ନୂଆଦିଲ୍ଲୀ: ଦେଶବାସୀଙ୍କୁ ମୋଦି କହିଛନ୍ତି ମନର କଥା । ତାଙ୍କ ଅପେକ୍ଷା ସୈନିକଙ୍କ ବଳିଦାନ ବହୁ ଉପରେ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ମୁଁ ମନେ ରୁହେ କି ନ ରୁହେ, କୋଟି କୋଟି ଲୋକଙ୍କ ତ୍ୟାଗ, ତପସ୍ୟା, ସମର୍ପଣ, ବୀରତା ଓ ଶୌର୍ଯ୍ୟର କାହାଣୀ ଅମର ରହିବା ଆବଶ୍ୟକ ।
ଜାତୀୟ ସୌର୍ଯ୍ୟ ସ୍ମାରକୀ ଉନ୍ମୋଚନ କରିବା ଅବସରରେ ମୋଦି ଏହା କହିଛନ୍ତି । ମୋଦି କହିଛନ୍ତି ଯେ ଦେଶ ବଡ ନା ପରିବାର ବଡ । ସ୍କୁଲରୁ ଆରମ୍ଭ କରି ହସ୍ପିଟାଲ ଓ ରାଜପଥରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ସବୁଠି ଗୋଟିଏ ପରିବାରର ନାମ ଦେଖିବାକୁ ମିଳିଥାଏ । ମୋଦି ଏହି ଅବସରରେ କହିଛନ୍ତି ଯେ ସେ ମହତ୍ୱପୂର୍ଣ୍ଣ ନୁହନ୍ତି ବରଂ ଏହି ଦେଶର ସଭ୍ୟତା, ସଂସ୍କୃତି ଓ ଇତିହାସ ସବୁଠାରୁ ଊର୍ଧ୍ୱରେ ।
ଏଠାରେ ସୂଚନା ଥାଉ କି ଦେଶର ପ୍ରଥମ ଜାତୀୟ ଯୁଦ୍ଧ ସ୍ମାରକୀକୁ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଉଦଘାଟନ କରିଥିଲେ । ଇଣ୍ଡିଆ ଗେଟ ଅମର ଯବାନ ଜ୍ୟୋତି ରହିଥିବା ସ୍ଥାନର ଠିକ ସମ୍ମୁଖରେ ୪୦ ଏକର ପରିମିତ ଜାଗାରେ ଏହି ସ୍ମାରକୀର ନିର୍ମାଣ କରାଯାଇଛି । ଏଠାରେ ଥିବା ୧୬ଟି କାନ୍ଥରେ ୨୫୯୪୨ ଜଣ ଶହୀଦଙ୍କର ନାମ ଲିପିବଦ୍ଧ ହୋଇଛି ।