ETV Bharat / bharat

ମୌସୁମୀ ପ୍ରଭାବ: ଦେଶର ଅନେକ ସ୍ଥାନରେ ବର୍ଷା ଜାରି, ହିମାଚଳକୁ ୟେଲୋ ଓ୍ବାର୍ଣ୍ଣିଂ - monsoon rain continueing several states in india

ବର୍ଷାରେ ଭିଜୁଛି ଉତ୍ତର-ପୂର୍ବ ଅଞ୍ଚଳ । ଦିଲ୍ଲୀରେ କମ ରହିଛି ମୌସୁମୀର ପ୍ରଭାବ। ରାଜଧାନୀରେ 40 ପ୍ରତିଶତ କମ ବର୍ଷା ରେକର୍ଡ । ଅଧିକ ପଢନ୍ତୁ...

ମୌସୁମୀ ପ୍ରଭାବ: ଦେଶର ଅନେକ ସ୍ଥାନରେ ବର୍ଷା ଜାରି, ହିମାଚଳକୁ ୟେଲୋ ଓ୍ବାର୍ଣ୍ଣଂ

author img

By

Published : Jul 13, 2020, 11:42 AM IST

ନୂଆଦିଲ୍ଲୀ: ଉତ୍ତର, ପୂର୍ବାଞ୍ଚଳ ଏବଂ ଉପକୂଳ ଭାରତର ଅନେକ ରାଜ୍ୟରେ ରବିବାର ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇଛି, କିନ୍ତୁ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୌସୁମୀ ପହଞ୍ଚି ନାହିଁ। ଦେଶରେ ମୌସୁମୀ ଶୀଘ୍ର ପହଞ୍ଚିବା ସତ୍ତ୍ବେ ରାଜଧାନୀରେ 40 ପ୍ରତିଶତ କମ ବର୍ଷା ହୋଇଛି। ଜୁଲାଇରେ ଦିଲ୍ଲୀରେ ସାଧାରଣ ବର୍ଷା ଠାରୁ କମ ବର୍ଷା ରେକର୍ଡ ହୋଇଛି । ଜୁନ 1 ରେ ମୌସୁମୀ ବର୍ଷା ହେବା ପରେ ସମୁଦାୟ 79.7 ମିମି ବର୍ଷା ହୋଇଥିବାବେଳେ, ସାଧାରଣ ବୃଷ୍ଟିପାତ 132.6 ମିମି ଅଟେ। ତେଣୁ ଏହା 40 ପ୍ରତିଶତ କମ ଅଟେ । ଚଳିତବର୍ଷ ନିର୍ଦ୍ଧାରିତ ତାରିଖର 2 ଦିନ ପୂର୍ବରୁ ମୌସୁମୀ 25 ଜୁନରେ ଦିଲ୍ଲୀରେ ପହଞ୍ଚିଥିଲା ।

ଆଞ୍ଚଳିକ ପାଣିପାଗ ଏଜେନ୍ସି ସ୍କାଏମେଟ ଅନୁଯାୟୀ, ଗତ କିଛି ଦିନ ହେବ ରାଜସ୍ଥାନରେ ମୌସୁମୀ ଦୁର୍ବଳ ଥିଲା କିନ୍ତୁ ମଙ୍ଗଳବାର ଠାରୁ ଏଠାରେ ସକ୍ରିୟ ହେବ ବୋଲି ଆଶା କରାଯାଉଛି। ଜୁନ 1 ରୁ ଜୁଲାଇ 11 ମଧ୍ୟରେ ପଶ୍ଚିମ ରାଜସ୍ଥାନରେ ସାଧାରଣ ତୁଳନାରେ 8 ପ୍ରତିଶତ କମ ବର୍ଷା ହୋଇଥିବାବେଳେ ରାଜ୍ୟର ପୂର୍ବ ଭାଗରେ 13 ପ୍ରତିଶତରୁ କମ ବର୍ଷା ହୋଇଛି ।

ରବିବାର ହରିୟାଣା ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା । ହିମାଚଳ ପ୍ରଦେଶର ଅଧିକାରୀମାନେ 13ରୁ 16 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାନେଇ ଚେତାବନୀ ଦେବା ସହ ଓ୍ବେଲୋ ଓ୍ବାର୍ଣ୍ଣଂ ଜାରି କରିଛନ୍ତି। ଭାରତ ପାଣିପାଗ ବିଭାଗ କହିଛି ଯେ, ଉତ୍ତର ଦିଗରେ ମୌସୁମୀ ଟ୍ରଫ (ଡ୍ରୋନି) ହେତୁ ଆସନ୍ତା 7 ଦିନ ପାଇଁ ଦିଲ୍ଲୀରେ କମ ବର୍ଷା ହେବାର ଆଶଙ୍କା ରହିଛି।

ସ୍କାଏମେଟ କହିଛି ଯେ, ମୌସୁମୀ ଟ୍ରଫ ହିମାଳୟର ପାହାଡ଼ିଆ ଅଞ୍ଚଳର ନିକଟବର୍ତ୍ତୀ ଅଛି । ଯେଉଁଥିପାଇଁ ସମୁଦ୍ରକୂଳ ଗୋଆରୁ କେରଳ ଉପକୂଳ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶର କିଛି ଅଂଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୋଆର ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ଲଗାତାର ବର୍ଷା ହେତୁ ନଦୀର ଜଳସ୍ତର ବଢିଛି। ରବିବାର ଦାର୍ଜିଲିଂ, ଜଲପାଇଗୁଡି ଏବଂ କୁଚବିହାର ପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛି ଦିନ ମଧ୍ୟରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।

ସୋମବାର ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 16 ଜୁଲାଇ ପର୍ଯ୍ୟନ୍ତ ସାଧାରଣ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ଆରବ ସାଗରରେ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି । ଯାହାକୁ ନେଇ ଏହି ଅଞ୍ଚଳରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.