଳ କରିବା ସହ ସମ୍ପୂର୍ଣ୍ଣ ମନିଟରିଂ ଆବଶ୍ୟକ । ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ ବୁଧବାର ସୁଦ୍ଧା ଦେଶର କୋରୋନା ଭାଇରସ୍ ହଟସ୍ପଟ୍ ଜିଲ୍ଲା ସଂଖ୍ୟା 129 କୁ ହ୍ରାସ ପାଇଛି। ଚାଳିଶ ଦିନ ପୂର୍ବରୁ ଏହି ସଂଖ୍ୟା 170 ଥିଲା।

ଏହାସହ ସଂକ୍ରମଣମୁକ୍ତ ଅଞ୍ଚଳ କିମ୍ବା ସବୁଜ ଜୋନ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏଗୁଡିକର ସଂଖ୍ୟା ବର୍ତ୍ତମାନ 325 ରୁ 307 କୁ ହ୍ରାସ ପାଇଛି। ସେହି ସମୟରେ, ଅଣ-ହଟସ୍ପଟ୍ ଜିଲ୍ଲା କିମ୍ବା କମଳା ଜୋନ୍ ସଂଖ୍ୟା ସମାନ ଅବଧିରେ ବୃଦ୍ଧି ପାଇଛି ଯାହା 207 ରୁ 297 କୁ ବୃଦ୍ଧି ପାଇଛି ।

ସେ କହିଛନ୍ତି ଯେ, କୋରୋନା ଜୀବାଣୁ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ମେ ମାସ 'ଆର କିମ୍ବା ପାର' ମାସ ବୋଲି ପ୍ରମାଣିତ ହୋଇପାରେ ଏବଂ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ସମ୍ଭାବନା ନଜରକୁ ଆସିଲେ ନିଜକୁ ପୁନର୍ବାର ବନ୍ଦୀ କରିବା ଜରୁରୀ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.