ETV Bharat / bharat

ହାଇଦ୍ରାବାଦରେ ପ୍ରବଳ ବର୍ଷା, ରାଜଭବନ ରାସ୍ତା ଜଳବନ୍ଦୀ - Monsoon rains lash parts of Hyderabad

ମୌସୁମୀ ବର୍ଷର ପ୍ରଭାବ ହାଇଦ୍ରାବାଦରେ ପଡିଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ହାଇଦ୍ରାବାଦ ସହରର ରାଜଭବନ ରାସ୍ତା ପାଲଟିଛି କୃତିମ ବନ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଦ୍ରାବାଦରେ ପ୍ରବଳ ବର୍ଷା,  ରାଜଭବନ ରାସ୍ତା ଜଳବନ୍ଦୀ

author img

By

Published : Aug 2, 2020, 6:30 PM IST

ହାଇଦ୍ରାବାଦ: ମୌସୁମୀ ବର୍ଷାର ପ୍ରଭାବ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ହାଇଦ୍ରାବାଦ ସହରର ରାଜଭବନ ରାସ୍ତାରେ ଲହଡି ଭାଙ୍ଗୁଛି କୃତିମ ବନ୍ୟା । ଏହାର ଏକ ଫଟୋ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଜଳବନ୍ଦୀ ହୋଇଛି ରାଜଭବନ ରାସ୍ତା ।

ତେବେ ଏହି କୃତିମ ବନ୍ୟା ଜଳରେ ଫସିରହିଛନ୍ତି କିଛି ବାଛୁରୀ । ବିପର୍ଯ୍ୟୟ ମୁକାବିଲା ଫୋର୍ସ କର୍ମଚାରୀ ଜଳ ନିଷ୍କାସନ କରୁଛନ୍ତି । ଖୁବଶୀଘ୍ର ବାଛୁରୀଙ୍କୁ ଉଦ୍ଧାର କରାଯିବା ନେଇ ଆଶା କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଟ୍ବିଟ କରିଛି, "ତେଲେଙ୍ଗାନା, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରେ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । କିଛି ସ୍ଥାନରେ ଘଡଘଡି ବର୍ଷା ସହ ବଜ୍ରପାତ ହେବ ।'' ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.