ETV Bharat / bharat

କାଶ୍ମୀର ପ୍ରସଙ୍ଗକୁ ନିକଟରୁ ଅନୁଧ୍ୟାନ କରୁଛି ଫ୍ରାନ୍ସ; ଇରାନ ପ୍ରସଙ୍ଗରେ ମୋଦି-ମାକ୍ରନ୍‌ ଆଲୋଚନା

author img

By

Published : Jan 15, 2020, 11:42 AM IST

ଇରାନ୍‌-ଆମେରିକା ସାମରିକ କ୍ଷେତ୍ରରେ ମୁହାଁମୁହିଁ ହେବା ତଥା ପରୋକ୍ଷ ଆକ୍ରମଣ ଗଲା କିଛିଦିନ ହେଲା ଆନ୍ତର୍ଜାତୀୟ ରାଜନୀତିକୁ ପ୍ରଭାବିତ କରିଛି। ଏହାର ସମାଧାନ ନେଇ ବିଭିନ୍ନ ଦେଶ ବେଳ ହୁୁଁ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନଙ୍କ ଆଲୋଚନା ହୋଇଛି।

middle east crisis
ଇରାନ ପ୍ରସଙ୍ଗରେ ମୋଦି-ମାକ୍ରନ୍‌ ଆଲୋଚନା

ନୂଆଦିଲ୍ଲୀ: ଇରାନ୍‌-ଆମେରିକା ସାମରିକ କ୍ଷେତ୍ରରେ ମୁହାଁମୁହିଁ ହେବା ତଥା ପରୋକ୍ଷ ଆକ୍ରମଣ ଗଲା କିଛିଦିନ ହେଲା ଆନ୍ତର୍ଜାତୀୟ ରାଜନୀତିକୁ ପ୍ରଭାବିତ କରିଛି। ନୂଆବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ହୋଇଥିବା ଟେଲିଫୋନ ଦ୍ବାରା ହୋଇଥିବା ବାର୍ତ୍ତାଳାପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ଭାରତ ଭଳି ଫ୍ରାନ୍ସ ମଧ୍ୟ ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଆଗକୁ ଅଧିକ ପ୍ରଭାବିତ ହେବା ଆଶଙ୍କା କରିଛି। କାରଣ ଇରାନ ସହ ହୋଇଥିବା ଆଣବିକ ଚୁକ୍ତିରେ ଫ୍ରାନ୍ସ ଏକ ପକ୍ଷ ରାଷ୍ଟ୍ର ରହିଛି । ଅର୍ଥାତ୍‌ ଇରାନ ସହ ଯେଉଁ ଯୁଗ୍ମ ବିସ୍ତୃତ କାର୍ଯ୍ୟାବଳୀ ଯୋଜନା ( ଜେସିପିପିଓଏ) ସ୍ଵାକ୍ଷର ହୋଇଥିଲା, ସେଥିରେ ବିଶ୍ଵର ୫ଟି ଦେଶ ତଥା ପି-୫ ଦେଶ ଗୁଡ଼ିକ ଭିତରୁ ଫ୍ରାନ୍ସ ଗୋଟିଏ ପ୍ରମୁଖ ଦେଶ ଭାବରେ ରହିଆସିଛି। ହେଲେ ପରବର୍ତ୍ତୀ ସମୟରେ ଏହି ଚୁକ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗ୍ରାହ୍ୟ କରିବା ଦ୍ଵାରା ଆନ୍ତର୍ଜାତୀୟ ସ୍ତରରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଛି। ଏପରି ଏକ ପରିସ୍ଥିତିରେ ଯୁଦ୍ଧକୁ ଏଡ଼ାଇବା ଲାଗି ଅନ୍ୟ ୟୁରୋପୀୟ ଦେଶଙ୍କ ସହ ଫ୍ରାନ୍ସ ମଧ୍ୟ ପରସ୍ପର ଭିତରେ ଆଲୋଚନା କରି ବିବାଦ ସମାଧାନ ପାଇଁ ପ୍ରସ୍ତାବ ଦେଇଛି। ୱାଶିଂଟନ ଡିସି ଏବଂ ତେହରାନ ଭିତରେ ଚାଲିଥିବା ଏହିଭଳି କନ୍ଦଳ ଦ୍ଵାରା ନିରୀହ ଜୀବନ ଚାଲିଯାଉଥିବା ନେଇ ମତ ପ୍ରକାଶ ପାଇଛି।

