କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ମୋଦି । ଦୁଇଦିନିଆ କୋଲକାତା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ କୃଷକ ମାନଙ୍କ ପାଇଁ କରାଯାଇଥିବା ଯୋଜନା ଲାଗୁ କରାଯାଇନାହିଁ ବୋଲି କହିଛନ୍ତି।
ନରେନ୍ଦ୍ର ମୋଦି ନେତାଜୀ ଇଣ୍ଡୋର ଷ୍ଟାଡିୟମରୁ ମମତା ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ରାଜ୍ୟର ନୀତି ନିର୍ଦ୍ଧାରକମାନେ ସଚ୍ଚୋଟଭାବରେ କାର୍ଯ୍ୟ କରିବା ଦରକାର ବୋଲି ପରୋକ୍ଷରେ ମମତା ସରକାରକୁ ଇଙ୍ଗିତ କରିଛନ୍ତି ମୋଦି । ରାଜ୍ୟରେ ସିଣ୍ଡିକେଟ ରାଜନୀତି ଚାଲିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 'କୃଷକ ସମ୍ମାନ ନିଧି ଯୋଜନା' ଆରମ୍ଭ କରାଯାଇନାହିଁ ବୋଲି ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି ।