ETV Bharat / bharat

ଭାରତ-ଆମେରିକା-ଜାପାନ ତ୍ରିପାକ୍ଷିକ ଆଲୋଚନା - Donald Trump

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ତ୍ରିପାକ୍ଷିକ ଆଲୋଚନା କରିଛନ୍ତି।

ମୋଦି, ଟ୍ରମ୍ପ ଓ ଆବେଙ୍କ ତ୍ରିପାକ୍ଷିକ ଆଲୋଚନା
author img

By

Published : Jun 28, 2019, 3:20 PM IST

Updated : Jun 28, 2019, 5:13 PM IST

ଓସାକା: ଜାପାନରେ ଅନୁଷ୍ଠିତ ଜି-20 ସମ୍ମିଳନୀ ଅବସରରେ ଭାରତ-ଆମେରିକା-ଜାପାନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଆମେରିକା ରାଷ୍ଟ୍ରପତି ଭାଗ ନେଇଛନ୍ତି । ଏଥିରେ ତିନି ଦେଶ ଶାନ୍ତି ମୈତ୍ରୀ ସ୍ଥାପନ ଦିଗରେ କାର୍ଯ୍ୟକରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଆଲୋଚନା ଅବସରରେ ପୁନଃ ପ୍ରଧାନମନ୍ତ୍ରୀ ହେବା ପାଇଁ ମୋଦି ଓ ସିଞ୍ଜୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ନିଜ ନିଜ ଦେଶରେ ଭଲ କାମ କରୁଥିବା କଥା ମଧ୍ୟ ଟ୍ରମ୍ପ ପ୍ରକାଶ କରିଛନ୍ତି ।

ଭାରତ-ଆମେରିକା-ଜାପାନ ତ୍ରିପାକ୍ଷିକ ଆଲୋଚନା

ଆର୍ଜେଣ୍ଟିନାରେ ହୋଇଥିବା ପ୍ରଥମ ତ୍ରିପାକ୍ଷିକ ଆଲୋଚନାରେ ଜେଏଆଇ (ଜାପାନ-ଆମେରିକା-ଭାରତ) ବା ଜୟ ଶବ୍ଦ ପ୍ରଚଳନ କରାଯାଇଥିଲା । ଯାହା ତିନି ଦେଶ ମଧ୍ୟରେ ଶାନ୍ତି, ମୈତ୍ରୀ, ସ୍ଥିରତା ବଜାୟ ରଖିବା ଲକ୍ଷ୍ୟ ରଖାଯାଇଥିଲା ବୋଲି ମୋଦି କହିଛନ୍ତି । ଏହାପରେ ଜାପାନରେ ଦ୍ବିତୀୟ ଥର ପାଇଁ ଏହି ତ୍ରିପାକ୍ଷିକ ଆଲୋଚନା ହୋଇଛି । ଆମେ ସକରାତ୍ମକ ଆଲୋଚନା କରିଛୁ । ଯାହା ଆମ ତିନି ଦେଶର ସମାନ ଅଭିରୁଚି ରହିଛି । ଏହି ଆଲୋଚନା ବିଭିନ୍ନ ପ୍ରସଙ୍ଗ ଉପରେ ହୋଇଥିବା ମୋଦି ସୂଚନା ଦେଇଛନ୍ତି ।

ଜାପାନରେ ଅନୁଷ୍ଠିତ 14ତମ ଜି-20 ସମ୍ମିଳନୀରେ ଭାରତ ସମେତ ଆୟୋଜକ ଜାପାନ, ବ୍ରିଟେନ, ୟୁରୋପିଆନ ୟୁନିୟନ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଭଳି 20ଟି ଦେଶ ଭାଗ ନେଇଛନ୍ତି ।

Intro:Body:Conclusion:
Last Updated : Jun 28, 2019, 5:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.