ପ୍ରଥମେ ଆମେରିକୀୟ ଆକ୍ରମଣ ଓ ଏହାର ପ୍ରତିଶୋଧ ନେବା ପାଇଁ ଇରାନର ଆକ୍ରମଣ ଦ୍ଵାରା ପରିସ୍ଥିତି ଅଶାନ୍ତ ହୋଇଛି । ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ନେଇ ସମ୍ପୂର୍ଣ୍ଣ ବିଶ୍ଵ ଉଦ୍‌ବେଗ ପ୍ରକାଶ କରିଛି । କିଛିଦିନ ତଳେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନୀୟ ବିମାନ ମଧ୍ୟ ଏହାଦ୍ଵାରା ପ୍ରଭାବିତ ହୋଇଥିଲା ଏବଂ ଏଥିରେ ଥିବା ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷେ ଭାରତ ଏହି ଯୁଦ୍ଧାବସ୍ଥାକୁ ପ୍ରଶମିତ କରିବାକୁ ମଧ୍ୟ ଚାହିଁଛି । କାରଣ ଯଦି ଉପସାଗରୀୟ ଦେଶରେ ଯୁଦ୍ଧ ହୁଏ, ତେବେ ସେଠାରେ କାର୍ଯ୍ୟ କରୁଥିବା ଆମ ଦେଶର ପ୍ରାୟ ୮୦ ଲକ୍ଷ ଲୋକ ସିଧାସଳଖ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ସହ ଭାରତରେ ଶକ୍ତି ଆବଶ୍ୟକକୁ ମେଣ୍ଟାଇବା ଏବଂ ଚାବାହାର ବନ୍ଦରର ଠିକଣା ପରିଚାଳନା ପାଇଁ ଉପସାଗରୀୟ ଦେଶରେ ଶାନ୍ତି ବଜାୟ ରହିବା ନିହାତି ଆବଶ୍ୟକ ବୋଲି ଭାରତ ଅନୁଭବ କରିଛି।

ଏଭଳି ଏକ ପରିସ୍ଥିତିରେ ମଧ୍ୟପ୍ରାଚ୍ୟରେ ଶାନ୍ତି ବଜାୟ ରଖିବା ତଥା ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ଲାଗି ଉଭୟ ମିଶିକରି ଆବଶ୍ୟକ ରଣନୀତି ଆପଣାଇବେ ବୋଲି ଫ୍ରାନ୍ସ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଫ୍ରେଞ୍ଚ ରାଷ୍ଟ୍ରପତିଙ୍କ ଏଲିସି ପ୍ରାସାଦ ପକ୍ଷରୁ ଜାରି କରାଯାଇଛି। ଏଥିରେ ରାଷ୍ଟ୍ରପତି ମାକ୍ରନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିତରେ ୧୦ ଜାନୁୟାରୀ ଦିନ ହୋଇଥିବା କଥାବାର୍ତ୍ତାକୁ ଉଲ୍ଲେଖ କରାଯାଇଛି। ଏହି କଥାବାର୍ତ୍ତା ସମୟରେ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉତ୍‌ଥାପିତ ହୋଇଥିଲା। ଧାରା ୩୭୦ର ଉଚ୍ଛେଦ ପରେ କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା ହେଉଛି। ଏ ବାବଦରେ ଫ୍ରାନ୍ସ ମଧ୍ୟ ଅବଗତ ରହିଥିବା ନେଇ ଏହି ବିଜ୍ଞପ୍ତିରେ କୁହାଯାଇଛି । ଆସନ୍ତା କିଛିଦିନ ଭିତରେ ୟୁରୋପୀୟ ରାଷ୍ଟ୍ରଙ୍କ କୂଟନୀତିଜ୍ଞ ଦଳରେ ଫ୍ରାନ୍ସ ସାମିଲ ହୋଇ ଉଭୟ ଜମ୍ମୁ ଓ କାଶ୍ମୀରର ବାସ୍ତବ ପରିସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ଆମେରିକା, ନରଓ୍ବେ ଏବଂ ଦକ୍ଷିଣ କୋରିଆର କୂଟନୀତିଜ୍ଞଙ୍କ ଏକ ଦଳ କାଶ୍ମୀର ଗସ୍ତ ସାରିବା ପରେ ମାକ୍ରନ୍‌ ଏହି କଥା ହୋଇଛନ୍ତି । ପରସ୍ପର ଭିତରେ ଆସ୍ଥା ଓ ସ୍ପଷ୍ଟତା ବଜାୟ ରଖିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମାକ୍ରନ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ବାବଦରେ ଆଲୋଚନା କରିଥିଲେ ।

