ETV Bharat / bharat

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରସଙ୍ଗ: ସଂଘ ମୁଖ୍ୟଙ୍କୁ ଏମିତି ଜବାବ ଦେଲେ ନୱାବ ମଲ୍ଲିକ

ଖୁବ ଶୀଘ୍ର କେନ୍ଦ୍ର ସରକାର ଆଣିପାରନ୍ତି ଜନସଂଖ୍ୟା ନିୟନ୍ତ୍ରଣ ଆଇନ ବିଲ । କିନ୍ତୁ କୌଣସି ବିଲ ଆସିନଥିବାବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ବଡ ବିତର୍କ । ଏହି ପ୍ରସଙ୍ଗରେ ଏବେ ସଂଘ ମୁଖ୍ୟ ଓ ନୱାବ ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି । ପଢନ୍ତୁ ସଂପୂର୍ଣ୍ଣ ଖବର...

Mohan Bhagwat
Mohan Bhagwat
author img

By

Published : Jan 18, 2020, 10:57 AM IST

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲ୍ଲିକ ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୱାବ ମଲ୍ଲିକ କହିଛନ୍ତି ସଂଘ ପ୍ରମୁଖ ଯେଉଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଚାହୁଁଛନ୍ତି ସେ ବୋଧ ହୁଏ ଜାଣିନାହାଁନ୍ତି ଯେ ଏହି ଆଇନ ମହାରାଷ୍ଟ୍ରରେ ବହୁ ପୂର୍ବରୁ ଅଛି । ଏହାସହ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଅଛି । ଯଦି ମୋହନ ଭାଗବତ ଜୋର ଜବରଦସ୍ତ ପୁରୁଷଙ୍କ ବନ୍ଧ୍ୟାକରଣ କରିବାକୁ ଚାହୁଁଛନ୍ତି ତ ମୋଦିଙ୍କୁ ଆଇନ ଆଣିବା ପାଇଁ କୁହନ୍ତୁ । କିନ୍ତୁ ଆଇନ ଆଣିବା ପୂର୍ବରୁ ଅତୀତକୁ ମଧ୍ୟ ଦେଖିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଅନେକ ଐତିହାସିକ, ଚର୍ଚ୍ଚିତ ଆଇନ କେନ୍ଦ୍ର ସରକାର ଆଣିବା ପରେ ଏବେ ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ସ୍ତରରେ ବିତର୍କ ଆରମ୍ଭ ହୋଇଗଲାଣି ।

Intro:Body:

asd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.