ଗତ କିଛିଦିନ ତଳେ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ୟୁରୋପୀୟ ସଂଘର ପ୍ରତିନିଧିମାନେ ଏହି ପ୍ରକାର ପରିଦର୍ଶନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ସିଧାସଳଖ ସେଠାର ନାଗରିକ ଏବଂ ଅଟକ ଥିବା ରାଜନେତା ଯେମିତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ସହ କଥା ହେବାକୁ ଚାହିଁଥିବା ମିଡିଆରେ ପ୍ରକାଶ ପାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ ଖୁବ ଶୀଘ୍ର ୟୁରୋପୀୟ ସଂଘ ରାଷ୍ଟ୍ରଙ୍କ ପ୍ରତିନିଧି ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରକାଶ କରିଛି। ଏହାସହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁରୋପୀୟ ସଂଘ ରାଷ୍ଟ୍ରଙ୍କ କୂଟନୈତିକ ପ୍ରତିନିଧି ଏକାଠି ହୋଇ ଗୋଟିଏ ଗାଡ଼ିରେ ଶ୍ରୀନଗର ଯିବାକୁ ଚାହିଁଥିଲେ । ଏଣୁ ସେମାନଙ୍କୁ ଆଉ ଏକ ସ୍ଵତନ୍ତ୍ର ତାରିଖ ଦିଆଯାଇଛି। ଏହା ପୂର୍ବରୁ ଏହି ରାଷ୍ଟ୍ରଙ୍କ କିଛି ସାଂସଦ ବ୍ୟକ୍ତିଗତ ଭାବେ କାଶ୍ମୀର ବୁଲି ଦେଖିଛନ୍ତି। ଅକ୍ଟୋବର ୨୦୧୯ରେ ହୋଇଥିବା ଏହି କଠୋରପନ୍ଥୀ ନେତାଙ୍କ ପରିଦର୍ଶନ ଅନେକ ବିବାଦ ସୃଷ୍ଟି କରିଛି । ସେମାନେ ପୂର୍ବରୁ ମୋଦି ସରକାରଙ୍କ କାଶ୍ମୀର ନୀତିକୁ ସମାଲୋଚନା କରିଥିଲେ।

କାଶ୍ମୀର ପରିସ୍ଥିତିକୁ ଅନୁଧ୍ୟାନ କରି ନିକଟରେ ଫେରିଥିବା ଆମେରିକୀୟ ରାଷ୍ଟ୍ରଦୂତ କେନେଥ ଜଷ୍ଟର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘କଶ୍ମୀରରେ ପରିସ୍ଥିତି ସ୍ଵାଭାବିକ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।’ ହେଲେ ରାଜନେତାଙ୍କୁ ଗୃହବନ୍ଦୀ କରାଯିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଏହା ସହ ଏହି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସ୍ଵଭାବିକ କରିବା ଆବଶ୍ୟକତା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ‘ଆମେ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଅନ୍ୟ ବିଦେଶୀ କୂଟନୀତିଜ୍ଞଙ୍କ କାଶ୍ମୀର ଗସ୍ତ ଓ ଏବଂ ସେମାନଙ୍କ ଟିପ୍ପଣୀକୁ ଅନୁଧ୍ୟାନ କରୁଛୁ । ସେଠାକାର ରାଜନୀତିକ ନେତା ଏବଂ ସ୍ଥାନୀୟ ଲୋକଙ୍କ ଅବସ୍ଥା ତଥା ଇଣ୍ଟରନେଟ ବାବଦରେ କଟକଣାକୁ ନେଇ ଆମେ ଉଦବେଗ ପ୍ରକାଶ କରୁଛୁ । ଏ ବ୍ୟବସ୍ଥା ଖୁବ୍‌ ଶୀଘ୍ର ସ୍ଵଭାବିକ ହେବ ବୋଲି ଆମେ ଆଶା କରୁଛୁ’। ଏହା କହିଛନ୍ତି ଦକ୍ଷିଣ ଓ କେନ୍ଦ୍ର ଏସୀୟ ବ୍ୟାପାର ବିଭାଗର ପ୍ରମୁଖ ଉପ ସହାୟକ ସଚିବ ଅଲିସ୍‌ ଓ୍ବେଲ୍ସ । ଓ୍ବେଲ୍ସ ନିକଟରେ ଶ୍ରୀଲଙ୍କା, ଭାରତ ଏବଂ ପାକିସ୍ତାନ ପରିଦର୍ଶନରେ ଯାଇଛନ୍ତି । ସେ ଜାନୁୟାରୀ ୧୫ରୁ ୧୮ ତାରିଖ ଯାଏ ଭାରତ ଗସ୍ତରେ ରହିବେ । ଏହି ସମୟରେ ସେ ରାଇସିନା କଥାବାର୍ତ୍ତାରେ ଭାଗ ନେବେ । ୨୦୧୯ରେ ଭାରତ-ଆମେରିକା ମଧ୍ୟରେ ହୋଇଥିବା ୨+୨ ମନ୍ତ୍ରୀସ୍ତରୀୟ ବୈଠକର ସଫଳତା ପରେ ଦୁଇ ଦେଶ ଭିତରେ ରଣନୀତିକ ସମ୍ପର୍କ କିପରି ଆଗକୁ ବଢ଼ିବ ସେ ବାବଦରେ ବିଭିନ୍ନ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଓ୍ବେଲ୍ସ ରଖିଛନ୍ତି । ଏହାବାଦ ବ୍ୟବସାୟିକ ଓ ସାମାଜିକ ପ୍ରସଙ୍ଗରେ ମଧ୍ୟ ବିଭିନ୍ନ ପ୍ରତିନିଧିଙ୍କ ସହ କଥା ହେବା କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଇସଲାମବାଦ ଗସ୍ତରେ ଯିବେ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସ୍ମିତା ଶର୍ମା, ବୈଦେଶିକ ନୀତି ବିଶେଷଜ୍ଞ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.